ଜଣେ ଆକ୍ରାନ୍ତ ଅନ୍ୟ ୪ ଜଣଙ୍କୁ କରିପାରେ ସଂକ୍ରମିତ, ଆଇସିଏମଆର୍ ଦେଲା ବ୍ରେକ୍ ବାଟ

ନୁଆଦିଲ୍ଲୀ ୨୬/୩: କରୋନା ଭାଇରସ୍ ସାରା ବିଶ୍ୱକୁ ଚିନ୍ତାରେ ପକାଇଛି । ଏହାକୁ ରୋକିବା ପାଇଁ ନିରନ୍ତର ଅନୁସନ୍ଧାନ ଏବଂ ଅଧ୍ୟୟନ କରାଯାଉଛି । ଭାରତରେ ପ୍ରତିଦିନ କରୋନା ସଂକ୍ରମଣର ନୂଆ ମାମଲା ସାମ୍ନାକୁ ଆସୁଛି । ଏହା ନିଶ୍ଚିତ ଯେ କରୋନା ଭୁତାଣ ଜଣେ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣେ ସୁସ୍ଥ ବ୍ୟକ୍ତିକୁ ବ୍ୟାପିଥାଏ। ଏହାର ବଢୁଥିବା ସଂକ୍ରମଣ ସମ୍ପର୍କରେ  ଇଣ୍ଡିଆନ୍ ମେଡିକାଲ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଗାଣିତିକ ମଡେଲିଂ ଉପରେ ଆଧାରିତ ତଥ୍ୟକୁ ନେଇ ଏକ ଅଧ୍ୟୟନ କରିଛି, ଯେଉଁଥିରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି ।

ଯଦିଓ  ICMR ର ଏହି ଅଧ୍ୟୟନ ଫେବୃଆରୀ ଶେଷ ପର୍ଯ୍ୟନ୍ତ ଆସିଥିବା ତଥ୍ୟ ଉପରେ ଆଧାରିତ  । ସେତେବେଳେ ଦେଶ କରୋନା ସଂକ୍ରମଣରେ ପ୍ରଥମ ପର୍ଯ୍ୟାୟରେ ଥିଲା। ଏହି ତଥ୍ୟକୁ ଆଧାର କରି,  ଅଧ୍ୟୟନରେ ଦର୍ଶାଯାଇଛି ଯେ କରୋନା ଭାଇରସ ସଂକ୍ରମିତ ଜଣେ ବ୍ୟକ୍ତି ହାରାହାରି ୧.୫ ଲୋକଙ୍କୁ ସଂକ୍ରମିତ କରିପାରେ ।  ଯଦି ସଂକ୍ରମଣ  ତୀବ୍ର ବେଗରେ ବ୍ୟାପେ ତେବେ ପ୍ରତ୍ୟେକ ନୂଆ ସଂକ୍ରମିତ ବ୍ୟକ୍ତି ଅନ୍ୟ ଚାରି ଜଣଙ୍କୁ  ସଂକ୍ରମିତ କରିପାରେ ।

ଏହି ଗାଣିତିକ ମଡେଲ ଆଧାରିତ ଅଧ୍ୟୟନର ନାମ ହେଉଛି – ପ୍ରୁଡେଣ୍ଟ ପବ୍ଲିକ୍ ହେଲ୍ଦ ଇଣ୍ଟରଭେନସନ୍ ଷ୍ଟ୍ରାଟେଜୀ ଟୁ କଣ୍ଟ୍ରୋଲ ଦ କରୋନା ଭାଇରସ ଡିଜିଜ୍ ଟ୍ରାନ୍ସମିଶନ୍ ଇନ୍ ଇଣ୍ଡିଆ । ଏହି ଅଧ୍ୟୟନରେ ଭାଇରସ ଭାଇରସ ବ୍ୟାପୁଥିବା ତୀବ୍ରତାକୁ ନେଇ ଆକଳନ କରାଯାଇଛି ।  କୁହାଯାଉଛି ନୂଆ ଆକଳନରେ ସଂକ୍ରମଣ କମ୍ ହେବାର ଅର୍ଥ ଭାଇରସ ସମାପ୍ତ ହେବାକୁ ଯାଉଛି ।  ତେବେ ନୂଆ ସଂକ୍ରମଣ ହେବାର ତାତ୍ପର୍ଯ୍ୟ ହେଉଛି ଅଧିକ ଯାଞ୍ଚ ଆବଶ୍ୟକ । ସଠିକ୍ ପଦକ୍ଷେପ ନନେଲେ ଏହାକୁ କାବୁ କରିବା କଷ୍ଟ ହୋଇପଡିବ । ମନେ ପକାଇ ଦେଉଛୁ ଏହି ଅଧ୍ୟୟନ ଫେବୃୟାରୀ ରିପୋର୍ଟ ଉପରେ ଆଧାରିତ । ସେତେବେଳେ ସଂକ୍ରମଣ ପ୍ରଥମ ଷ୍ଟେଜରେ ଥିଲା । ଏବେ ନୂଆ ମାମଲା ଆସିବା କମିବାର ନାଁ ନେଉନି, ଯଦି ଏମିତି ହୁଏ ତେବେ ଦ୍ୱିତୀୟ ପର୍ଯ୍ୟାୟରୁ ଦେଶରେ ସଂକ୍ରମଣ ତୃତୀୟ ପର୍ଯ୍ୟାୟକୁ ଚାଲିଯିବ । ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦୦ ଟପିସାରିଛି ।

ଉପାୟ ବତାଇଛି ଆଇସିଏମଆର
ଆଇସିଏମଆର ଦ୍ୱାରା କରାଯାଇଥିବା ଏହି ଅଧ୍ୟୟନରେ, କିଛି ପଦକ୍ଷେପ ମଧ୍ୟ ଉଲ୍ଲେଖ ରହିଛି | ଯଦି ଲୋକଙ୍କୁ କ୍ୱାରଣ୍ଟାଇନ୍ କରାଯାଏ ତେବେ ସଂକ୍ରମଣକୁ ୬୨ ରୁ ୮୯ ପ୍ରତିଶତ ହ୍ରାସ କରାଯାଇପାରେ। ଏହି ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ସାମାଜିକ ଦୂରତା ଏକ ପ୍ରମୁଖ ଉପାୟ ବୋଲି କୁହାଯାଇଛି  । ଆଇସିଏମଆର ମହାମାରୀ ବିଶେଷଜ୍ଞ ପ୍ରମୁଖ ଡ. ରମଣ ଆର ଗଙ୍ଗଖେଡକର କହିଛନ୍ତି ଯେ ଆମର ଉଦ୍ଦେଶ୍ୟ ଆଗାମୀ ସମୟରେ କେବଳ ସଂକ୍ରମିତ ସଂଖ୍ୟା ଜାଣିବା ନୁହେଁ,  ବରଂ ଏହା ସାହାଯ୍ୟରେ କିଛି ଉପାୟ ବାହାରିପାରେ । ଭବିଷ୍ୟତରେ ଏହା ମାନବ ସମାଜ ପାଇଁ ଅନେକ ପରିମାଣରେ ଲାଭଦାୟକ ସାବ୍ୟସ୍ତ ହୋଇପାରେ ।

   ସମ୍ବନ୍ଧିତ ଖବର


କ୍ବାରେଣ୍ଟାଇନରେ ଥିବା ଯୁବକ ଉଲଘ୍ନ ଅବସ୍ଥାରେ ଖସି ପଳାଇଲେ, ରାଗରେ ପଡୋଶୀ ମହିଳାଙ୍କୁ କାମୁଡିବା ପରେ ମୃତ୍ୟୁ

କରୋନା ଲକଡାଉନ ଭିତରେ ଭୟଙ୍କର ସ୍ଥିତି, ଘରକୁ ଫେରିବାକୁ ଆନନ୍ଦ ବିହାରରେ ହଜାର ହଜାର ସଂଖ୍ୟାରେ ଶ୍ରମିକଙ୍କ ଭିଡ

ଲକ ଡାଉନ : ୨୧ ବର୍ଷୀୟ ଯୁବକ ଜୀବନ ହାରିଦେଲେ !

କରୋନା ବେଶରେ ଲୋକଙ୍କୁ ଲକ୍‌ଡାଉନ୍‌ ବିଷୟରେ ବୁଝାଇଲା ପୁଲିସ୍‌