ଗୋଟିଏ ଦେଶ ୪ପ୍ରକାର ଫାଇନ ଦର, ଟ୍ରାଫିକ ପୋଲିସ ନିଜେ ମଧ୍ୟ ଚାଲାନ୍ କାଟିବାକୁ ନେଇ ଦ୍ବନ୍ଦରେ

ନୂଆଦିଳ୍ଳୀ,୧୨।୯ : ମୋଦି ସରକାର ମୋଟର ଭେଇକିଲ ଆକ୍ଟ ୨୦୧୯ ନିମୟକୁ ଭାଙ୍ଗୁଥିବା ଲୋକଙ୍କଠାରୁ ମୋଟା ଅଙ୍କର ଫାଇନ ନେବାର ବ୍ୟବସ୍ଥା ରହିଛି। କିନ୍ତୁ ଜରିମନା ଆକାରରେ ମୋଟା ଅଙ୍କକୁ ନେଇ ରାଜ୍ୟ ଗୁଡିକ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏପର୍ଯ୍ୟନ୍ତ କୌଣସି ରାଜ୍ୟ କେନ୍ଦ୍ର ସରକାରଙ୍କ ନିୟମକୁ ଅବିକଳ ଭାବରେ ଲାଗୁ କରିବା ନେଇ କୌଣସି ପ୍ରକାର ନୋଟିଫିକେସନ୍ ଜାରି କରିନାହିଁ। ନିୟମର ଅଭାବନରେ ଅଧିକାଂଶ ରାଜ୍ୟରେ ପୁରୁଣା ରେଟ୍ ଉପରେ ଚାଲାନ କଟୁଛି। ସେଭଳି ଦିଲ୍ଲୀ,ହରିୟାଣାରେ ରାଜ୍ୟ ସରକାରଙ୍କ ଅଧିସୂଚନା ବ୍ୟତୀତ ନୂଆ ରେଟ୍‌ ଉପରେ ଟ୍ରାଫିକ୍ ପୋଲିସ ଚାଲାଣ କାଟୁଥିବା ବେଳେ ସିଧାସଳକ ଭାବରେ ମାମଲା କୋର୍ଟକୁ ଯାଇଥାଏ।

ସବୁଠାରୁ ବଡ କଥା ହେଲା କେନ୍ଦ୍ରସରକାରଙ୍କ ପକ୍ଷରୁ ନିର୍ଦ୍ଧାରିତ ଦର ଉପରେ ନିଜ ରାଜ୍ୟରେ ଲାଗୁ କରିବା ଫଳରେ ବିଜେପି ଶାସିତ ରାଜ୍ୟ ମଧ୍ୟ ହାତ ଠିଆ କରିଦେଇଛି। ଏପରିକି ଗୁଜୁରାଟ ମଧ୍ୟ କେନ୍ଦ୍ର ସରକାରଙ୍କ ଦ୍ବାରା ଲାଗୁ ଜରିମନା ଦରକୁ ହ୍ରାସ କରିଦେଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏହାର ଦରକୁ କମ୍ କରିବା ପାଇଁ ପରିବହନ ମନ୍ତ୍ରୀ ନୀତୀନ ଗଡକାରୀଙ୍କ ପତ୍ର ମଧ୍ୟ ଲେଖିଛନ୍ତି। ଅନ୍ୟପକ୍ଷେ ପରିବହନ ମନ୍ତ୍ରୀ ନୀତୀନ ଗଡକାରୀ କହିଛନ୍ତି ରାଜ୍ୟ ଗୁଡିକ ଯଦି ନିଜ ହିସାବରେ ନିଷ୍ପତ୍ତି ନେଇପାରିବେ। ବିରୋଧ କରୁଥିବା ରାଜ୍ୟ ଗୁଡିକର କହିବା ଅନୁସାରେ ଅଧିକ ଜରିମନା ସାଧାରଣ ଲୋକ ସହିପାରିବେନି।

ଆଇନ ବିଶେଷଜ୍ଞଙ୍କ ମତରେ କୌଣସି ରାଜ୍ୟର ବିନା ନୋଟିଫିକେସନରେ ଜରିମନା ନେବା ଅବୈଧ ହୋଇଯିବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ମୋଟ ୬୩ ପ୍ରକାର  ମାମଲାରେ ଜରିମନାର ନୂତନ ଦର ପ୍ରସ୍ତୁତ କରାଯାଇଛି। ଏହି ବ୍ୟବସ୍ଥା ମୋଟର ଭେଇକିଲ ସଂଶୋଧନ ଆକ୍ଟ, ୨୦୧୯ରେ ପ୍ରସ୍ତୁତ କରାଯାଇଛି। ନୂଆ ନିୟମ ଅନୁସାରେ ବିନା ପଞ୍ଜିକରଣରେ ଦୁଇଚକିଆ ବାହାନ ଚଳାଉଥିବା ପ୍ରଥମ ଧରାପଡିବା ପରେ ୫ ହଜାର ଟଙ୍କା ଏବଂ ଦ୍ବିତୀୟ ଥର ନିୟମ ଭାଙ୍ଗିଲେ ୧୦ ହଜାର ଟଙ୍କା ଫାଇନ ଦେବେ। ତେବେ ପୂର୍ବରୁ ଏଥିପାଇଁ ୧୦୦୦ ଟଙ୍କାର ଫାଇନ୍ ରହିଥଲା। ନୂଆ ଆଇନ ଆସିବା ଫଳରେ ଏବେ ଅସମଞ୍ଜସ ପରିସ୍ତିତି ସୃଷ୍ଟି ହୋଇଛି। ଗୋଟିଏ ପଟେ କେନ୍ଦ୍ର ସରକାରଙ୍କ ନୂଆଦର ରହିଛି, ଅନ୍ୟପକ୍ଷେ ଗୁଜରାଟ, ଉତ୍ତରାଖଣ୍ଡ ଏବଂ  ପୁରୁଣା ଦର ରହିଛି। ଯଦି ଆମେ ଉଦାହରର ଦେଖିବା ତେବେ  ନୂଆ ଆଇନ୍ ଅନୁସାରେ ବିନା ଡ୍ରାଇଭିଂ ଲାଇସେନ୍ସରେ ଯଦି କାହାର ଚାଲାଣ କଟେ ତେବେ ତାକୁ ୫୦୦୦ ଟଙ୍କା ଜରିମନା ଦେବାକୁ ପଡିବ। ସେଭଳି ଯେଉଁ ରାଜ୍ୟରେ ନୂଆ ନିୟମ ଦର ଲାଗୁ ହୋଇନାହିଁ ସେଠାରେ ୫୦୦ ଟଙ୍କା ଫାଇନ ଦିଆଯାଉଛି।

ଗୁଜରାଟରେ ଦୁଇଚକିଆ ଚାଳକଙ୍କ ଠାରୁ ୨୦୦୦ ଟଙ୍କା ଏବଂ ଅନ୍ୟ ବାହାନ ଗୁଡିକ ପାଇଁ ୩ ହଜାର ଟଙ୍କାର ଜରିମନା ରହିଛି। ସେଭଳି ଉତ୍ତରାଖଣ୍ଡରେ ୨୫୦୦ ଟଙ୍କା ଟଙ୍କା ଦେବାକୁ ପଡୁଛି। ଉତ୍ତରାଖଣ୍ଡରେ ଡ୍ରାଇଭିଂ ଲାଇସେନ୍ସ ବିନା ଗାଡି ଚଲାଇବା ଫାଇନ ୫୦୦୦ ଟଙ୍କା ସ୍ଥାନରେ ୨୫୦୦ କରିଦିଆଯାଇଛି। କେନ୍ଦ୍ର ଲାଇସେନ୍ସ ରଦ୍ଦର ହେବାଦ୍ବାରା ଗାଡିକୁ ଚଲାଉଥିବା ବ୍ୟକ୍ତି ୧୦,୦୦୦ ଟଙ୍କା ଜରିମନା କରିବାର ବ୍ୟବସ୍ଥା ରହିଛି। ସେଭଳି ଉତ୍ତରାଖଣ୍ଡରେ ୫୦୦୦ ଟଙ୍କାର ଜରିମନା ଦେବାକୁ ହେବ।

   ସମ୍ବନ୍ଧିତ ଖବର


୯ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା, ଏବେ କରି ଦେଖାଇ ଦେଲେ ସୂର୍ଯ୍ୟ କୁମାର

୩ ଘଣ୍ଟାରେ ବଦଳିଗଲା ଫଳ ବିକୁଥିବା ପ୍ରୀତିଙ୍କ ଭାଗ୍ୟ, ପିଏମଙ୍କ ଆଦେଶରେ ପହଞ୍ଚିଗଲା ସାହାଯ୍ୟ

ଫ୍ରାନ୍ସର ଏକ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ: ମହିଳାଙ୍କ ଗଳାକାଟି ହତ୍ୟା, ୩ ମୃତ

କଥା ହେଲାନି ବୋଲି…ପୂର୍ବତନ ପ୍ରେମିକ ଉପରେ ରାଗି ଗଲା ପ୍ରେମିକା, ଢାଳି ଦେଲା ଏସିଡ୍‌

Inoxର ଦମଦାର୍ ଅଫର: ୨୯୯୯ ଟଙ୍କାରେ ବୁକ୍ କରନ୍ତୁ ଥିଏଟର, ପରିବାର କିମ୍ବା ସାଙ୍ଗମାନଙ୍କ ସହ ଦେଖନ୍ତୁ ନିଜ ପସନ୍ଦର ଫିଲ୍ମ

ପ୍ରତି ମିନିଟରେ Linkedin ଦେଉଛି ୩ ଜଣଙ୍କୁ ଚାକିରି: ମାଇକ୍ରୋସଫ୍ଟ ସିଇଓ