ଖେଳପଡ଼ିଆ ଭିତରେ ପ୍ରାଣାନ୍ତକ ଆକ୍ରମଣ, ଯୁବକ ଗୁରୁତର

ନୀଳଗିରି,୨୫/୧: ଖେଳପଡ଼ିଆରେ ଗଣ୍ଡଗୋଳ। ଯାହାଫଳରେ ଜଣେ ଗୁରୁତର। ଏଭଳି ଏକ ଖବର ଆସିଛି ବାଲେଶ୍ଵର ଜିଲ୍ଲା ଖନ୍ତାପଡା ଥାନା ଅଧିନ ଜିରତାଳ ଅଞ୍ଚଳରୁ।
ମିଳିଥିବା ସୂଚନାମୁତାବିକ, ଜିରତାଳ ସୁବର୍ଣ୍ଣମୁଖୀ ପଡ଼ିଆରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲିଥିବା ବେଳେ ସେହି ଅଂଚଳର ରମେଶ ଚନ୍ଦ୍ର ନାୟକଙ୍କ ପୁଅ କ୍ରିଷ୍ନା ପଡ଼ିଆରେ କ୍ରିକେଟ ଖେଳୁଥିଲେ। ହଠାତ୍ ରବି ନାୟକ,ବାପି ନାୟକ,ରବିନ୍ଦ୍ର ନାୟକ,ପପି ନାୟକ,ରତିକାନ୍ତ ନାୟକ ହଠାତ ପଡିଆକୁ ପଶି କ୍ରିଷ୍ନାଙ୍କୁ ଆତର୍କିତ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି।
କ୍ରିଷ୍ନାଙ୍କୁ ଗୁରୁତର ଭାବେ ଖନ୍ତାପଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସ୍ଵାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ତାଙ୍କ ବାପା ରମେଶ ଚନ୍ଦ୍ର ନାୟକ ଖନ୍ତାପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣା ର ତଦନ୍ତ କରି ଜଣେ ଯୁବକକୁ ଅଟକ ରଖି ପଚରା ଉଚୁରା କରୁଥିବା ସୂଚନା ମିଳିଛି।