PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ୍’ ପାଇଁ ସେୟାର ବଜାର ଧିମା, କ୍ଷତିରେ ବିଶ୍ୱର ଟପ୍ ୧୦ ଅରବପତିଙ୍କ ବ୍ୟବସାୟ

ନୂଆଦିଲ୍ଲୀ,୨୯।୧୦: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍‌ର ଭୟରେ ସାରା ବିଶ୍ବର ସେୟାର ବଜାର ଧିମା ପଡି ଯାଇଛି। ଭାଇରସ୍‌ର ଏହି ନୂଆ ଭାରିଆଣ୍ଟ ଦ୍ବାରା ନା କେବଳ ବଜାର ବଂର ସାରା ଦୁନିଆର ଟପ୍-୧୦  ଅରବପତିଙ୍କ ସମ୍ପତ୍ତିରେ ପ୍ରାୟ ୩୮ ବିଲିୟନ ଡଲାରର ଆଭାବ ଆସିଯାଇଛି। ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସର ତାଜା ସୂଚନା ଅନୁସାରେ, ଏଲନ୍ ମସ୍କ, ଜେଫ୍ ବେଜୋସ୍, ବର୍ନାଡ ଅର୍ନାଲ୍ଟ, ଜୁକରବର୍ଗ, ବିଲ୍‌ଗେଟସ୍‌ଙ୍କ ସହିତ ସମସ୍ତ ଟପ୍-୧୦ ଧନୀଙ୍କର ନେଟଓ୍ବର୍ଥ ୩୮ ବିଲିୟନ ଡଲାର(୨୮,୪୪,୫୮,୫୦,୦୦,୦୦୦ ଟଙ୍କା)ର ସମ୍ପତ୍ତି ହ୍ରାସ ପାଇଛି।

ଦକ୍ଷିଣ ଆଫ୍ରିକା, ଚୀନ୍, ବୋଟସ୍‌ଓ୍ବାନା, ୟୁକେ, ବ୍ରାଜିଲ, ଇସ୍ରାଏଲ, ବାଂଲାଦେଶ, ମରିସସ୍, ନ୍ୟୁଜିଲାଣ୍ଡ, ଜିମ୍ବାଓ୍ବେ, ସିଙ୍ଗାପୁର ଓ ହଙ୍ଗକଙ୍ଗ ସହିତ ୟୁରୋପରେ ଭାଇରସର ପ୍ରଭାବ କାରଣରୁ ପୁରା ବିଶ୍ବ ସତର୍କ ହୋଇଯାଇଛି। ଗତ ସପ୍ତାହରେ ଏଲନ୍ ମସ୍କଙ୍କୁ ୮.୩୮ ବିଲିୟନ ଡଲାର କ୍ଷତି ହୋଇଥିଲା। ସେଭଳି ଜେଫ୍ ବେଜୋସ୍‌ଙ୍କ ୩.୯୦ ବିଲିୟନ ଡଲାର ଓ ବର୍ନାଡେ ଆର୍ନାଲ୍ଟଙ୍କୁ ୮.୨୬ ବିଲିୟନ ଡଲାର। ବିଲଗେଟସ୍‌ଙ୍କ ସମ୍ପତ୍ତିରେ ୨.୬୮ ବିଲିୟନ ଡଲାର ହ୍ରାସ ପାଇଥିଲା।  

ଲ୍ୟାରିପେଜ୍‌ଙ୍କ ସମ୍ପତ୍ତିରେ ୩.୧୪ ବିଲିୟନ ଡଲାର,ମାର୍କ ଜୁକବରବର୍ଗଙ୍କ ସମ୍ପତ୍ତିରେ ୨.୯୩ ବିଲିୟନ ଡଲାର କ୍ଷତି ହୋଇଛି। ସେଭଳି ସର୍ଗି ବ୍ରିନ୍‌, ଷ୍ଟିଭ ଓ୍ବାଲମର, ଲେରି ଏଲିଶନ୍ ଓ ଓ୍ବରେନ୍ ବଫେଟ୍‌ଙ୍କୁ ମଧ୍ୟ ୧ ରୁ ୩ ବିଲିୟନ ଡଲାର ପର୍ଯ୍ୟନ୍ତ କ୍ଷତି ହୋଇଛି। ଯଦି ଭାରତୀୟ ଅରବପତିଙ୍କ ବିଷୟରେ କଥା ହେବା ତେବେ ମୁକେଶ ଅମ୍ବାନୀଙ୍କ ୩.୬୮ ବିଲିୟନ ଡଲାର କ୍ଷତି ହୋଇଛି। ସବୁଠାରୁ ଅଧିକ କ୍ଷତି ଗୌତମ ଆଡାନୀଙ୍କୁ ହୋଇଛି। ତାଙ୍କୁ ୧୨.୪ ବିଲିୟନ ଡଲାରର ଝଟକା ଲାଗିଛି। ସାଇରସ୍ ପୁନଓ୍ବାଲାଙ୍କୁ ଛାଡି ଭାରତର ସମସ୍ତ ଟପ୍ ୧୦ ବିଲେନିୟରଙ୍କ ସମ୍ପତ୍ତିରେ କରୋନାର ନୂବ ଭାରିଆଣ୍ଟ ଓମିକ୍ରନ୍ ପାଇଁ କ୍ଷତି ହୋଇଛି।

ସମ୍ବନ୍ଧିତ ଖବର