୨୭ରୁ ଓମ୍‌ଫେଡ୍‌ ଦୁଗ୍ଧ ଲିଟର ପିଛା ୪ ଟଙ୍କା ବଢ଼ିବ

ଭୁବନେଶ୍ୱର ୨୬/୯: ଦୁଗ୍ଧ ଚାଷୀମାନଙ୍କ ଦ୍ୱାରା ଗୋ-ପାଳନ ଏବଂ ଦୁଗ୍ଧ ଉତ୍ପାଦନରେ ଖର୍ଚ୍ଚବୃଦ୍ଧି ଯୋଗୁଁ ଦୁଗ୍ଧର ମୂଲ୍ୟ ବୃଦ୍ଧି କରିବାପାଇଁ ଚାଷୀମାନେ ଦୀର୍ଘଦିନରୁ ଦାବିକରି ଆସୁଥିଲେ । ଗୋପାଳନ ପାଇଁ ଆବଶ୍ୟକ ଗୋ-ଖାଦ୍ୟ, ଔଷଧ, ବିଜୁଳି ତଥା ଅନ୍ୟାନ୍ୟ ଖର୍ଚ୍ଚ ବୃଦ୍ଧିଯୋଗୁଁ ୩ ଲକ୍ଷ ଦୁଗ୍ଧ ଚାଷୀମାନଙ୍କ ଦାବିକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ଓମ୍‌ଫେଡ୍‌ କର୍ତ୍ତୃପକ୍ଷ ।

ତେଣୁ ଆସନ୍ତା ୨୭ ତାରିଖରୁ ଦୁଗ୍ଧ ମୂଲ୍ୟରେ ଲିଟର ପିଛା ୪ଟଙ୍କା ବୃଦ୍ଧି କରିବାପାଇଁ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ନିଷ୍ପତି ଗ୍ରହଣ କରିଅଛନ୍ତିି । ଏହି ବର୍ଦ୍ଧିତ ମୂଲ୍ୟରୁ ଲିଟର ପିଛା ୩.୦୦ ଟଙ୍କା ଗ୍ରାମାଞ୍ଚଳର ଦୁଗ୍ଧ ଚାଷୀମାନେ ସିଧାସଳଖ ପାଇବେ ।

ଏହାଦ୍ୱାରା ଖାଉଟିମାନେ ଲିଟର ପିଛା ଟୋନ୍‌ଡ ଦୁଗ୍ଧକୁ ୩୪.୦୦ ଟଙ୍କା ବଦଳରେ ୩୮.୦୦ ଟଙ୍କା ଓ ପ୍ରିମିୟମ୍‌ ଦୁଗ୍ଧକୁ ୪୦.୦୦ ଟଙ୍କା ବଦଳରେ ୪୪.୦୦ ଟଙ୍କା ଓ ଗୋଲ୍ଡ ପ୍ରିମିୟମ୍‌ ଦୁଗ୍ଧକୁ ୪୦.୦୦ ଟଙ୍କା ବଦଳରେ ୪୪.୦୦ ଟଙ୍କାରେ କ୍ରୟ କରିପାରିବେ । ଓମ୍‌ପେଂଡ୍‌ ନିକଟରେ ଗଛିତ ପୁରୁଣା ପାଉଚ୍‌ ସରିବା ପର୍ଯ୍ୟନ୍ତ ଛପାଥିବା ଦର ପରିବର୍ତ୍ତେ ନୂତନ ଦରରେ ଖାଉଟିମାନେ ଦୁଗ୍‌ଧ କ୍ରୟ କରିବାକୁ ଅନୁରୋଧ ।

   ସମ୍ବନ୍ଧିତ ଖବର


ନିଟ୍ ପରୀକ୍ଷାରେ ସୋଆ ଆଇ.ଏଚ୍‌.ଏସ୍‌.ଇ ର ଛାତ୍ରଛାତ୍ରୀଙ୍କ ସଫଳତା

ବଦଳିଗଲା ଏଟିଏମରୁ କ୍ୟାଶ୍ ବାହାର କରିବା ନିୟମ, ଜାଣି ରଖନ୍ତୁ

ଏ କି ବିଚାର ? ଅସଦାଚରଣର ଶିକାର ହୋଇ ମୁହଁ ଖୋଲିଥିଲେ, ଏବେ ହେଉଛନ୍ତି କଲବଲ.. ଜୀବନ-ମୃତ୍ୟୁର ଦୋଛକିରେ ୨ ମହିଳା କର୍ମଚାରୀ

କରୋନା ରୋଗୀଙ୍କ ପାଇଁ ଗ୍ରୀନ୍‌ କରିଡର: ଭୁବନେଶ୍ବରରୁ ହାଇଦ୍ରାବାଦ ଯିବା ପାଇଁ ନୟାପଲ୍ଲୀ ରାସ୍ତାରେ ହେଲା ସ୍ବତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା

ପୁଣି ୧୮ ମୁଣ୍ଡ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨ଶହ ଟପିଲା

ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୭ ହଜାର ଡେଇଁଲା