ମାଗଣା ମଦ ପାଇଁ ଗଲା ଜୀବନ: ବ୍ୟବସାୟୀଙ୍କ ଭୁଜାଲି ଆକ୍ରମଣରେ ଯୁବକ ମୃତ, ୩ ଗୁରୁତର

ବରଗଡ଼୯/୧୦: ମାଗଣା ମଦ ନେଲା ଜୀବନ। ବରଗଡରେ ମଦ ବ୍ୟବସାୟୀଙ୍କ ଭୁଜାଲି ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଅନ୍ୟ ୩ ଯୁବକ ଗୁରୁତର ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି। ମୃତକ ଜଣକ ହେଲେ ଛତିଶଗଡ଼ ସରେଇପାଲି ଥାନା ବାଳସୀ ଗ୍ରାମର ସଂଜୀବ ପ୍ରଧାନ। ସମସ୍ତ ଆହତ ଯୁବକ ହେଲେ ବିଜେପୁର ଥାନା ବାଦୀପାଲି ଗ୍ରାମର।

ସୂଚନା ଯୋଗ୍ୟ ଯେ ଏହି ଅଭାବନୀୟ ଘଟଣା ଘଟିବା ପରେ ଅଭିଯୁକ୍ତ ମଦ ବ୍ୟବସାୟୀ ଓ ଅନ୍ୟ ଜଣେ ଯୁବକ ଘଟଣା ସ୍ଥାଳରୁ ଫେରାର ହୋଇଥିବା ସୋହେଲା ପୋଲିସର ସୂଚନା ଦେଇଛନ୍ତି। ପୋଲିସ୍ ମାମଲା ତଦନ୍ତ ଆରମ୍ଭ କରିଛି।

ପୁଲିସ୍ ତଦନ୍ତରୁ ଜଣାପଡିଛି ଗତକାଲି ସୋହେଲା ଦୁର୍ଗାପୂଜାରେ ରାବଣ ପୋଡ଼ି ଦେଖିବାକୁ ଆସିଥିଲେ ସେଠାରୁ ବିଳମ୍ବିତ ରାତିରେ ମଦ ପିଇବାକୁ ଯାଇଥିଲେ। ବାଦୀପାଲି ଗ୍ରାମର ଯୁବକମାନେ ମଦ ଦେକାନରେ ମାଗଣାରେ ମଦ ଦେବାକୁ କହିଥିଲେ। ସେଠାରେ ମାଗଣାରେ ମଦ ଦେବାକୁ କହିବାରୁ ମଦ ବ୍ୟବସାୟୀ ଓ ଜଣେ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ପରେ ମଦ ବେପାରି ଓ ଅନ୍ୟ ଯୁବକ ଭୁଜାଲିରେ ଆକ୍ରମଣ କରିଥିଲେ । ଆକ୍ରମଣରେ ବାଦୀପାଲି ଗ୍ରାମର ଯୁବକ ମାନେ ଆହତ ହୋଇଥିବା ବେଳେ ଘଟଣା ପାଖରେ ଥିବା ଛତିଶଗଡ଼ର ସଂଜୀବ ପ୍ରଧାନଙ୍କୁ ମଧ୍ୟ ଭୁଜାଲିରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ସଂଜୀବଙ୍କୁ ସୋହେଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା, ଘଟଣାକୁ ନେଇ ସୋହେଲାରେ ଉତ୍ତେଜନା ପ୍ରକାଶ ପାଇଛି।

ପୋଲିସ୍ ମୃତଦେହ ଉଦ୍ଧାର କରି ପୋଷ୍ଟମଟମ୍ ପାଇଁ ପଠାଇବା ସହ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୁଖ୍ୟ ଅଭିଯୁକ୍ତ ଫେରାର ଥିବାରୁ ତାକୁ ଧରିବା ପାଇଁ ବିଭିନ୍ନ ଜାଗାରେ ଚଢ଼ଉ ଚାଲିଥିବା ସୂଚନା ମିଳିଛି।

   ସମ୍ବନ୍ଧିତ ଖବର


୫ ସ୍ତ୍ରୀଙ୍କ ଖର୍ଚ୍ଚ ବହନ କରିବାକୁ ୫୦ ଯୁବତୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକିଲା ଯୁବକ, ଏଭଳି ପର୍ଦାଫାଶ କଲା ଏସଟିଏଫ୍

ପୁଣି ଖାକିରେ ଲାଗିଲା କଳଙ୍କ: ସହଯୋଗ ବଦଳରେ ଦୁଷ୍କର୍ମ ଓ ବ୍ଲାକମେଲିଂ, କନେଷ୍ଟେବଲ ଗିରଫ

୧୮ରେ ବିଜେପୁରରେ ପ୍ରଚାର କରିବେ ଧର୍ମେନ୍ଦ୍ର

ବିଜେପୁର ଉପନିର୍ବାଚନର ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ