PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ମହିଳ ହକିରେ ଆର୍ଜେଣ୍ଟିନା ଠାରୁ ସେମିଫାଇନାଲ୍‌ରେ ହାରିଲା ଭାରତ, ବ୍ରୋଞ୍ଚ ପାଇଁ ଏବେ ଆଶା

ଟୋକିଓ- ଟୋକିଓ ଅଲମ୍ପିକ୍‌ରେ ଭାରତୀୟ ମହିଳା ହକିଦଳ ବଶ୍‌ ଭଲ ପ୍ରଦର୍ଶନ କରିଛି । ସେମିଫାଇନାଲ୍‌ ପର୍ଯ୍ୟନ୍ତ ଯାଇଥିବା ଭାରତୀୟ ମହିଳା ହକିଦଳ ଏହି ମ୍ୟାଚ୍‌ରେ ଆର୍ଜେଣ୍ଟିନାଠାରୁ ୨-୧ ଗୋଲ୍‌ରେ ପରାସ୍ତ ହୋଇଛି ।

ପ୍ରଥମ ଦେଢ଼ ମିନିଟ୍‌ ମଧ୍ୟରେ ଭାରତ ଆର୍ଜେଣ୍ଟିନା ବିପକ୍ଷ ପ୍ରଥମ ପେନାଲ୍‌ଟି କର୍ଣ୍ଣର ପାଇ ଗୋଲ୍‌ କରିବାକୁ ସକ୍ଷମ ହୋଇଥିଲା ପରେ ଆର୍ଜେଣ୍ଟିନା ମଧ୍ୟ ପେନାଲ୍‌ଟି କର୍ଣ୍ଣର୍‌ର ଲାଭ ଉଠାଇ ପ୍ରଥମ କ୍ୱାର୍ଟର୍‌ରେ ଭାରତକୁ ଏକ ଗୋଲ୍‌ ଦେଇଥିଲା । ହେଲେ ପ୍ରଥମ କ୍ୱାର୍ଟରରେ ଦଳ ସ୍ଥିତି ମଜବୁତ ଥିବା ଦେଖିବାକୁ ମିଳିଥିବା ବେଳେ ଆର୍ଜେଣ୍ଟିନା ମଧ୍ୟ ଗୋଟିଏ ଗୋଲ୍‌ କରିଥିଲା ।

ଦ୍ୱିତୀୟ କ୍ୱାର୍ଟରରେ ଦୁଇ ଟିମ୍‌ ପେନାଲ୍‌ଟି କର୍ଣ୍ଣର ପାଇଥିଲେ ହେଁ ଏହାର ଫାଇଦା ଉଠାଇ ପାରିନଥିଲେ । ଫଳରେ ୧-୧ ଗୋଲ୍‌ରେ ଦ୍ୱିତୀୟ କ୍ୱାର୍ଟରର ଖେଳ ଶେଷ ହୋଇଥିଲା । ତୃତୀୟ କ୍ୱାର୍ଟରରେ ଆର୍ଜେଣ୍ଟିନା ଭାରତ ବିପକ୍ଷ ପେନାଲ୍‌ଟି କର୍ଣ୍ଣରରେ ଆଉ ଏକ ଗୋଲ୍‌ କରିବାକୁ ସକ୍ଷମ ହୋଇଥିଲା । ଯାହାକି ଭାରତୀୟ ଦଳ ପାଇଁ ଚିନ୍ତାର କାରଣ ପାଲଟି ଯାଇଥିଲା ।

ଚତୁର୍ଥ କ୍ୱାର୍ଟରରେ ଗୋଲ୍‌ କରିବାକୁ ବାରମ୍ବାର ପ୍ରୟାସ କରିବା ସତ୍ତ୍ୱେ ଭାରତୀୟ ଦଳକୁ ସୁଯୋଗ ଦେଇନଥିଲେ ଆର୍ଜେଣ୍ଟିନା ଦଳ। ଫଳରେ ଏହି ମ୍ୟାଚ୍‌କୁ ୨-୧ରେ ଜିତି ଫାଇନାଲ୍‌ରେ ପ୍ରବେଶ କରିଛି ଆର୍ଜେଣ୍ଟିନା ।

ଭାରତୀୟ ପୁରୁଷ ହକି ଟିମ୍ ସେମିଫାଇନାଲରେ ହାରି ନିରାଶ କରିବା ପରେ, ସାରା ଦେଶର ନଜର ମହିଳା ହକି ଟିମ୍ ଉପରେ ରହିଥିଲା । ଏଥର ଇତିହାସ ରଚିଛି ମହିଳା ଟିମ୍ । ପ୍ରଥମ ଥର ଅଲିମ୍ପିକସ୍ ସେମି ଫାଇନାଲରେ ପହଞ୍ଚିଛି । ସେଥିପାଇଁ ଆଶା ଏବଂ ଉତ୍କଣ୍ଠା ବଢ଼ି ଯାଇଛି ।

କ୍ବାର୍ଟର ଫାଇନାଲ୍‌ରେ ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଦଳକୁ ପରାସ୍ତ କରି ପ୍ରଥମ ଥର ଅଲିମ୍ପିକ୍ସର ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଥିଲା ଭାରତୀୟ ମହିଳା ହକି ଦଳ । ଏହା ପୂର୍ବରୁ ଭାରତୀୟ ମହିଳା ହକି ଦଳ ୧୯୮୦ ମସିହାରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ଖେଳି ଚତୁର୍ଥ ସ୍ଥାନରେ ରହିଥିଲା। ସେହି ପ୍ରଦର୍ଶନ ଆଗକୁ ବଢ଼ି ପ୍ରଥମ ଥର ପଦକ ଜିତିବ ବୋଲି ସାରା ଭାରତବାସୀ ଶୁଭ ମନାସିଥିଲେ । ଏହି ପ୍ରତୀକ୍ଷିତ ମ୍ୟାଚ୍ ପୂର୍ବରୁ କିନ୍ତୁ ଭାରତୀୟ ମହିଳା ହକି ଦଳକୁ ମଙ୍ଗଳବାର ଆଉଏକ ଖୁସି ଖବର ମିଳିଥିଲା । ଚଳିତ ଟୋକିଓ ଅଲିମ୍ପିକ୍ସ ପ୍ରଦର୍ଶନ ବଳରେ ଦଳ ବିଶ୍ବ ମାନ୍ୟତାର ସପ୍ତମ ସ୍ଥାନକୁ ଉନ୍ନୀତ ହୋଇଥିଲା। ଏହା ମଧ୍ୟ ଭାରତୀୟ ମହିଳା ହକି ଦଳର ସର୍ବଶ୍ରେଷ୍ଠ ବିଶ୍ବ ମାନ୍ୟତା। ତେବେ ପ୍ରତିପକ୍ଷ ଆର୍ଜେଣ୍ଟିନା ହେଉଛି ବିଶ୍ବର ଦୁଇ ନମ୍ବର ଦଳ। ଏହି ଦଳକୁ ହରାଇବା ପାଇଁ ଭାରତକୁ ବହୁ ସଂଘର୍ଷ କରିବାକୁ ପଡ଼ିଥିଲା ।

ସମ୍ବନ୍ଧିତ ଖବର