ନାବଡ଼ା ଗେଟ୍‌ ପାଖରେ କାର ଦୁର୍ଘଟଣାଗ୍ରସ୍ତ:୧ ମୃତ, ଜଣେ ଗୁରୁତର

ପାରଳାଖେମୁଣ୍ଡି ୩/୧୧ : ଗଜପତି ଜିଲ୍ଲା କାଶିନଗର ଥାନା ଅଞ୍ଚଳର ନାବଡ଼ା ଗେଟ୍‌ ପାଖରେ ଦୁର୍ଘଟଣା ଘଟିଛି । ଶନିବାର ମଧ୍ୟରାତ୍ରରେ ଏକ ସ୍ୱିଫ୍ଟ ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି ।

ସୂଚନା ଯୋଗ୍ୟ ଯେ, ଗତକାଲି ବିଳମ୍ୱିତ ରାତିରେ ଅନୀଲ ଓ ଅବ୍‌ଦୁଲ କାର୍‌ ଯୋଗେ ଗୁଣପୁରରୁ ଫେରୁଥିବା ବେଳେ ନାବଡ଼ା ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲେ। ଘଟଣାସ୍ଥଳରେ ହିଁ ଅନୀଲଙ୍କ ମୃତ୍ୟୁ ଘଟିଥିଲା। ଆହତ ଅବଦୁଲ୍‌ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କାଶୀନଗର ଥାନା ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

   ସମ୍ବନ୍ଧିତ ଖବର


ବିଚ୍ ରାସ୍ତାରେ ଆରଟିଓ କର୍ମଚାରୀଙ୍କ ଉପରେ ଚଢ଼ିଗଲା ୧୪ ଚକିଆ ଟ୍ରକ, କର୍ମଚାରୀ ମୃତ

ବୋଇତ ଭସାଣ ବେଳେ ଅଘଟଣ: ନଦୀରେ ବୁଡି ଜଣେ ଛାତ୍ର ମୃତ

ଅଜଣା ରୋଗରେ ୬ ଶିଶୁ ମୃତ ଘଟଣା: କୋରାପୁଟରୁ ପହଞ୍ଚିଲା ସ୍ୱତନ୍ତ୍ର ଡାକ୍ତରୀ ଟିମ୍‌,ଜାପାନୀ ଜ୍ୱର ନୁହେଁ ବ୍ରଙ୍କୋ ନିମୋନିଆ

ବାରିପଦା ବଜାରରେ ଭୟାବହ ଅଗ୍ନିକାଣ୍ଡ : ୩ଟି ଦୋକାନ ଜଳି ପୋଡ଼ି ପାଉଁଶ