ପ୍ରମୁଖ ଖବର
  • ଜୟପୁର: ରାଜସ୍ଥାନ ରୟାଲ୍ସ ଲାଗି ଏକାକୀ ଲଢ଼ିଲେ ରିୟାନ୍ ପରାଗ, ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୮୬ ରନ୍ ଟାର୍ଗେଟ୍
  • ||
  • ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ମହା ମିଶ୍ରଣ ପର୍ବ, ପଦ୍ମ ଧରିଲେ ଭର୍ତ୍ତୃହରି, ସିଦ୍ଧାନ୍ତ ଓ ଦମୟନ୍ତୀ
  • ||
  • ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପାରଦ ଉପରମୁହାଁ, ୫ସହରରେ ୩୯ ଡିଗ୍ରୀ ଟପିଲା ତାତି, ୩୯.୮ ଡିଗ୍ରୀ ସହ ପାରଳାଖେମୁଣ୍ଡି ସବୁଠୁ ଉତ୍ତପ୍ତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା, ଏପ୍ରିଲ୍ ୧ ପର୍ଯ୍ୟନ୍ତ ବଢ଼ିଲା ରିମାଣ୍ଡ ଅବଧି
  • ||
  • କଂଗ୍ରେସ ପ୍ରାର୍ଥୀ ଘୋଷଣା କେବେ ? ଚିନ୍ତାରେ ଆଶାୟୀ ଓ କର୍ମୀ..
  • ||

ଜଘନ୍ୟ ଦୁଷ୍କର୍ମକାରୀ: ଗୋଟିଏ ପରିବାରର ୪ ଜଣଙ୍କୁ ବଳ ପୂର୍ବକ ଦୁଷ୍କର୍ମ ଅଭିଯୋଗ, ରକ୍ଷା ପାଇଲେନି ନାବାଳିକା

ଜୟପୁର,୨୬/୦୧: ରାଜସ୍ଥାନର ଦୌସା ଜିଲ୍ଲାରେ ଗୋଟିଏ ପରିବାରର ୪ ଜଣଙ୍କୁ ଜଣେ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାଙ୍କ ମଧ୍ୟରେ ଜଣେ ନାବାଳିକା ଅଛନ୍ତି । ଦୌସାରେ ଢାବା ଚଳାଉଥିବା ବିଷ୍ଣୁ ଗୁର୍ଜର ନାମକ ଜଣେ ବ୍ୟକ୍ତି ଏଭଳି ଜଘନ୍ୟ କାଣ୍ଡ ଘଟାଇଛି । ତାକୁ ଗିରଫ କରାଯାଇଛି ।

ଥାନା ସୂତ୍ରରୁ ଜଣାପଡ଼ିଛି ଯେ ବିଷ୍ଣୁ ଗୁର୍ଜର ପ୍ରଥମେ ଉକ୍ତ ପରିବାରର ଜଣେ ମହିଳାଙ୍କୁ ବର୍ଷେ ପର୍ଯ୍ୟନ୍ତ ଦୁଷ୍କର୍ମ କରିଥିଲା । ପରେ ବିଷ୍ଣୁ ପରିବାରର ଅନ୍ୟ ସଦସ୍ୟାଙ୍କୁ ଜାଲରେ ଫସାଇବାକୁ ଚେଷ୍ଟା କରୁଥିବା ନେଇ ପୀଡ଼ିତା ଜାଣିବା ପରେ ପୁଲିସରେ ଏତଲା ଦେଇଥିଲେ । କିନ୍ତୁ ଏହି ଏତଲା ପରେ ଅନ୍ୟମାନେ ଥାନାର ଦ୍ୱାରସ୍ଥ ହୋଇଥିଲେ । ସେମାନେ ମଧ୍ୟ ବିଷ୍ଣୁ ଦ୍ୱାରା ଦୁଷ୍କର୍ମ ଶିକାର ହୋଇଥିବା ଅଭିଯୋଗରେ ଦର୍ଶାଇଥିଲେ । ପ୍ରଥମ ଏତଲା ଚଳିତମାସ ୨୧ରେ ହୋଇଥିବା ବେଳେ ଗତ ୨୩ ଓ ୨୪ରେ ଆଉ ଦୁଇଟି ମାମଲା ହୋଇଛି । ପ୍ରଥମ ଅଭିଯୋଗକାରିଣୀଙ୍କ ଦୁଇ ସାନ ଭଉଣୀ ଓ ନାବାଳିକା ଝିଅ ଦୁଷ୍କର୍ମ ଶିକାର ହୋଇଥିବା ଅଭିଯୋଗରୁ ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.