ପ୍ରମୂଖ ଖବର
  • ୧୨ରେ ନୂଆ ସରକାର ଶପଥ ଗ୍ରହଣ, ବିଏମ୍‌ସି ଅଞ୍ଚଳରେ ଅଧା ଦିନ ଛୁଟି
  • ||
  • କୋରାପୁଟ: ରେଳ ଧାରଣାରୁ ବିଏସଏଫ୍ ଯବାନଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ
  • ||
  • ବିଜେପି ଅଧ୍ୟକ୍ଷ ପଦକୁ ନେଇ ଚର୍ଚ୍ଚା: ଜେ.ପି ନଡ୍ଡାଙ୍କ ପରେ କିଏ ଧରିବେ ଦଳର ମଙ୍ଗ, ଦୌଡ଼ରେ ଏକାଧିକ ନେତା
  • ||
  • ଭାରତ-ପାକ୍‌ ମ୍ୟାଚ୍‌ରେ ଚାଲିଥିବା ବେଳେ ଆଖି ବୁଜିଲେ ଏମ୍‌ସିଏ ସଭାପତି, ମୃତ୍ୟୁ ବେଳକୁ ହୋଇଥିଲା ୪୭ ବର୍ଷ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: କାନାଡାକୁ ଭେଟିବ ପାକିସ୍ତାନ, ‘କର ବା ମର’ ସ୍ଥିତିରେ ବାବର ବାହିନୀ
  • ||
  • ମଙ୍ଗଳବାର ବିଜେପି ବିଧାୟକ ଦଳ ବୈଠକ, ଘୋଷଣା ହେବ ମୁଖ୍ୟମନ୍ତ୍ରୀଙ୍କ ନାଁ, ୧୨ରେ ଶପଥ ଉତ୍ସବ
  • ||
  • ରାଜ୍ୟରେ ଆଣ୍ଠେଇଛି ମୌସୁମୀ : ପଶ୍ଚିମ ଜଳୁଛି, ଉପକୂଳ ସିଝୁଛି, ୧୫ ପୂର୍ବରୁ ବର୍ଷା ନାହିଁ
  • ||

ଦୁର୍ଘଟଣାରେ ଜଣେ ମୃତ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ମାଲକାନଗିରି,୧୪।୫ :  ମାଲକାନଗିରି ଜିଲ୍ଲା ସଦରରୁ କାଲିମେଳାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ପରିବାର ଓ ଉତ୍ତ୍ୟକ୍ତ ଲୋକେଙ୍କ ରାସ୍ତା ରୋକଆନ୍ଦୋଳନ କରିଛନ୍ତି ।ମୃତକ ଜଣକ ହେଲେ ତପନ ମଣ୍ଡଳ। 

 ମାଲକାନଗିରି ରୁ କାଲିମେଳାକୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥ ରେ  ତପନ ମଣ୍ଡଳ ମୋଟର ସାଇକେଲ ଯୋଗେ ଏମଭି ୧୮ ଗ୍ରାମକୁ ଯାଉଥିଲେ।  ଗ୍ରାମ ନିକଟରେ ଗୋଟିଏ ଚାଉଳ ମିଲ ନିର୍ମାଣରେ ନିୟୋଜିତ ଗୋଟିଏ ଦୁର୍ଘଟଣା ଗସ୍ତ ଟ୍ରାକ୍ଟରଟିକୁ ଗୋଟିଏ ଜେସିବି ମେସିନ ଦ୍ଵାରା ରାସ୍ତା ଅବରୋଧ କରି ଟୋଚନ କରି ଉଦ୍ଧାର କରାଯାଉଥିଲା । ମୁଖ୍ୟ ରାସ୍ତା ଅବରୋଧ ହୋଇଥିବାରୁ ତପନ ନିଜ ଗାଡିକୁ ଆୟତ୍ତ ମଧ୍ୟରେ ରଖି ପାରି  ନଥିଲେ ଏବଂ ଉକ୍ତ ଟୋଚନ ତାରରେ ପିଟି ହୋଇ ଯାଇଥିଲେ । ଯାହା ଫଳରେ ତାଙ୍କ ଶରୀରରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା।  ତୁରନ୍ତ ତାଙ୍କୁ ସ୍ଥାନୀୟ ଲୋକେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ । କିନ୍ତୁ ସେଠାରେ ଡାକ୍ତର ତପନଙ୍କୁ ମୃତ ଘୋଷଣା କରିଥିଲେ ।

 ତେବେ ମୁଖ୍ୟ ସଡକ ଉପରେ ଅସାବଧନତା ଭାବେ କିପରି ଭାବେ ଦୁର୍ଘଟଣା ଗସ୍ତ ଟ୍ରାକ୍ଟରକୁ ଉଦ୍ଧାର କରାଯାଉଥିଲା ଏବଂ ଅସାବଧନତା ହେତୁ ତପନଙ୍କ ଜୀବନ ଯାଇଥିବା ଅଭିଯୋଗ କରି ତପନଙ୍କ ପରିବାର ଓ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ କ୍ଷତି ପୂରଣ ଓ ନ୍ୟାୟ ଦାବିରେ ରାସ୍ତା ରୋକ କରିଥିଲେ । ରାସ୍ତା ରୋକ ଯୋଗୁଁ ଗାଡି ମୋଟର ଯାତାୟତରେ କିଛି ଘଣ୍ଟା ଧରି ବାଧା ଉପୁଜିଥିବା ବେଳେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ  । ମାଲକାନଗିରି ଏସଡିପିଓ ସଚିନ ପଟେଲ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବହୁ ବୁଝାସୁଝା କରିବା ପରେ ରାସ୍ତା ରୋକରୁ ଲୋକେ ଉଠିବା ପରେ ଯାନ ବହନ ଚଳାଚଳ ସ୍ଵାଭାବିକ ହୋଇଥିଲା । ତେବେ ନ୍ୟାୟ ନମିଳିଲେ ପୁନଃ ରାସ୍ତା ଅବରୋଧ କରିବାକୁ ଲୋକେ ଚେତାବନୀ ଦେଇଥିବା ବେଳେ ପୋଲିସ ମୃତ ଶରୀର ଜବତ କରି ଶବବ୍ୟବଚ୍ଛେଦ ନିମନ୍ତେ ହସ୍ପିଟାଲ କୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.