କଫ୍ ସିରପ୍ ସହ ଜଣେ ଗିରଫ

ପଦ୍ମପୁର ୧/୬: ଜଗଦଲପୁର ଅଞ୍ଚଳର ଯୁବପିଢି ଏବେ କଫ ସିରପ ପରି ନିଶା କବଳରେ ଯାହା ଅଭିଭାବକଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି  । ତେଣୁ ଏନେଇ ତତ୍ପରତା ଦେଖାଇଛି ପଦ୍ମପୁର ଉପଖଣ୍ତ ଜଗଦଲପୁର ପୋଲିସ ।  ଧୁମାଭଟା ଛକରୁ ଲଖମରା ତାରିଣୀ ମନ୍ଦିର ରାସ୍ତାରେ ଜଣେ କଫ୍ ସିରପ ନେଉଥିବାବେଳେ ଧରିଛି  ପୋଲିସ ।

ଧୁମାଭଟା ଗ୍ରାମର ପ୍ରଶାନ୍ତ ଡନସନା ( ୨୩)୬୮ ବୋତଲ ଏସ କପ୍ କଫ ସିରପ  ବାଇକରେ ଧରି ବିକ୍ରି କରୁଥିଲା  । ବିଶ୍ବସ୍ଥ ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ଲିଲିମା ଲଲିତା ବାର୍ଲା ନିଜର ସହକର୍ମୀ ଏ ଏସ୍ ଆଇ ସତ୍ୟାନନ୍ଦ ଭୋଏ ଓ କେତନ ଧରୁଆଙ୍କୁ ଧରିବାକୁ ନିର୍ଦ୍ଦେଶ ଦେଇଥିଲେ,  ତାପରେ ସେମାନେ ଅଭିଯୁକ୍ତକୁ ଧରିଥିଲେ। ଜଗଦଲପୁର ଥାନା କେଶ ନଂ ୬୯ରେ ଏକ ମାମଲା ରୁଜ୍ଜୁ କରି ପ୍ରଶାନ୍ତକୁ କୋର୍ଟ ଫରୱାଡ କରାଯାଇଛି । ଜାମିନ ନାମାଂଜୁର ହୋଇଥିବାରୁ ଏବେ ତାକୁ ପଦ୍ମପୁର ସବ ଜେଲକୁ ପଠାଇଦିଆଯାଇଛି । ଦୀର୍ଘ ଦିନ ହେବ ଏହି ଯୁବକ ନିଶାଦ୍ରବ୍ୟ ବ୍ୟବସାୟରେ ଲିପ୍ତ ଥିବାରୁ ତାର ଗିରଫ ପରେ ଅଂଚଳରେ ଖୁସିର ବାତାବରଣ ରହିଛି  । ଯୁବପିଢି ନିଜେ ଏହି ନିଶା ଦ୍ରବ୍ୟର ବ୍ୟାବସାୟୀ ଏବଂ ଯୁବପିଢି ହିଁ ଗ୍ରାହକ, ତେଣୁ ଏହି ଅଞ୍ଚଳର ଲୋକେ ଏବେ ଚିନ୍ତିତ । ପୋଲିସର ଏହି ପଦକ୍ଷେପରେ ଯଦିଓ ସ୍ଥାନୀୟ ଲୋକେ ଖୁସି କିନ୍ତୁ ସେମାନେ ସନ୍ତୁଷ୍ଟ ନାହାଁନ୍ତି । କାରଣ ଛୋଟ ଛୋଟ ବ୍ୟାପାରୀ କେବେ କେବେ ଧରାପଡୁଛନ୍ତି, ହେଲେ ଗୋଦାମ କରି ରଖୁଥିବା ବେପାରୀ ଏବେବି ପୋଲିସକୁ ଭୟକରୁ ନାହାଁନ୍ତି । ତେଣୁ ଲୋକେ ପୋଲିସଠୁ ଆହୁରି କଡା କାର୍ଯ୍ୟାନୁଷ୍ଠାନ ଆଶା କରୁଛନ୍ତି ।

   ସମ୍ବନ୍ଧିତ ଖବର


ଆସନ୍ତା ୨୧ ଯାଏଁ ବୁର୍ଲା ଭିସୁଟ୍ ସଟଡାଉନ୍, ଭିମସାରେ ଆଉଟଡୋର ବନ୍ଦ

ଯୁକ୍ତ ଦୁଇ ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷକ ପଜିଟିଭ୍‌, କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ

କନେଷ୍ଟବଳ ସ୍ୱାମୀଙ୍କ ନାଁରେ ଅଭିଯୋଗ ଆଣିଲେ ପତ୍ନୀ, କରୁଛନ୍ତି ଦ୍ୱିତୀୟ ବିବାହ

ବିଦ୍ୟୁତ ପୋଲରୁ ଖସି କର୍ମଚାରୀଙ୍କ ମୃତ୍ୟୁ, କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣା

ସାଧାରଣ ଲୋକଙ୍କ ପାଇଁ ସରକାରୀ କାର୍ଯ୍ୟାଳୟ ମନା, ଗଞ୍ଜାମ ଜିଲ୍ଲାପାଳଙ୍କ ସୂଚନା

କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ହେଲା କାଳ: ରାସ୍ତାରେ ବ୍ୟାରିକେଡ୍‌ ଯୋଗୁଁ ଆସିପାରିଲାନି ଆମ୍ବୁଲାନ୍ସ, ବାଟରେ ଚାଲିଗଲା ବାଳକର ଜୀବନ