PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ଆମରି ରାଜ୍ୟରେ ଆଶ୍ଚର୍ଯ୍ୟକଥା-ସ୍ୱପ୍ନାଦେଶ ଅନୁସାରେ ସିଧା ହେଲେ ଶତାଧିକ ବର୍ଷ ଧରି ଢଳି ରହିଥିବା ଶିବଲିଙ୍ଗ !

ଲମତାପୁଟ (ଆପ୍ର): ଶତାଧିକ ବର୍ଷ ଧରି ଢଳି ରହିଥିବା ଶିବଲିଙ୍ଗ ସିଧା ହୋଇଯାଇଛି । ସ୍ୱପ୍ନାଦେଶ ପାଇ କୋଳେଇ ନେବାପରେ ଢଳି ରହିଥିବା ଶିବଲିଙ୍ଗ ସିଧା ହୋଇଛନ୍ତି । ଏକଥା ଆମେ କହୁନୁ, କହିଛନ୍ତି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍‌ କଡ୍ରିଗାଁ ଶୈବପୀଠର ପୂଜକ ନରସିଂହ ପୂଜାରୀ ଓ ତାଙ୍କ ପୁଅ ପୂର୍ଣ୍ଣ ପୂଜାରୀ । କେହି ଏହାକୁ ସହଜରେ ବିଶ୍ୱାସ କରୁ ନଥିବା ବେଳେ ଲମତାପୁଟ ବ୍ଲକ୍‌ କଡ୍ରିଗାଁର ଏହି ଶୈବପୀଠକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି । ତେବେ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଉପଯୁକ୍ତ ପରୀକ୍ଷା କରାଯିବା ପରେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ବୁଦ୍ଧିଜୀବୀ କହିଛନ୍ତି ।

ଏ ସମ୍ପର୍କରେ ମନ୍ଦିରର ପୂଜକ ଶ୍ରୀ ପୂଜାରୀ କହିଛନ୍ତି, ଗତ ଶୁକ୍ରବାର ଓ ଶନିବାର ତାଙ୍କ ଦେହ ଖରାପ ଥିଲା । ଦୁଇ ଦିନ ଧରି ତାଙ୍କ ପୁଅ ପୂର୍ଣ୍ଣ ମନ୍ଦିରରେ ପୂଜା କରିଥିଲେ । ଶନିବାର ରାତିରେ ପୂର୍ଣ୍ଣଙ୍କୁ ସ୍ୱପ୍ନାଦେଶ ହୋଇଥିଲା । ସ୍ୱପ୍ନରେ ମହାଦେବ କହିଥିଲେ, ‘ଦୀର୍ଘ ବର୍ଷ ଧରି ମୋତେ ଶୁଆଇ ରଖିଛ, କୋଳେଇ ନେଲେ ମୁଁ ଉଠିବି’ । ରବିବାର ସକାଳେ ପୂର୍ଣ୍ଣ ଏହି ଘଟଣା ସମ୍ପର୍କରେ ତାଙ୍କ ସ୍ତ୍ରୀଙ୍କୁ ଜଣାଇଥିଲେ । ଏହାପରେ ସେ ମନ୍ଦିରର ନୀତିକାନ୍ତି କରିବା ଲାଗି ଚାଲିଯାଇଥିଲେ । ମନ୍ଦିର ଧୋଇବା ସହ ଠାକୁରଙ୍କୁ ଭୋଗଲାଗି କରିଥିଲେ । ପରେ ସ୍ୱପ୍ନାଦେଶ ଅନୁସାରେ ଶିବଲିଙ୍ଗକୁ କୋଳେଇ ନେଇଥିଲେ । ସଙ୍ଗେ ସଙ୍ଗେ ତାହା ସିଧା ହୋଇଯାଇଥିଲେ । ରାତିର ସ୍ୱପ୍ନ ସତ ହୋଇଥିବା ନେଇ ତାଙ୍କ ବାପାଙ୍କୁ ଜଣାଇଥିଲେ ।

ଅନ୍ୟପକ୍ଷରେ ଗାଁର କେତେକ ଯୁବକ ପ୍ରତିଦିନ ଭଳି ରବିବାର ମଧ୍ୟ ଠାକୁର ଦର୍ଶନ କରିବାକୁ ଯାଇଥିବା ସମୟରେ ଶିବଲିଙ୍ଗ ସିଧା ହୋଇଥିବା ଦେଖିଥିଲେ । ଏହା କିପରି ସମ୍ଭବ ହେଲା ବୋଲି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ଧୀରେ ଧୀରେ ଏହି ଖବର ପୂରା ଗାଁରେ ପ୍ରଚାରିତ ହୋଇଥିଲା । ହେଲେ କୋଭିଡ୍‌ କଟକଣା ଯୋଗୁ ଭକ୍ତଙ୍କ ପ୍ରବେଶ ନିଷେଧ ଥିବାରୁ କୌଣସି ଭକ୍ତ ମନ୍ଦିରକୁ ଯାଇପାରୁ ନଥିବା ଗ୍ରାମବାସୀ କହିଛନ୍ତି । କିମ୍ବଦନ୍ତୀ ଅନୁଯାୟୀ, ଜୟପୁର ମହାରାଜା ଏହି ରାସ୍ତା ଦେଇ ଯିବା ସମୟରେ ଶିବଲିଙ୍ଗ ଦେଖି ନିଜ ବାସଗୃହକୁ ନେଇ ପୂଜାର୍ଚ୍ଚନା କରିବା ଲାଗି ନିଷ୍ପତ୍ତି ନେଇଥିଲେ । ସ୍ଥାନୀୟ ଲୋକଙ୍କୁ ଶିବଲିଙ୍ଗ ଉଠାଇବା ପାଇଁ କହିଥିଲେ । କିନ୍ତୁ କେହି ଉଠାଇ ପାରି ନଥିଲେ । ଏହାପରେ ରାଜା ହାତୀ ସାହାଯ୍ୟରେ ଶିବଲିଙ୍ଗ ଉଠାଇବା ପାଇଁ ଉଦ୍ୟମ କରିଥିଲେ । ସେବେଠାରୁ ଶିବଲିଙ୍ଗ ଗୋଟିଏ ପଟକୁ ଢଳି ରହିଥିଲେ । ଶେଷରେ ନିକଟ କଡ୍ରି ଗାଁ ମାଳି ସଂପ୍ରଦାୟର ଲୋକଙ୍କୁ ଏଠାରେ ପୂଜାର୍ଚ୍ଚନା କରିବା ଲାଗି ରାଜା ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ରାଜା ମାସକୁ ୭ଟି ରୌପ୍ୟମୁଦ୍ରା ଦେଇ ଆସୁଥିଲେ । ଆଜି ମଧ୍ୟ ଏଠାରେ ମାଳି ସଂପ୍ରଦାୟ ଦ୍ୱାରା ପୂଜାର୍ଚ୍ଚନା କରାଯାଉଛି ।