ପୁଣି ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ତ୍ରିଦେବ ବାଘ ଗୁରୁତର

ସମ୍ବଲପୁର ୧୦।୯: ସମ୍ବଲପୁରର ପୋଲିସର ପୁଣି ଏନ୍‌କାଉଣ୍ଟର । ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ତ୍ରିଦେବ ବାଘ ଗୁରୁତର ହୋଇଛି । ସମ୍ବଲପୁରର ସ୍ପେଶାଲ ସ୍କ୍ବାଡ୍ ଓ ଧନୁପାଲି ପୋଲିସର ମିଳିତ ଏନ୍‌କାଉଣ୍ଟର । କୁଲୁଥକାନି ଧନକଉଡା ରାସ୍ତାରେ ପୋଲିସ ସହ ଗୁଳି ବିନିମୟ ହୋଇଛି । ତ୍ରିଦେବର ବାମ ଗୋଡରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତ୍ରିଦେବକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ତ୍ରିଦେବ ସହ ତାର ଅନ୍ୟ ୨ ସହଯୋଗୀକୁ ମଧ୍ୟ କାବୁ କରିଛି ପୋଲିସ । ଦୁଇ ସହଯୋଗୀ ହେଲେ ଦୀପକ ମଣ୍ଡଳ ଓ ଅନ୍ୟ ଜଣେ ନାବାଳକ । ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ମୋବାଇଲ ଫୋନ୍, ୩ଟି ସୁନା ଚେନ୍, ନଗଦ ୩୦ ହଜାର ଟଙ୍କା ଜବତ । ପୂର୍ବରୁ ତ୍ରିଦେବ ନାଁରେ ଧନୁପାଲି ଓ ଅଇଁଠାପାଲି ଥାନାରେ ୮ରୁ ଅଧିକ ଫୌଜଦାରୀ ମାମଲା ରହିଛି ।

   ସମ୍ବନ୍ଧିତ ଖବର


ସମ୍ଭାବ୍ୟ ବାତ୍ୟା ପୂର୍ବରୁ ପ୍ରଶାସନର ତତ୍ପରତା: ତିନି ପଞ୍ଚାୟତର ୩ଶହରୁ ଉର୍ଦ୍ଧ୍ବ ଲୋକ ସ୍ଥାନାନ୍ତରିତ

ଚାଲିଗଲା କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜୀବନ, କରୋନା ଯୋଦ୍ଧାଙ୍କୁ ଝୁରିଲେ ଲୋକେ

‘ମୋ ବିଦ୍ୟୁତ୍‌’ ଆପ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଏବେ ଅନ୍‌ଲାଇନ୍‌ରେ‌ ଦେଇ ହେବ ବିଦ୍ୟୁତ ବିଲ୍

ଡ୍ୟାମରେ ଡଙ୍ଗା ବୁଡି ଜଣେ ମୃତ

ନାମୀଦାମୀ ପୁଡିଆରେ ନକଲି ଜର୍ଦ୍ଦା- ନକଲି ଜର୍ଦା କାରଖାନା ଠାବ,୩ ଗିରଫ

ଘର ରଙ୍ଗ କରୁଥିବା ବେଳେ କରେଣ୍ଟ ଲାଗି ଶ୍ରମିକ ମୃତ