PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ଦାଣ୍ଡଯାତ୍ରା ବେଳେ ବାଣ ଫୁଟି ଜଣେ ଗୁରୁତର, କଟକ ହସ୍ପିଟାଲକୁ ସ୍ଥାନାନ୍ତର

ନିଶ୍ଚିନ୍ତକୋଇଲି ୨୦|୪: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ ବାଣ ଫୁଟି ଜଣେ ଗୁରୁତର ହୋଇଛି। ଅସୁରେଶ୍ବରର ପ୍ରସିଦ୍ଧ ଶ୍ରୀ ରଘୁନାଥଜୀଉଙ୍କ ଦାଣ୍ଡଯାତ୍ରା ବେଳେ ବାଣ ଫୁଟିଥିଲା। ଗୁରୁତର ଅର୍ଜୁନ ସିଂହଙ୍କୁ ପ୍ରଥମେ ଅସୁରେଶ୍ବର ପ୍ରାଥମିକ ଚିକିତ୍ସାଳୟ ନିଆଯିବା ପରେ କଟକ ସ୍ଥାନାନ୍ତର କରାଯାଇଛି ।

ଅନ୍ୟପଟେ ବାଣ ଫୁଟିବା ବେଳେ ଦଳାଚକଟାରେ ଆଉ ୨ ଜଣ ଆହତ ହୋଇଛନ୍ତି । ଦାଣ୍ଡଯାତ୍ରା ଦେଖିବାକୁ ପ୍ରାୟ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା । ଆଉ ବାଣ ବିସ୍ଫୋରଣ ବେଳେ ଲୋକମାନେ ଧାଁ ଦୌଡ କରିଥିଲେ । ଫଳରେ ଏଭଳି ଅଘଟଣ ହୋଇଥିବା ଜଣାପଡିଛି ।

୨୦୦୮ ଏପ୍ରିଲ ୨୦ ତାରିଖରେ ଏହି ଦାଣ୍ଡଯାତ୍ରା ବେଳେ ବାଣ ବିସ୍ଫୋରଣରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିଲା । ତେଣୁ ଏଠାରେ ବାରମ୍ବାର ଏପରି ଅଘଟଣ ଘଟୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ନିଆନଯାଉନଥିବା ଅଭିଯୋଗ ହୋଇଛି ।