୩୧ରେ ପୁଣି ବଡ଼ କାଳବୈଶାଖୀ: ଘଡ଼ଘଡ଼ି ସହ ମଧ୍ୟମ ବର୍ଷା ସମ୍ଭାବନା, ୩୦ରୁ ୪୦ କିମି ବେଗରେ ବହିବ ପବନ

ଭୁବନେଶ୍ୱର, ୩୦/୫: ଭୟଙ୍କର କାଳବୈଶାଖୀ । ଥରାଇଲା, ଭସାଇଲା, ଭାଙ୍ଗିଲା ଆଉ ଡରାଇଲା । ରାତି ଅଧରେ ଶିହିରି ଉଠିଲା ଅଧା ଉପକୂଳ ଓଡ଼ିଶା । ସାଏଁ ସାଏଁ ପବନ ମାଡ଼କୁ ଛାତି ଥରା ଘଡ଼ଘଡ଼ି । ଭୁବନେଶ୍ୱର, କଟକ, ବାଲେଶ୍ୱର, ପୁରୀ, ବାରିପଦା, କେନ୍ଦୁଝର… ଥରି ଉଠିଲା । ପଶ୍ଚିମ ଓଡ଼ିଶାରେ ବି ଗର୍ଜିଲା କାଳବୈଶାଖୀ । ସବୁଠି ବାତ୍ୟା ଭଳି ଆତଙ୍କ ଖେଳାଇଲା କାଳବୈଶାଖୀ । ଅନେକ ଅଞ୍ଚଳରେ ଗଛ ଉପୁଡ଼ିବା ସହ କେତେକ ଜାଗାରେ ବିଜୁଳି ଖୁଣ୍ଟା ମାଟିରେ ଶୋଇଛି । କଚ୍ଚା ଘର ଭାଙ୍ଗିଛି । ପାଣିପାଗ ପୂର୍ବାନୁମାନ କହୁଛି, ଏବେ ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜାରି ରହିବ । ତେବେ ଆସନ୍ତା ୩୧ ତାରିଖରେପୁଣି ବଡ଼ଧରଣର ପ୍ରକୋପ ଦେଖାଇପାରେ କାଳବୈଶାଖୀ ।

ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱରରେ ଭୟାନକ କାଳବୈଶାଖୀ କରାଳ ରୂପ ଦେଖାଇଥିଲା । ଘଣ୍ଟାଏ ଧରି ପ୍ରବଳ ବର୍ଷା, ପବନ ଚାଲିଥିଲା । ଘଣ୍ଟାଏ ଭିତରେ ୬୦.୬ ମିଲିମିଟର ବର୍ଷା ହୋଇଥିଲା । କଟକରେ ବି ପ୍ରବଳ ବର୍ଷା, ପବନ ହୋଇଥିଲା ରାତିରେ । ପ୍ରାୟ ୪୦ ମିମି ବର୍ଷା ଛେଚିଥିଲା କଟକରେ । ବାଲେଶ୍ୱରରେ ଦିନରେ ୨୦ ମିମି ବର୍ଷା ହୋଇଥିବାବେଳେ ସନ୍ଧ୍ୟା ପରେ ଗୋପାଳପୁରରେ ୩୬.୫, ପାରାଦୀପରେ ୨୪.୨, ପୁରୀରେ ୧୪.୮, କେନ୍ଦୁଝରରେ ୨୭.୫ ବର୍ଷା ହୋଇଥିଲା । ସମ୍ବଲପୁର, ହୀରାକୁଦ, ବୌଦ୍ଧ, ଫୁଲବାଣୀ, ତାଳଚେରରେ ବି କାଳବୈଶାଖୀ ହୋଇଥିଲା ।
ପାଣିପାଗ ବିଭାଗ କହିଛି, ବାୟୁମଣ୍ଡଳରେ ଜଳୀୟବାଷ୍ପ ଅଧିକ ଥିବାରୁ କାଳବୈଶାଖୀ ଭୟଙ୍କର ରୂପ ନେଲା । ବର୍ତ୍ତମାନ ରାଜ୍ୟରେ କାଳବୈଶାଖୀ ଜାରି ରହିବ ।

୩୧ରେ ପୁଣି ବଡ଼ ଧରଣର କାଳବୈଶାଖୀ ହୋଇପାରେ । ରବିବାର ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା, ଉପକୂଳ ଓଡ଼ିଶା, ଦକ୍ଷିଣ ଆଭ୍ୟନ୍ତରୀଣରେ ହାଲୁକାରୁ ମଧ୍ୟମ ବର୍ଷା ସହ ଘଡ଼ଘଡ଼ି ହୋଇପାରେ । ଝାରସୁଗୁଡା, ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, କନ୍ଧମାଳରେ ବର୍ଷା ପବନ ହୋଇପାରେ । ୩୦ରୁ ୪୦ କିମି ପବନ ସହ ଘଡ଼ଘଡ଼ି ଆଶଙ୍କା ଅଛି । ଆଜି ୭ଟି ସହରରେ ପାରଦ ୪୦ ଡିଗ୍ରୀ ଟପିଥିଲା । ଟିଟିଲାଗଡ଼ ଓ ବଲାଙ୍ଗିର ପାରଦ ୪୨.୫ ଡିଗ୍ରୀ ଲେଖାଏଁ ଥିଲା । ଉପକୂଳରେ ପାରଦ ତଳକୁ ଖସି ଆସିଛି ।

   ସମ୍ବନ୍ଧିତ ଖବର


ଅସ୍ତ୍ରଶସ୍ତ୍ର ଧରି ଦୁଇଟି ଜେଲ ଉପରେ ଉତ୍ୟକ୍ତ ଲୋକଙ୍କ ଆକ୍ରମଣ,୨୦୦୦ କଏଦୀ ଫେରାର

ଖଣ୍ଡଗିରିରୁ ଯୁବକଙ୍କୁ ଉଠାଇନେଲା NIA, ଅଜ୍ଞାତ ସ୍ଥାନରେ କରୁଛି ପଚରାଉଚରା

ବାଡିରୁ ଫୁଲ ତୋଳିଦେଲା ବୋଲି, ଦିବ୍ୟାଙ୍ଗ ନାବାଳିକାକୁ ନିସ୍ତୁକ ମାଡ ମାରିଲେ ପଡୋଶୀ…

ଓକିଲଗୁଡା ପଥର ଖାଦାନ ବିସ୍ଫୋରଣ ଘଟଣା : ତହସିଲଦାର ଲକ୍ଷ୍ମୀ ନାରାୟଣ ସାବତ ସସ୍‌ପେଣ୍ଡ

ସାବଧାନ ! ପାର୍ବଣରେ ମାତିଛନ୍ତି ଲୁଟେରା, ଜୋର୍ ଜବରଦସ୍ତ ମହିଳାଙ୍କ ଠାରୁ ଝାମ୍ପିନେଲେ କାନଫୁଲ…

ନିବେଶକଙ୍କ ପ୍ରଥମ ପସନ୍ଦ ଓଡ଼ିଶା: ମୁଖ୍ୟମନ୍ତ୍ରୀ