ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଓଲଟିଲା ଡଙ୍ଗା : ଜଣେ ମୃତ, ଦୁଇ ନିଖୋଜ

ମାଲକାନଗିରି ୧୫/୯: ମାଲକାନଗିରି ଚିତ୍ରକୋଣ୍ଡାର ବାଲିମେଲା ଜଳ ଭଣ୍ଡାରରେ ଡଙ୍ଗା ଓଲଟି ପଡିଛି। ଡଙ୍ଗାରେ ୪ଜଣ ଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ପହଁରି ପହିଁରି କୂଳ ଆସିଥିବା ଜଣାପଡିଛି। ଏବେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ନିଖୋଜ ଥିବା ସୂଚନା ମିଳିଛି

ସୂଚନାଯୋଗ୍ୟ ଯେ ଗତକାଲି ଅପରାହ୍ନ ପ୍ରାୟ ୪ଟାରେ ଦୁର୍ଘଟଣା ଘଟିଛି। ଚିତ୍ରକୋଣ୍ଡା ଜଳ ଭଣ୍ଡାର ଦେଇ ନାକମାମୁଡୁରୁ ନିଜ ଘର ତୋଟାଗୁଡାକୁ ଯିବା ବେଳେ ଡଙ୍ଗାଟି ଓଲଟି ପଡିଥିଲା

ନିଖୋଜ ଥିବା ୨ଜଣ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଜିଲ୍ଳା ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି। ତେବେ କୂଳଠାରୁ ବହୁ ଦୂରରେ ଡଙ୍ଗାଟି ବୁଡି ଥିବାରୁ ନିଖୋଜଙ୍କୁ ଖୋଜିବାରେ ଅସୁବିଧା ହେଉଛି। ଏବେ ସେଠାରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ସୂଚନା ମିଳିଛି  

   ସମ୍ବନ୍ଧିତ ଖବର


ରାଉରକେଲା ସ୍କର୍ପିଓ ପୋଡି ଘଟଣା; ଗୋମାଂସ ଚାଲାଣ ସନ୍ଦେହରେ ଦୁର୍ବୃତ୍ତ ଜାଳିଥିଲେ ଗାଡି, ଡ୍ରାଇଭର ସମେତ ୪ ଗିରଫ

ନୀଳଗିରିକୁ ଝାଡଖଣ୍ଡି ହାତୀପଲଙ୍କ ଆଗମନ ଆଶଙ୍କା, ଦନ୍ତା ହାତୀ ଆସିବୁଲି ଫେରିଯିବା ପରେ ବଢିଲା ଚିନ୍ତା…

ଦୋକାନ ଛାତ କଣାକରି ଦୁଇକିଲୋ ସୁନା ଅଳଙ୍କାର ଚୋରି କରିନେଲେ ଦୁର୍ବୃତ୍ତ..

ନଦୀକୁ ମାଛ ଧରିବାକୁ ଯାଇ ଦୁଇଦିନ ହେବ ନିଖୋଜ ଅଛନ୍ତି ଯୁବକ, କୁମ୍ଭୀର ଭିଡି ନେଇଥିବା ସନ୍ଦେହ…

କୋଭିଡ କଟକଣା ଭିତରେ ପୂଜାହେଲା ସମଲେଶ୍ବରୀଙ୍କ ବଏଲ ପୂଜା…

ନିଜ ସର୍ଭିସ ରିଭଲଭରରୁ ଗୁଳି ଫୁଟାଇ ଆତ୍ମହତ୍ୟା କଲେ ସିଆର୍ପିଏଫ୍ ଯବାନ