ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ଵର, ୨୦/୦୧ : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲାରେ ଓଡ଼ିଶା ଲିଙ୍କ୍। ଓଡ଼ିଶାରୁ ଜଣେ ଅଭିଯୁକ୍ତକୁ ଗିରଫ କଲା ମୁମ୍ଵାଇ ସାଇବର୍ ସେଲ୍। ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଲେ ନୀରଜ ସିଂହ। ସେ ଜଣେ ଇଞ୍ଜିନିୟରିଂ ଓ ଏମବିଏ ଛାତ୍ର। ନୀରଜଙ୍କୁ ନୟାପଲ୍ଲୀ ଥାନା ଅଞ୍ଚଳରୁ ଗିରଫ କରିଛି ମୁମ୍ଵାଇ ସାଇବର୍ ସେଲ୍।
ସୂଚନାନୁଯାୟୀ, ବୁଲିବାଇ ଆପ୍ ତିଆରି କରିବାରେ ନୀରଜ ସିଂହଙ୍କ ମୁଖ୍ୟ ଭୂମିକା ଥିଲା। ଗତ କିଛି ଦିନ ହେଲା ମୁମ୍ଵାଇ ସାଇବର୍ ସେଲ୍ ନୀରଜଙ୍କୁ ଖୋଜୁଥିଲା। ଶେଷରେ ଆଜି ଭୁବନେଶ୍ଵର ନୟାପଲ୍ଲୀ ଥାନା ଅଞ୍ଚଳରୁ ନୀରଜଙ୍କୁ କାବୁ କରିବାରେ ସଫଳ ହୋଇଛି ମୁମ୍ଵାଇ ସାଇବର୍ ସେଲ୍।