ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ଓଲିଉଡରେ ନୂଆ ଯୋଡ଼ିଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ବର, ୨୬/୧ : ଓଲିଉଡରେ ନୂଆ ଯୋଡ଼ିଙ୍କୁ ନେଇ ସବୁବେଳେ ଆଲୋଚନା ହୋଇ ଆସୁଥିଲାବେଳେ ଏବେ ନୂଆ ବର୍ଷ ଆରମ୍ଭରୁ ଆଉ ଏକ ନୂଆ ଯୋଡ଼ିଙ୍କୁ ନେଇ ଢ଼େର ସାରା ଚର୍ଚ୍ଚା ଲାଗି ରହିଛି । ସେମାନେ ହେଲେ ଓଲିଉଡର ଜେଣ୍ଟଲମ୍ୟାନ୍‌ ଆକାଶ ଦାସ ନାୟକ ଏବଂ ସୁନ୍ଦରୀ ନାୟିକା ତମନ୍ନା । ସିନେମା ‘କରୁକ୍ଷେତ୍ର’ ପାଇଁ ଦୁହେଁ ପ୍ରଥମ ଥର ଏକାଠି ହୋଇଛନ୍ତି । ଜୀସାର୍ଥକ ଫିଲ୍ମସ୍‌ ବ୍ୟାନରରେ ପ୍ରସ୍ତୁତ ସିନେମାରେ ଉଭୟେ ଯୋଡ଼ି ସାଜି ପରଦାରେ ନଜର ଆସିବେ । ଯାହାଙ୍କୁ ଦର୍ଶକ ଖୁବ୍‌ଶୀଘ୍ର ଦେଖିବାକୁ ପାଇବେ ।

ସିନେମାଟି ଆସନ୍ତା ଫେବୃଆରୀ ୧୦ରେ ପ୍ରେକ୍ଷାଳୟ ପରେ ଟେଲିଭିଜନରେ ମୁକ୍ତିଲାଭ କରିବ । ଅଫ୍‌ସ୍କ୍ରିନ୍‌ରେ ଆକାଶ ଓ ତମନ୍ନାଙ୍କ ଅଭିନୟ ସାଙ୍ଗକୁ ଯୋଡ଼ି ଖୁବ୍‌ ଜମିଛି । ଅନ୍‌ସ୍କ୍ରିନ୍‌ରେ ମଧ୍ୟ ଦର୍ଶକଙ୍କୁ ପସନ୍ଦ ଆସିବ । ସବୁବେଳେ କିଛି ସମାନ ଯୋଡ଼ିଙ୍କୁ ପରଦାରେ ଦେଖି ଆସୁଥିବା ସିନେପ୍ରେମୀ ଏଥର କିଛି ନୂଆ ଦେଖିବେ ବୋଲି କହିଛନ୍ତି ସିନେମାର ନିର୍ଦ୍ଦେଶକ ଅଶ୍ୱିନୀ ତ୍ରିପାଠୀ । ପରସ୍ପର କାମ କରିବା ସହ ନିଜ ନିଜ ଚରିତ୍ରକୁ ନେଇ ନାୟକ-ନାୟିକା ବହୁତ ଖୁସି ଅଛନ୍ତି । ଏବେ ଉତ୍ସାହର ସହ ସେମାନେ ସିନେମା ରିଲିଜ୍‌କୁ ଅପେକ୍ଷା କରିଛନ୍ତି ।

ସିନେମାରେ ଅନ୍ୟମାନଙ୍କ ମଧ୍ୟରେ ସମରେଶ, ପିଣ୍ଟୁ ନନ୍ଦ, ଈଲୁ ବାନାର୍ଜୀଙ୍କ ଭଳି ଅନେକ ପରିଚିତ କଳାକାର ଅଭିନୟ କରିଛନ୍ତି । ପ୍ରଯୋଜନା କ୍ଷୀରୋଦ ପଟ୍ଟନାୟକ କରିଥିଲା ବେଳେ ସଂଳାପ ଦୀପକ କୁମାର, ସଙ୍ଗୀତ ଗୁଡଲି ରଥ, ଡିଓପି ଅକ୍ଷୟ କୁମାର ନାୟକ, କୋରିଓଗ୍ରାଫିରେ ଲୁବୁନ-ଟୁବନ ଏବଂ ଏଡିଟିଂରେ ମାନସ କୁମାର ସାହୁ ସହାୟତା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.