ଖୁସୀ ଖବର: ରାଜ୍ୟ ସୁସ୍ଥ ହେଲେ ଆଉ ଜଣେ ଆକ୍ରାନ୍ତ

ଭୁବନେଶ୍ୱର ୮/୫: ରାଜ୍ୟରେ ସୁସ୍ଥ ହେଲେ ଆଉ ଜଣେ କରୋନା ପଜିଟିଭ। ରାଉରକେଲା ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ସୂଚନା ଦିଆଯାଇଛି । ବର୍ତ୍ତମାନ ରାଜ୍ୟରେ ମୋଟ ୬୩ ଜଣ ସୁସ୍ଥ ହୋଇଛନ୍ତି ।

ଆଜି ସୁନ୍ଦରଗଡ଼ ଜିଲ୍ଳାର ରାଉରକେଲାରରେ ଚିହ୍ନଟ ହୋଇଥିବା ଜଣେ ଆକ୍ରାନ୍ତଙ୍କ ସ୍ବାବ ନେଗେଟିଭ ଆସିବା ପରେ ଜଣେ ସଂକ୍ରମିତ ସୁସ୍ଥ ହୋଇଥିବା ସୂଚନା ମିଳିଛି। ଫଳରେ ସୁନ୍ଦରଗଡ଼ ଜିଲ୍ଲାରେ ୬ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୬ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୪୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୮୦ ଆକ୍ଟିଭ କେସ୍‌ ରହିଥିବା ବେଳେ ୬୩ ଜଣ ସୁସ୍ଥ ହୋଇସାରିଛନ୍ତି । କରୋନାରେ ଦୁଇଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି।

   ସମ୍ବନ୍ଧିତ ଖବର


ଓଡ଼ିଶାରେ ରି-ଇନ୍‌ଫେକ୍ସନ୍‌ ହେଉଛି କରୋନା : ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ

ଆଦିତ୍ୟ ଦାଶ ମୃତ୍ୟୁ ମାମଲା : ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ, ଆଜି କ୍ରାଇମବ୍ରାଞ୍ଚ କର୍ତ୍ତୃପକ୍ଷଙ୍କୁ ଭେଟିବେ ଆଦିତ୍ୟଙ୍କ ମା’

ପୁଣି ଏକ ସାଙ୍ଘାତିକ ଅଭିଯୋଗ : ଏଥର ୪ ଶ୍ରମିକଙ୍କ ନାଁରେ ଜିଏସ୍‌ଟି ଠକେଇ !

ଏବର୍ଷ ହେବନି ପ୍ରସିଦ୍ଧ ବାଲିଯାତ୍ରା, କୋଭିଡ ସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି

ଛୁଟିରେ ୩ ଦିନ ଖୋଲା ରହିବ ଆର୍‌ଟିଓ: ଜାଣନ୍ତୁ କେଉଁ କେଉଁ ଦିନ..

ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ : ବାଇକ୍‌ରେ ଆସି ନିଆଁ ଲଗାଇଦେଲେ ୧୦ରୁ ୧୨ ଯୁବକ, ଅଳ୍ପକେ ବର୍ତ୍ତିଲେ ଗାଡ଼ିରେ ଥିବା ୩ ବ୍ୟକ୍ତି