ଜଣଙ୍କଠୁ ୫୯ ହଜାର ଲୋକଙ୍କୁ ଡେଇଁବାର ସମ୍ଭାବନା, ଦାବି କଲେ ଗବେଷକ

ନୂଆଦିଲ୍ଲୀ ୨୬/୩: କରୋନା ଭାଇରସକୁ ସବୁଠାରୁ ଅଧିକ ସଂକ୍ରାମକ ଭୂତାଣୁ ବୋଲି କୁହାଯାଉଛି । ଅର୍ଥାତ୍‌ ଅନ୍ୟ ଭୂତାଣୁ ଏବଂ ଜୀବାଣୁଙ୍କ ତୁଳନାରେ ଏହା ଅଧିକ ତୀବ୍ର ଗତିରେ ବ୍ୟାପିଥାଏ । ବ୍ରିଟେନର ଜଣେ ଗବେଷକ ଦାବି କରିଛନ୍ତି ଯେ ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି ଠାରୁ ଏହି ଭୂତାଣୁ ୫୯,୦୦୦ ଲୋକଙ୍କୁ ଡେଇଁବାର ସମ୍ଭାବନା ରହିଛି । ଇଂଟେନସିଭ କେୟାର ମେଡିସିନ ସ୍ପେଶାଲିଷ୍ଟ ଭାବେ କାର୍ଯ୍ୟ କରୁଥିବା ଡକ୍ଟର ହ୍ୟୁଗ୍‌ ମଂଟଗୋମେରି କହିଛନ୍ତି ଯେ ସାଧାରଣ ଫ୍ଲୁରେ ଆକ୍ରାନ୍ତ ଜଣେ ବ୍ୟକ୍ତି ଠାରୁ ୧୪ ଜଣ ଲୋକ ସଂକ୍ରମିତ ହେବାର ସମ୍ଭାବନା ଥାଏ । କିନ୍ତୁ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ସଂଖ୍ୟା ଯଥେଷ୍ଟ ଅଧିକ ।

ଡକ୍ଟର ହ୍ୟୁଗଙ୍କ ଅନୁସାରେ, ଫ୍ଲୁ ଦ୍ୱାରା ସଂକ୍ରମିତ ଜଣେ ବ୍ୟକ୍ତି ଆହୁରି ୧.୩ କିମ୍ବା ୧.୪ ଗୁଣ ବ୍ୟକ୍ତିଙ୍କୁ ସଂକ୍ରମିତ କରିବାର ଆଶଙ୍କା ଥାଏ । ତା’ ଠାରୁ ସଂକ୍ରମିତ ବ୍ୟକ୍ତି ସେପରି ଭାବେ ଆଉ ୧.୩ କିମ୍ବା ୧.୪ ଗୁଣ ବ୍ୟକ୍ତିଙ୍କୁ ସଂକ୍ରମିତ କରିବେ । ଏହି କ୍ରମ ୧୦ ଥର ବଜାୟ ରହିଲେ ମୋଟ ୧୪ ଜଣ ଲୋକ ଆକ୍ରାନ୍ତ ହେବେ । ହେଲେ ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି ଆଉ ୩ ଜଣଙ୍କୁ ସଂକ୍ରମିତ କରିବାର ସମ୍ଭାବନା ଥାଏ । ତା’ ଠାରୁ ସଂକ୍ରମିତ ହେଉଥିବା ତିନି ଜଣ ବ୍ୟକ୍ତି ଆଉ ତିନି ଜଣ ଲେଖାଏଁ ବ୍ୟକ୍ତିଙ୍କୁ ସଂକ୍ରମିତ କରିବେ । ଏହି ଧାରା ୧୦ ଥର ବଜାୟ ରହିଲେ ମୋଟ ୫୯,୦୦୦ ଲୋକ ଉକ୍ତ ଭାଇରସ ଦ୍ୱାରା ସଂକ୍ରମିତ ହେବେ ।

   ସମ୍ବନ୍ଧିତ ଖବର


କ୍ବାରେଣ୍ଟାଇନରେ ଥିବା ଯୁବକ ଉଲଘ୍ନ ଅବସ୍ଥାରେ ଖସି ପଳାଇଲେ, ରାଗରେ ପଡୋଶୀ ମହିଳାଙ୍କୁ କାମୁଡିବା ପରେ ମୃତ୍ୟୁ

କରୋନା ଲକଡାଉନ ଭିତରେ ଭୟଙ୍କର ସ୍ଥିତି, ଘରକୁ ଫେରିବାକୁ ଆନନ୍ଦ ବିହାରରେ ହଜାର ହଜାର ସଂଖ୍ୟାରେ ଶ୍ରମିକଙ୍କ ଭିଡ

ଲକ ଡାଉନ : ୨୧ ବର୍ଷୀୟ ଯୁବକ ଜୀବନ ହାରିଦେଲେ !

କରୋନା ବେଶରେ ଲୋକଙ୍କୁ ଲକ୍‌ଡାଉନ୍‌ ବିଷୟରେ ବୁଝାଇଲା ପୁଲିସ୍‌