PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ପିଲାଙ୍କୁ ବି ହେଉଛି କରୋନା ସଂକ୍ରମଣ , ନୂଆ ଗାଇଡଲାଇନ ଜାରି କଲେ ସରକାର – କିଭଳି ସଚେତନ ହେବେ, ଜାଣନ୍ତୁ

ନୂଆଦିଲ୍ଲୀ – କରୋନା ଭାଇରସ୍‌ ବଡ଼ ଲୋକଙ୍କ ସହ ଛୋଟ ଛୋଟ ପିଲାଙ୍କୁ ବି ଖୁବ୍ ଜୋରରେ ସଂକ୍ରମିତ ହେଉଛି। କେନ୍ଦ୍ର ସରକାର ଗୁରୁବାର ୧୮ ବର୍ଷରୁ କମ୍‌ ବୟସର ପିଲାଙ୍କ ପାଇଁ କୋଭିଡ୍‌ ସମ୍ୱନ୍ଧିତ ନୂଆ ଗାଇଡ୍‌ଲାଇନ୍ ଜାରି କରିଛନ୍ତି। ଓମିକ୍ରନ ଭାରିଏଣ୍ଟ କାରଣରୁ କରୋନାର ମାମଲା ବୃଦ୍ଧି ଉପରେ ବିଶେଷଜ୍ଞଙ୍କର ଏକ ଗ୍ରୁପ୍‌ କରୋନା ଉପରେ ପୂର୍ବରୁ ଗାଇଡ୍‌ଲାଇନ୍‌ର ସମୀକ୍ଷା କରିଥିଲେ । ଏହାପରେ ପିଲାଙ୍କ ପାଇଁ ଏହି ଗାଇଡ୍‌ଲାଇନ୍‌ରେ ଅନେକ ନୂଆ ଜିନିଷ ସାମିଲ କରାଯାଇଛି ।

ନୂଆ ଗାଇଡଲାଇନ୍‌ – ନୂଆ ଗାଇଡଲାଇନ୍‌ ଅନୁସାରେ , ଯଦି ଷ୍ଟେରଏଡର ବ୍ୟବହାର କରାଯାଏ , ତ ୧୦-୧୪ ଦିନରେ ଏହାର ଡୋଜ୍ କମ୍‌ କରି ଦେବା ଉଚିତ । କେନ୍ଦ୍ର କୋଭିଡ୍‌ ପରେ ଯତ୍ନ ନେବା ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ୫ବର୍ଷ ଓ ଏହାଠାରୁ କମ୍‌ ବୟସର ପିଲାଙ୍କ ପାଇଁ ମାସ୍କ ଜରୁରୀ ନୁହେଁ । ୬-୧୧ ବର୍ଷ ବୟସର ପିଲା ନିଜର ମାତା-ପିତାଙ୍କ ଯତ୍ନ ସହକାରେ ଠିକ୍‌ ଭାବେ ମାସ୍କ ପିନ୍ଧନ୍ତୁ । ୧୨ ବର୍ଷ ଓ ଏହା ଠାରୁ ଅଧିକ ବୟସର ବ୍ୟକ୍ତି ବଡ଼ ଲୋକଙ୍କ ପରି ମାସ୍କ ପିନ୍ଧିବା ଉଚିତ ।

ମନ୍ତ୍ରାଳୟ କହିଛି କି, ଏସିମଟୋମେଟିକ୍ ଓ ହାଲକା ମାମଲାରେ , ଥେରେପି ବା ପ୍ରୋଫିଲେକ୍ସିସ ପାଇଁ ଆଣ୍ଟିମାଇକ୍ରୋବିୟଲ ଔଷଧର ପରାମର୍ଶ ଦିଆଯାଇ ନାହିଁ। ସଂକ୍ରମଣର ଗୁରୁତ୍ୱ ସତ୍ତ୍ୱେ , ୧୮ ବର୍ଷରୁ କମ୍‌ ବୟସର ପିଲା ପାଇଁ ଆଣ୍ଚି ଭାଇରାଲ ବା ମୋନୋକ୍ଲୋନଲ ଆଣ୍ଟିବଡ଼ିର ବ୍ୟବହାର ନେଇ ପରାମର୍ଶ ଦିଆଯାଇ ନାହିଁ।

ନୂଆ ଗାଇଡଲାଇନ୍‌ର ମୁଖ୍ୟ କଥା – କରୋନା ରୋଗୀଙ୍କୁ ୩ ଲେୟର ଥିବା ମାସ୍କ ଲଗେଇବା ଉଚିତ। ଷ୍ଟେରଏଡର ବ୍ୟବହାର ପାଇଁ ପରାମର୍ଶ ଦିଆ ଯାଇନାହିଁ। ଷ୍ଟେରଏଡର ବ୍ୟବହାର କୋଭିଡ-୧୯ର ଏସିମଟୋମେଟିକ୍ ଓ ହାଲକା ମାମଲାରେ କ୍ଷତିକାରକ ହେବା କୁହାଯାଇଛି। ଷ୍ଟେରଏଡ ସଠିକ୍‌ ସମୟରେ , ସଠିକ୍ ଡୋଜ୍‌ରେ ଓ ନିର୍ଦ୍ଦିଷ୍ଟ ଦିନ ପାଇଁ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ସବୁ ହାଲକା ଓ ଗୁରୁତର ମାମଲାରେ କାର୍ଟିକୋଷ୍ଟେରାଇଡ୍ସର ବ୍ୟବହାର କରାଯାଇ ପାରେ । ଚିକିତ୍ସା ଆଧାରରେ ଏହାକୁ ୫ରୁ ୭ଦିନ ଯାଏ ଜାରି ରଖାଯାଇ ପାରେ। ଗାଇଡଲାଇନ୍‌ ମୁତାବିକ , ଲକ୍ଷଣ ଗୁଡ଼ିକର ଆରମ୍ଭରେ ପ୍ରଥମ ୩ରୁ ୫ ଦିନରେ ଷ୍ଟେରଏଡ ଠାରୁ ଦୂରେଇ ରହିବା ଉଚିତ , କାରଣ ଏହା ଭାଇରାଲ ଶେଡିଂକୁ ଦୀର୍ଘ କରିଥାଏ ।