ସ୍ବାମୀଙ୍କ ପାସପୋର୍ଟରେ ରାସନ ହିସାବ କିତାବ ଓ ଆତ୍ମୀୟଙ୍କ ଫୋନ୍ ନମ୍ବର ଲେଖିଥିଲେ ସ୍ତ୍ରୀ, ଭିଡ଼ିଓ ହେଲା ଭାଇରାଲ…

ସାଧାରଣତଃ ଭାରତରେ ଗୋଟିଏ ପାସପୋର୍ଟ ତିଆରି କରିବାକୁ ହେଲେ ବହୁଥର ଦୈାଡ଼ିବାକୁ ପଡ଼ିଥାଏ। ଯେତେବେଳେ ତାହା ହୋଇଯାଏ ତାକୁ ପୁଣି ଭଲ ଭାବେ ସମ୍ଭାଳି ରଖିବାକୁ ପଡ଼େ। କାହିଁକି ନା ଭାରତଠାରୁ ବାହାର କୈାଣସି ଦେଶକୁ ଯିବାକୁ ହେଲେ ଏହି ପାସପୋର୍ଟ ଦରକାର ପଡ଼ିଥାଏ। ମାତ୍ର କେରଳର ଜଣେ ମହିଳା ନିଜ ସ୍ବାମୀଙ୍କ ପାସପୋର୍ଟର ଆବଶ୍ୟକତା ବୁଝିପାରିଲେ ନାହିଁ ଆଉ ତାକୁ ଫୋନ୍ ଡାଏରୀ କରିଦେଲେ। ମହିଳା ଜଣକ ସେହି ପାସପୋର୍ଟରେ ବହୁତ ଜଣ ଆତ୍ମୀୟଙ୍କ ଫୋନ୍ ନମ୍ବର ଲେଖିଛନ୍ତି।

କେବଳ ସେତିକି ନୁହେଁ, ଏହି ପାସପୋର୍ଟରେ ଘର ରାସନର ହିସାବ କିତାବ ମଧ୍ୟ କରିଥିଲେ। ଫୋନ ଡାଏରୀ କରିଥିବା ଏହି ପାସପୋର୍ଟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।  

ମାତ୍ର ଭିଡ଼ିଓରେ କୁହାଯାଉଛି କି ସ୍ବାମୀଙ୍କର ଯେଉଁ ପାସପୋର୍ଟରେ ମହିଳା ଜଣକ ଫୋନ ନମ୍ବର ଓ ରାସନର ହିସାବ କିତାବ କରିଥିଲେ ସେହି ଡାଏରୀ ବହୁତ ପୁରୁଣା ଥିଲା। ତାହା କୈାଣସି କାମରେ ଆସିବ ନାହିଁ ବୋଲି ସେ କହିଥିଲୋ। ଏହି କାରଣ ଯୋଗୁଁ ମହିଳା ଜଣକ ସ୍ବାମୀଙ୍କ ପାସପୋର୍ଟକୁ ଫୋନ ଡାଏରୀ କରି ସେଥିରେ ହିସାବ କିତାବ କରିଥିଲେ।  

   ସମ୍ବନ୍ଧିତ ଖବର


ଟିମ୍‌ ଇଣ୍ଡିଆ ଖେଳାଳି ଆଇପିଏଲରେ ହିରୋ, ଇଣ୍ଟରନ୍ୟାସନାଲ ମ୍ୟାଚରେ ଜିରୋ! ବିରାଟ ବାହିନୀକୁ କାହିଁକି ‘ଠୁ ଓଲ୍ଡ ସ୍କୁଲ’ କହିଲେ ମାଇକେଲ ଭନ୍

Ola-Uber ଉପରେ ସରକାରଙ୍କ କଟକଣା, ଆଉ ନେଇ ପାରିବେନି ଅଧିକ ଭଡ଼ା

ଏବେ ବାହନ ପଞ୍ଜୀକରଣ ବେଳେ ନୋମିନିଙ୍କ ନାଁ ଦେବାକୁ ପଡିବ, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟର ପ୍ରସ୍ତାବ

PNB ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା : ୧ ଡିସେମ୍ୱରରୁ ବଦଳିବ ଟଙ୍କା ଉଠାଇବାର ନିୟମ

ଚୀନ୍‌ର ଚୋରପଣ- କହିଲା ଭାରତରୁ ବ୍ୟାପିଛି କରୋନା ଭାଇରସ୍‌

ଚୀନ୍ ସୈନିକଙ୍କୁ ଜିନପିଙ୍ଗ୍‌ଙ୍କ ମନ୍ତ୍ର: ମୃତ୍ୟୁକୁ ଭୟ ନକରି ଯୁଦ୍ଧ ଜିତିବାର ପ୍ରସ୍ତୁତି କର