ବିଶ୍ବର ୩୦୦ କୋଟି ଲୋକଙ୍କ ପାଖରେ ନାହିଁ ସାବୁନରେ ହାତ ଧୋଇବାର ସୁବିଧା

ନୂଆଦିଲ୍ଲୀ,୧୭।୧୦: କରୋନା ଭାଇରସ୍ ମହାମାରୀ ବେଳେ ହାତ ଧୋଇବା ଖୁବ୍ ଜରୁରୀ କାମ। ତେବେ ଏବେ ବି ବିଶ୍ବରେ କୋଟି କୋଟି ଲୋକଙ୍କ ପାଇଁ ସଫା ପାଣି ଓ ସାବୁନରୁ ହାତ ଧୋଇବା ଏକ ସ୍ବପ୍ନ ଭଳି। ୟୁନିସେଫ୍ ଓ ଡବ୍ଳୁଏଚଓର ମିଳିତ ମନିଟରିଂ ରିପୋର୍ଟିଂ ୨୦୧୯ ଅନୁସାରେ, ବିଶ୍ବରେ ୩୦୦ କୋଟି ଲୋକଙ୍କ ପାଖରେ ହାତ ଧୋଇବାର ପାଇଁ ସମ୍ବଳ ନାହିଁ। ଏହି ସଂଖ୍ୟା ବିଶ୍ବର ଜନସଂଖ୍ୟା ୪୦ ପ୍ରତିଶତ ଅଟେ। କରୋନା ଭାଇରସ୍ ସମୟରେ ଏହା ଖୁବ୍ ବଡ ସଂଖ୍ୟା, ଯାହା ପାଖରେ ହାତ ଧୋଇବା ପାଇଁ ପର୍ଯ୍ୟାପ୍ତ ପରିମାଣର ପାଣି ଓ ସାବୁନ ନାହିଁ।

ୟୁନିସେଫର ଭାରତୀୟ ପ୍ରତିନିଧି ଡକ୍ଟର ୟାସମିନ୍ ଅଲ୍ଲୀ ହକ୍ କହିଛନ୍ତି, ଯେପରି ମହାମାରୀ ବ୍ୟାପିବାରେ ଲାଗିଛି, ଏହା ମନେ ରଖିବା ଖୁବ୍ ଜରୁରୀ ହୋଇଯାଇଛି ଯେ, ହାତ ଧୋଇବା ଏକ ବ୍ୟକ୍ତିଗତ ପସନ୍ଦ ନୁହେଁ ବରଂ ସାମାଜିକ କାର୍ଯ୍ୟ। କରୋନା ଭାଇରସ୍ ଓ ଅନ୍ୟ ଇମ୍ପେକସନରୁ ନିଜକୁ ବଞ୍ଚାଇବା ପାଇଁ ଏହି ପକ୍ରିୟାକୁ ଗ୍ରହଣ କରାଯାଇପାରେ ଓ ଏହା ସବୁଠାରୁ ଶସ୍ତା ପକ୍ରିୟା। ଭାରତରେ ପାଣିରେ ହାତ ଧୋଇବାର ସୁବିଧା ଏକ ବଡ ଚିନ୍ତା, ରିପୋର୍ଟରେ କୁହାଯାଇଛି ଭାରତରେ କେବଳ ୬୦ ପ୍ରତିଶତ ପରିବାର ପାଖରେ ସାବୁନରେ ହାତ ଧୋଇବାର ସୁବିଧା ରହିଛି।

ଗ୍ରାମାଞ୍ଚଳରେ ଏହ ସୁବିଧା ବହୁତ କମ୍। ବିଶ୍ବବ୍ୟାପୀ ଯଦି ଦେଖାଯାଏ ତେବେ ପ୍ରତି ୫ ଜଣଙ୍କ ଭିତରୁ ୩ ଜଣ ପାଖରେ ସାବୁନ ଓ ପାଣି ଦେଇ ହାତ ଧୋଇବାର ସୁବିଧା ରହିଛି। ଏହା ପୂର୍ବରୁ ରାଷ୍ଟ୍ରୀୟ ସାମ୍ପଲ ସର୍ଭେ ୨୦୧୯ର ରିପୋର୍ଟ ଅନୁସାରେ, ଖାଦ୍ୟ ଖାଇବା ପୂର୍ବରୁ ୨୫.୩ ପ୍ରତିଶତ ଗ୍ରାମୀଣ ପରିବାର ଓ ୫୬ ପ୍ରତିଶତ ସହରୀ ପରିବାର ସାବୁନ କିମ୍ବା ଡିଟରଜେଣ୍ଟରେ ନିଜର ହାତ ଧୋଇଥାନ୍ତେ। ତେବେ ଖାଦ୍ୟ ଖାଇବା ପୂର୍ବର ୨.୭ ପ୍ରତିଶତ ଲୋକ ପାଉଁଶ, ମାଟି କିମ୍ବା ବାଲିର ବ୍ୟବହାର କରିଥାନ୍ତି। ଉଲ୍ଲେଖନୀୟ ଯେ, ୧୫ ଅକ୍ଟୋବରରେ ବିଶ୍ବରେ ଗ୍ଲୋବାଲ ହାଣ୍ଡ ଓ୍ବାଶିଂ ଡେ ପାଳନ କରାଯାଏ, ଯାହାର ଲକ୍ଷ୍ୟ ଲୋକଙ୍କୁ ବୁଝାଇବାର ହାତ ଧୋଇବା କେତେ ଜରୁରୀ ଅଟେ ଓ କେବଳ ହାତ ଧୋଇବା ଦ୍ବାରା ରୋଗ ଶେଷ କରାଯାଇପାରେ।

   ସମ୍ବନ୍ଧିତ ଖବର


ଭାରସାମ୍ୟ ହରାଇ ପିଟି ହେଲା କାର, ଚାଳକ ଆହତ

ତାରାଙ୍କ ନୂଆ ଅବତାର: ନେତାରୁ ସାଜିଲେ ଅଭିନେତା, ମା’ ଦୁର୍ଗାଙ୍କ ପୂଜା କରୁଥିବା ଭିଡିଓ ଭାଇରାଲ୍‌

ପଶ୍ଚିମବଙ୍ଗ-ବାଂଲାଦେଶକୁ ମୁହାଁଇଲା ଭୀଷଣ ଅବପାତ: ଆଜି ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ