PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ଆସିଲାଣି ଓମିକ୍ରନର ନୂଆ ଲକ୍ଷଣ, ଶରୀରର ଏହି ସବୁ ଅଙ୍ଗ ଉପରେ ପକାଇବ ପ୍ରଭାବ, ସତର୍କ କରାଇଲେଣି ବିଶେଷଜ୍ଞ

Image Source : Times now News

ନୂଆଦିଲ୍ଲୀ,୨୪/୦୧: ଭରତରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନକୁ ନେଇ ଚିନ୍ତା ବଢ଼ିଥିବା ବେଳେ ଏହାର ଏକ ନୂଆ ଲକ୍ଷଣ ସାମ୍ନାକୁ ଆସିଛି । ଗୋଟିଏ ପଟେ ଓମିକ୍ରନର ସଂକ୍ରମଣକୁ ନେଇ ଚିନ୍ତା ତ ଅନ୍ୟ ପଟେ ସାମ୍ନାକୁ ଆସୁଥିବା ନୂଆ ନୂଆ ଲକ୍ଷଣ କେତେ ପ୍ରଭାବୀ ହେବ ତାକୁ ନେଇ ଦ୍ୱନ୍ଦରେ ସମସ୍ତେ । ଯଦିଓ ଓମିକ୍ରନ୍‌ କେବଳ ସାମାନ୍ୟ ସଂକ୍ରମଣର କାରଣ ବୋଲି କୁହାଯାଉଛି ତଥାପି କେଉଁଠି ନା କେଉଁଠି ଏହା ଲୋକଙ୍କର ସୁରକ୍ଷା ଉପରେ ପ୍ରଭାବ ପକାଇବାରେ ଲାଗିଛି । ଓମିକ୍ରନର ଲକ୍ଷଣକୁ ଦେଖିଲେ ମୁଖତଃ ଏହା ଶ୍ୱାସକ୍ରିୟ,ଆଖି, ମସ୍ତିଷ୍କ, ସ୍ୱାଦ ଓ ଗଳା ଉପରେ ପ୍ରଭାବ ପକାଉଥିବା ବେଳେ ପୁଣି ଏକ ନୂଆ ଲକ୍ଷଣକୁ ନେଇ ସୂଚନା ଦେଇଛନ୍ତି ଷ୍ଟାନଫୋର୍ଡ ବିଶ୍ୱ ବିଦ୍ୟାଳୟର କିଛି ବିଶେଷଜ୍ଞ । ବିଶେଷଜ୍ଞଙ୍କ କହିବା ଅନୁସାରେ ଓମିକ୍ରନର ନୂଆ ଲକ୍ଷଣ ଏବେ କାନ ଉପରେ ପ୍ରଭାବ ପକାଇବାରେ ଲାଗିଛି ।

ବିଶେଷଜ୍ଞଙ୍କ କହିବା ମୁତାବକ, ରୋଗର ନିରାକରଣ ପୂର୍ବରୁ ଏହାର ଲକ୍ଷଣ ଉପରେ ବିଶେଷ ଗବେଷଣା କରିବା ଆବଶ୍ୟକ । ବିଶେଷଜ୍ଞଙ୍କ କହିବା ମୁତାବକ, ଓମିକ୍ରନର ପ୍ରଭାବରେ କାନରେ କିଛି ଦାଗ ଦେଖାଯାଉଛି । ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞ ମାନେ କିିଛି ଓମିକ୍ରନ ସଂକ୍ରମିତଙ୍କ ଠାରେ ଏଭଳି କିଛି ଲକ୍ଷଣ ଦେଖିବାକୁ ପାଇଥିଲେ । ବିଶେଷଜ୍ଞଙ୍କ କହିବା ଅନୁସାରେ ଯଦି ଆପଣ କାନରେ ଯନ୍ତ୍ରଣା ଅନୁଭବ କରୁଛନ୍ତି, କାନରେ କିଛି ଦାଗ ଦେଖିବାକୁ ପାଉଛନ୍ତି, କାନରେ କିଛି ଅଡ଼ୁଆ ଅନୁଭବ କରୁଛନ୍ତି ତାହେଲେ ତୁରନ୍ତ ଯାଇ କୋଭିଡ୍‌ ଟେଷ୍ଟ କରିନିଅନ୍ତୁ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଭଳି ଲକ୍ଷଣ ସମ୍ପୁର୍ଣ୍ଣ ଟିକା ନେବା ପରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି । ବିଶେଷତଃ ଯଦି ଆପଣଙ୍କ ପାଖରେ ଥଣ୍ଡା,କଣ୍ଠରେ କର୍କଶତା, ଶରୀରରେ ଯନ୍ତ୍ରଣା,ଦୁର୍ବଳତା, ବାନ୍ତି ହେବା, ରାତିରେ ନିଦ ନଆସିବା, ସାମାନ୍ୟ ଜ୍ୱର, କାଶ, ନାକ ରୁନ୍ଧି ହୋଇଯିବା ଓ ମୁଣ୍ଡବିନ୍ଧା ଭଳି ଳକ୍ଷଣ ଦେଖାଦେଉଛି ତାହେଲେ ତୁରନ୍ତ ଯାଇ କୋଭିଡ୍‌ ଟେଷ୍ଟ କରିବା ସହିତ ଓମିକ୍ରନ୍‌ ଟେଷ୍ଟ ମଧ୍ୟ କରନିିଅନ୍ତୁ । କାହିଁକି ନା ବିଶେଷଜ୍ଞଙ୍କ କହିବା ମୁତାବକ ଏସବୁ ହେଉଛି ଓମିକ୍ରନର ପ୍ରମୁଖ ଲକ୍ଷଣ । ଯଦି ଆପଣଙ୍କୁ ଶୁଣିବାରେ କିମ୍ବା କାନରେ କିଛି ଶବ୍ଦ ଗୁଞ୍ଜରିତ ହେବା ଭଳି ଲାଗୁଛି, ତାହେଲେ ତୁରନ୍ତ ଏନେଇ ଡାକ୍ତରଙ୍କୁ ପରାମର୍ଶ କରିବାକୁ ଡାକ୍ତର କୋନ୍‌ଷ୍ଟାନଟିନା ଷ୍ଟାନକୋଭିକ୍‌ କହଛନ୍ତି । ଯଦି ଏହାକୁ ଆପଣ ଅଣଦେଖା କରିବେ ବା ଏନେଇ କିଛି ଅବହେଳା କରିବେ, ତାହେଲେ ଆପଣ ଶ୍ରବଣଶକ୍ତି ହରାଇବସିବାର ଅନେକ ଆଶଙ୍କା ରହିଛି ।

ସମ୍ବନ୍ଧିତ ଖବର