କୋରାପୁଟ, ୨।୮ କୋରାପୁଟରେ ୬୦ ଲକ୍ଷ ଟଙ୍କା ଚିଟ ଫଣ୍ଡ ଠକେଇ ଘଟଣାରେ କୋରାପୁଟ ଟାଉନ ପୋଲିସ ଜଣଙ୍କୁ ଗିରଫ କରିଛି l ଗିରଫ ବ୍ୟକ୍ତି ଜଣକ ଝାଡଖଣ୍ଡର ଚନ୍ଦନ କୁମାର ଚୌଧୁରୀ ବୋଲି କୋରାପୁଟ ଟାଉନ ଥାନା ଆଇଆଇସି ଧିରେନ ପଟ୍ଟନାୟକ କହିଛନ୍ତି l
ଝାଡଖଣ୍ଡ ରାଜ୍ୟର ଚନ୍ଦନଙ୍କ ସହିତ ୪ ଜଣ କୋରାପୁଟ ରାଜ ରେସିଡେନସୀ ହୋଟେଲରେ ଗତ ଅପ୍ରେଲ ମାସରୁ ରହିଥିଲେ l ସ୍କାଏ ଟ୍ରେଡ଼ ନାମରେ ୩ ଗୁଣା ଟଙ୍କା ମିଳିବ କହି ଲୋକମାନଙ୍କୁ ୬୦ ଲକ୍ଷ ଠକି ଛନ୍ତି l ଏହି ଘଟଣାରେ ସମ୍ପୃକ୍ତ ଚନ୍ଦନ କୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନେ ଫେରାର ହୋଇ ଯାଇଛନ୍ତି l ସେମାନଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଜାରି ରଖିଛି।