PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟାଙ୍ଗୀରେ ୧୭ଟିକିଆ ହାତୀପଲ ଆତଙ୍କ, ଗାଁରେ ପଶିଲେ, ଫସଲ ନଷ୍ଟ କଲେ
  • ||
  • ଢେଙ୍କାନାଳ : ୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • କଳାହାଣ୍ଡି : ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ ଯୁବକ, ଫାସରେ ପଡି ଜୀବନ ଗଲା
  • ||
  • ଚାନ୍ଦବାଲି : ମୁଖ୍ୟ ବଜାରରେ ହଠାତ୍ ଭୁଶୁଡିଲା ବିଦ୍ୟୁତ୍ ଖୁଣ୍ଟି, ଅଳ୍ପକେ ବର୍ତ୍ତିଲେ ପଥଚାରୀ
  • ||
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

କାୟା ବିସ୍ତାର କରୁଛି କରୋନା: ଗୋଟିଏ ପରିବାରରୁ ୮ ଆକ୍ରାନ୍ତ ଚିହ୍ନଟ, ୭୨ ଘଣ୍ଟା ପାଇଁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କଲେ ସରପଞ୍ଚ

ବ୍ରହ୍ମଗିରି ୦୯/୦୮: ପୁରୀ ଜିଲ୍ଲା ବ୍ରହ୍ମଗିରି ଓ ସତ୍ୟବାଦୀ ବ୍ଲକ୍‌ରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏବେ ଲଗାତାର ଭାବରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ସାଧାରଣରେ ଭୟ ସୃଷ୍ଟି ହେଲାଣି । ବ୍ରହ୍ମଗିରି ବ୍ଲକ୍‌ରେ ପୁଣି ଆଉ ୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୬କୁ ଛୁଇଁଛି । ଗୋଟିଏ ପରିବାରରୁ ୮ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବ୍ରହ୍ମଗିରି ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ଚର୍ଚ୍ଚା ହେଉଛି । ସ୍ଥାନୀୟ ସରପଞ୍ଚ ୭୨ ଘଣ୍ଟା ପାଇଁ ସଂପୃକ୍ତ ଗାଁକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରିଛନ୍ତି ।

ବ୍ରହ୍ମଗିରି ବ୍ଲକ୍‌ର କହଳପଦା ପଞ୍ଚାୟତ ଅନ୍ତର୍ଗତ କହଳପଦା ଗାଁରୁ ଗୋଟିଏ ପରିବାରରୁ ୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପ୍ରକାଶ ଥାଉକି କିଛିଦିନ ତଳେ ସେହି ପରିବାରର ଜଣେ ବୃଦ୍ଧଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା । ବୃଦ୍ଧଙ୍କର ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ଆଲୋଚନା ହେଉଥିବା ବେଳେ ତାଙ୍କର କୋଭିଡ ପରୀକ୍ଷା କରାଯିବା ପଜିଟିଭ୍‌ ବାହାରିଥିବା ଚର୍ଚ୍ଚା ହୋଇଥିଲା । ସଂପୃକ୍ତ ବୃଦ୍ଧଙ୍କ ଦଶାହ ଓ ଏକାଦଶାହ କାର୍ଯ୍ୟ ପୂର୍ବରୁ ଉକ୍ତ ପରିବାରର ୮ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ପରିବାରରେ ଭୟ ବଢ଼ି ଯାଇଛି । ବୃଦ୍ଧଙ୍କ ଦଶାହ ଆଦି କାର୍ଯ୍ୟ କିଭଳି ହେବ ତାହା ଚିନ୍ତାର କାରଣ ପାଲଟିଛି ।

ଅନ୍ୟ ପକ୍ଷରେ କହଳପଦା ପଞ୍ଚାୟତ ସରପଞ୍ଚ ପ୍ରଭାତି ପଲାଇ ସେହି ଗାଁକୁ ୮ ତାରିଖ ଅପରାହ୍ନ ୨ଟାରୁ ୧୧ ତାରିଖ ଅପରାହ୍ନ ୨ଟା ପର୍ଯ୍ୟନ୍ତ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ କଡାଜିତ ପାଟଣା ପଞ୍ଚାୟତରୁ ଆଜି ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବ୍ଲକ୍‌ର ଅନ୍ୟ ଅଞ୍ଚଳରୁ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ସତ୍ୟବାଦୀ ବ୍ଲକ୍‌ରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ଆଜି ବ୍ଲକ୍‌ର ବିଭିନ୍ନ ସ୍ଥାନରେ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନରେନ୍ଦ୍ରପୁର ପଞ୍ଚାୟତରେ କାର୍ଯ୍ୟରତ କରୋନା ଯୋଦ୍ଧା ଜଣେ ଅଙ୍ଗନବାଡ଼ି କର୍ମୀ ହୋଇଥିବା ବେଳେ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ନହଳା ଗ୍ରାମର ଜଣୋ ଗର୍ଭବତୀ ମହିଳା କରୋନା ଆକ୍ରାନ୍ତ ହୋଇଛନ୍ତି ।

ସେହିପରି ସାଣ୍ଢରା ଶାସନ ପଞ୍ଚାୟତ ଅନ୍ତର୍ଗତ ଜୟରାମପୁର ଗ୍ରାମର ଜଣେ ଗର୍ଭବତୀ ମହିଳା, ପୁରୀ ପୌର ପରିଷଦରେ ଗାଡ଼ି ଚାଳକ ଭାବେ କାର୍ଯ୍ୟରତ ପେଣ୍ଠପଡ଼ା ପଞ୍ଚାୟତର ଜନୈକ ବ୍ୟକ୍ତି, ବଳରାମପୁର ଗଡ଼ ପଞ୍ଚାୟତରେ ହୋମ୍‌ ଆଇସୋଲେସନରେ ରହିଥିବା ୨ ଜଣ ପ୍ରବାସୀ ଯୁବକ ଓ ଅଳଗୁମ କ୍ୱାରେଣ୍ଟାଇନ କେନ୍ଦ୍ରରେ ରହୁଥିବା ଜନୈକ ପ୍ରବାସୀ ଆଜି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସ୍ୱାସ୍ଥ୍ୟ ବିଭାଗ ତରଫରୁ ସମସ୍ତ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ନିମନ୍ତେ ନିମାପଡ଼ା ସ୍ଥିତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଶୁକ୍ରବାର ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

ପୁଣି ୭ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ସାଧାରଣରେ ଭୟ ସୃଷ୍ଟି ହୋଇଛି । ସେହିଭଳି ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସୂଚନା ମୁତାବକ ବ୍ଲକ୍‌ରେ ଆଜି ପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୬୯ ହୋଇଥିବା ବେଳେ ୫୯ ଜଣ ସୁସ୍ଥ ହେଲେଣି । ଶନିବାର କଣ୍ଟାକ୍ଟ ଟ୍ରେସିଂରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବୁଧବାର ଦିନ ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବାତୋଳ, କଅଁଳପଡା, ଆଙ୍କୁଲା, ଘୋରଡିଆ, ସିଂହବ୍ରହ୍ମପୁର ପଞ୍ଚାୟତର ତଇଳାସାହିରେ କଣ୍ଟାକ୍ଟ ଟ୍ରେସିଂ କରାଯାଇ ୫୫ ଜଣଙ୍କର ସ୍ୱାବ୍‌ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ଡେଲାଙ୍ଗ ମେଡିକାଲର ବିପିଏମ୍‌ ଦିଲୀପ କୁମାର ପରିଡ଼ା ସୂଚନା ଦେଇଛନ୍ତି ।