PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଗାଁ ଦାଣ୍ଡରେ ଖେଳୁଥିବା ବେଳେ ୨ଶିଶୁଙ୍କ ଉପରେ ଚଢ଼ିଗଲା ଟ୍ରାକ୍ଟର, ଜଣେ ମୃତ ଜଣେ ଗୁରୁତର

ଭଦ୍ରକ ୧୬/୧୨: ଗାଁ ଦାଣ୍ଡରେ ପିଲାମାନେ ଖେଳୁଥିବା ସମୟରେ ୨ଶିଶୁଙ୍କ ଉପରେ ଚଢ଼ିଗଲା ଟ୍ରାକ୍ଟର ଏଭଳି ଅଭାବନୀୟ ଘଟଣା ନାୟକାଣିଡିହି ଥାନା ଅନ୍ତର୍ଗତ ମଳିକସାହିରେ ଘଟଛି। ଘଟଣା ସ୍ଥଳରେ ଜଣେ ଶିଶୁର ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଶିଶୁଟିକୁ ବାସୁଦେବପୁର ଡାକ୍ତରଖାନରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ନାୟକାଣିଡିହି ଥାନା କରଆଡିଆ ମଳିକସାହି ଗ୍ରାମର ଏକ ଅଭାବନିୟ ଘଟଣା । ଆଜି ସକାଳେ ମଳିକସାହି ଗ୍ରାମର ଗଁ। ଦାଣ୍ଡରେ ପିଲାମାନେ ଖେଳୁଥିବା ସମୟରେ ଏକ ଟ୍ରାକଟର ଧାନ କଳେଇ ବୋଝେଇ କରି ଦୃତଗତିରେ ଆସି ଅଜୟ ମଳିକଙ୍କ ୫ ବର୍ଷର ପୁଅ କାଳିଆଙ୍କ ମୁଣ୍ଡ ଉପରେ  ଓ ରଞ୍ଜନ ମଳିକଙ୍କ ୪ବର୍ଷର ପୁଅ ସୁକୁଟାଙ୍କ ଗୋଡ ଉପରେ ଟ୍ରାକଟରଟି ମାଡିଯାଇଥିଲା। ଫଳରେ କାଳିଆର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ସୁକୁଟାଙ୍କୁ ଗୁରୁତର ଅବସ୍ଥାରେ ବାସୁଦେବପୁର ଡାକ୍ତରଖାନା ନେଇଆସିଥିଲେ। ଡାକ୍ତର  କାଳିଆକୁ ମୃତ ଘୋଷଣା କରିଥିବାବେଳେ ସୁକୁଟାର ଅବସ୍ଥା ଗୁରୁତର ଥିବାରୁ ତାଙ୍କର  ଅଧିକ ଚିକିତ୍ସା ପାଇଁ ଭଦ୍ରକ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ଘଟଣାସ୍ଥଳରୁ ଟ୍ରାକ୍ଟର ଡ୍ରାଇଭର ଫେରାର ହୋଇଯାଇଥିବାବେଳେ ସ୍ଥାନୀୟ ଗ୍ରାମବାସୀ ଉକ୍ତ ଟ୍ରାକ୍ଟରକୁ ଅଟକ ରଖିଥିବା ସୂଚନାରୁ ପ୍ରକାଶ।