ସ୍ୱାର୍ଥ ଦ୍ୱନ୍ଦ୍ୱ ମାମଲାରେ ସୌରଭ ଗାଙ୍ଗୁଲିଙ୍କୁ ସମନ୍‌

ନୂଆଦିଲ୍ଲୀ, ୧୭ା୪ (ଏଜେନ୍ସି): ବିସିସିଆଇ ଲୋକପାଳ ଡିକେ. ଜୈନ୍‌ ସ୍ୱାର୍ଥ ଦ୍ୱନ୍ଦ୍ୱ ମାମଲାରେ ଦିଲ୍ଲୀ କ୍ୟାପିଟାଲ୍ସର ପରାମର୍ଶଦାତା ସୌରଭ ଗାଙ୍ଗୁଲିଙ୍କୁ ସମନ ପଠାଇଛନ୍ତି । ଆସନ୍ତା ୨୦ ତାରିଖରେ ମାମଲାର ଶୁଣାଣି ହେବ । ଗାଙ୍ଗୁଲି କ୍ରିକେଟ୍‌ ଆସୋସିଏସନ୍‌ ଅଫ୍‌ ବେଙ୍ଗଲ୍‌ (କାବ୍‌) ସଭାପତି ଥାଇ ଦିଲ୍ଲୀ କ୍ୟାପିଟାଲ୍ସର ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି । ତେଣୁ ତାଙ୍କ ବିରୋଧରେ ସ୍ୱାର୍ଥ ଦ୍ୱନ୍ଦ୍ୱ ଅଭିଯୋଗ ଆସିଛି । ଏହି ଦିନ ଦିଲ୍ଲୀ କ୍ୟାପିଟାଲ୍ସ ବନାମ କିଙ୍ଗ୍‌ସ ଏକାଦଶ ପଞ୍ଜାବ ମ୍ୟାଚ୍‌ ରହିଛି ।
ପ୍ରଶାସକ କମିଟି ବିସିସିଆଇ ସିଇଓ ରାହୁଲ ଜୋହରିଙ୍କ ଜରିଆରେ ଗାଙ୍ଗୁଲିଙ୍କୁ ଉଭୟ ସ୍ଥାନରେ କାର୍ଯ୍ୟ ଜାରି ରଖିବାକୁ ଅନୁମତି ଦେବା ଲାଗି ଲୋକପାଳଙ୍କୁ ଅନୁରୋଧ କରିଛନ୍ତି । ଏହାବ୍ୟତୀତ ଲୋକପାଳ ଏହି ବିବାଦରେ ତଦନ୍ତ କରିବା ଉଚିତ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି । ଲୋକପାଳ ଶ୍ରୀ ଜୈନ୍‌ଙ୍କ ଦ୍ୱାରା ଗାଙ୍ଗୁଲିଙ୍କୁ ପଠାଯାଇଥିବା ସମନରେ କୁହାଯାଇଛି ଯେ, ଏହି ବିବାଦରେ ଗାଙ୍ଗୁଲିଙ୍କ ସମେତ ତାଙ୍କ ବିରୋଧରେ ସ୍ୱାର୍ଥ ଦ୍ୱନ୍ଦ୍ୱ ଅଭିଯୋଗ ଆଣିଥିବା ତିନି ଅଭିଯୋଗକାରୀ ୨୦ ତାରିଖରେ ଶୁଣାଣି ସମୟରେ ନୂଆଦିଲ୍ଲୀରେ ଉପସ୍ଥିତ ରହିବେ । ଆସନ୍ତା ୧୯ ତାରିଖରେ ସମସ୍ତଙ୍କୁ ନିର୍ଦ୍ଧାରିତ ଭେନ୍ୟୁ ଜଣାଇ ଦିଆଯିବ । ଯଦି କୌଣସି ବ୍ୟକ୍ତି ଯୋଗ ଦେବାରେ ବିଫଳ ରୁହନ୍ତି, ତା’ହେଲେ ସେ ତାଙ୍କ ପକ୍ଷ ରଖିବାରୁ ବଞ୍ଚିତ ହେବେ ।’

   ସମ୍ବନ୍ଧିତ ଖବର


ପ୍ର‌ଥମ ଦିନିକିଆ ହାରିବା ପରେ ଟିମ୍‌ ଇଣ୍ଡିଆକୁ ଝଟକା, ICC ନେଲା ଏହି ପଦକ୍ଷେପ

ମୃତ୍ୟୁ ବେଳକୁ ଧନୀରୁ ପୁଣି ଗରିବ ହୋଇଯାଇଥିଲେ ମାରାଡୋନା, ବ୍ୟାଙ୍କ୍‌ ଖାତାରେ ଥିଲା ମାତ୍ର ୭୫,୦୦୦ ପାଉଣ୍ଡ

୭ ପାକିସ୍ତାନୀ କ୍ରିକେଟର କରୋନା ସଂକ୍ରମିତ, ନ୍ୟୁଜିଲାଣ୍ଡ ସରକାରଙ୍କ ଚେତାବନୀ-ଏବେ ନିୟମ ଭାଙ୍ଗିଲେ ପଠାଇଦେବୁ

୭ବର୍ଷ ପରେ କ୍ରିକେଟ୍‌କୁ ଫେରିବେ ଶ୍ରୀସନ୍ତ, ଖେଳିବେ ଟି-ଟ୍ୱେଣ୍ଟି ମ୍ୟାଚ୍

ଅଷ୍ଟ୍ରେଲିଆରେ ଆଦାନୀଙ୍କୁ ବିରୋଧ, ସିଡନୀ ଓ୍ବାନଣ୍ଡେରେ ଧଷେଇ ପଶି ଆସିଲେ ପଡ଼ିଆକୁ ଆନ୍ଦୋଳନକାରୀ , କ୍ୟାମେରାକୁ ଦେଖାଇଲେ ପ୍ଲାକାର୍ଡ

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ, ୬୬ ରନରେ ଜିତିଲା କଙ୍ଗାରୁ ବାହିନୀ