ରାଜ୍ୟରେ ଆଉ ଏକ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି

ଭୁବନେଶ୍ବର ୨/୦୬: ରାଜ୍ୟରେ କରୋନା ବିସ୍ତାର କମିବାର ନାଁ ନେଉନ ଥିବା ବେଳେ ଏକାଥରକେ ୧୩୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ପୁଣି ଜଣେ କରୋନା ଆକ୍ରାନ୍ତଙ୍କୁ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ଫଳରେ ରାଜ୍ୟରେ କରୋନା ମୁତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପୁଣି ଆଜି କରୋନା ଆଉ ଏକ ମୁଣ୍ଡ ନେଇଛି। ମୃତ ସଂକ୍ରମିତ ଜଣକ‌ ଖୋର୍ଦ୍ଧା ଜିଲ୍ଲାର ୬୩ ବର୍ଷୀୟ ବ୍ୟକ୍ତି ବୋଲି ସୂଚନା ମିଳିଛି। ଚିକିତ୍ସା ଚାଲିଥିବା ବେଳେ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାର ୩ଜଣ ମୃତ୍ୟୁ ଘଟିଥିବା ବେଳେ ଆଜି ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ଖୋର୍ଦ୍ଧା ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ସେହିଭଳି ପୂର୍ବରୁ ଗଞ୍ଜାମ ଜିଲ୍ଲାରୁ ୩ ଜଣ ଏବଂ କଟକ ଜିଲ୍ଲାରୁ ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇସାରିଛି ।

ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା ୧୩୦ଜଣ ସଂକ୍ରମିତଙ୍କ ମଧ୍ୟରୁ୧୨୪ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୬ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୬୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୧୧୭ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୪୮୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।

   ସମ୍ବନ୍ଧିତ ଖବର


ସାଲେପୁର ବିଧାୟକଙ୍କୁ କରୋନା ସୂଚନା- ଚିକିତ୍ସା ପାଇଁ କୋଭିଡ୍ ଡାକ୍ତରଖାନାରେ ଭର୍ତ୍ତି

କରୋନା ଭାକସିନ୍‌କୁ ନେଇ ସସପେନସ୍‌ ଜାରି- ଆସନ୍ତା ବର୍ଷ ଆସିପାରେ ବୋଲି କହିଲେ ILS ର ନିର୍ଦ୍ଦେଶକ ଅଜୟ ପରିଡା

ସିଲ୍‌ ହେଲା ଭୁବନେଶ୍ୱର ଆର୍‌ଟିଓ ଅଫିସ୍‌- ଆଇସିଆସିଆଇ ବ୍ୟାଙ୍କ ମୁଖ୍ୟ ଶାଖା ସିଲ୍‌

ଭୁବନେଶ୍ୱର ଆରଟିଓ ଅଫିସରୁ ୩ କରୋନା ପଜିଟିଭ୍ ଚିହ୍ନଟ

ବାହା ଚିତା ଲିଭିନି ଜଳିଲା ଜୁଇ- ନବ ବିବାହିତାଙ୍କୁ ହତ୍ୟା ଅଭିଯୋଗ

ମହିଳା ସହକର୍ମୀଙ୍କୁ ଡାଇରେକ୍ଟରଙ୍କ ଯୌନ ନିର୍ଯାତନା ମାମଲାରେ ପାଲଟା ଅଭିଯୋଗ ଆଣିଲେ ଖୋଦ୍‌ ଡାଇରେକ୍ଟର