ହାତୀ ଆକ୍ରମଣରେ ଜଣେ ମୃତ, ସୁରକ୍ଷା ଦାବି କଲେ ସ୍ଥାନୀୟ ଲୋକେ

ଅନୁଗୁଳ ୩୦।୧୦ : କଣିହାଁ ରେଞ୍ଜ ବଜ୍ରକୋଟ ଗାଁରେ ହାତୀ ଆକ୍ରମଣରେ ଜଣେ ମୃତ। ମୃତକ ହେଲେ ମାୟାଧର ବେହେରା (୫୬)। ସେ ଧାନ ବିଲକୁ ଧାନ କାଟିବା ପାଇଁ ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡି ଯାଇଥିଲେ। ଫଳରେ ହାତୀ ତାଙ୍କୁ ଗୋଡେଇ ଗୋଡେଇ ମାରିଥିଲା। ତୁରନ୍ତ ତାଙ୍କୁ କଣିହାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଖବର ପାଇ କଣିହାଁ ରେଞ୍ଜ ଅଫିସର ପହଁଚି ମୃତ ବ୍ୟକ୍ତିଙ୍କୁ ୪୦ ହଜାର ଟଙ୍କାର ଚେକ ପ୍ରଦାନ କରିବା ସହ ବାକି ୪ ଲକ୍ଷ ପୋଷ୍ଟ ମଟମ ରିପୋର୍ଟ ଆସିଲା ପରେ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ହାତୀମାନେ ବାରମ୍ବାର ସେହି ଅଞ୍ଚଳକୁ ଆସୁଥିବାରୁ ଲୋକମାନଙ୍କର ସୁରକ୍ଷା ଦାବି କରୁଛନ୍ତି ସ୍ଥାନୀୟ ଲୋକ।

   ସମ୍ବନ୍ଧିତ ଖବର


ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତକୁ ନରସିଂହପୁରରୁ ଉଠାଇ ନେଲା କୋଲକାତା ପୁଲିସ

ଜାନୁଆରୀ ପହିଲାରୁ ରାଜ୍ୟରେ ବିଜୁଳି ସଙ୍କଟ ! ଡିସେମ୍ବର ୩୧ ସୁଦ୍ଧା ବନ୍ଦ ହେବ ୪୬୦ ମେଗାୱାଟ୍‌ ବିଶିଷ୍ଟ ଥର୍ମାଲ୍‌ ପ୍ଲାଣ୍ଟ, ଅନିଶ୍ଚିତତାରେ ନୂତନ ପ୍ଲାଣ୍ଟ୍‌ ସ୍ଥାପନ

ଆଜିଠୁ କୋଣାର୍କ ଉତ୍ସବ, ଚନ୍ଦ୍ରଭାଗା ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ

ଜୀବିକା ନେଲା ଜୀବନ, ମାଛ ଧରିବାକୁ ଯାଇ ମୃତ୍ୟୁର ଜାଲରେ ଫସିଗଲେ ଯୁବକ

ନିର୍ବନ୍ଧ ପରେ ବି ପୁରୁଣା ପ୍ରେମିକାକୁ ଭୁଲି ପାରିଲେନି ପ୍ରେମିକ, ତା’ ପରେ କାହାର ହେଲା ବିଜୟ…

ଭିନ୍ନ ଜାତିରେ ବାହା ହୋଇଥିଲେ ବୋଲି… ଭାଇ ଶବକୁ ଛୁଇଁଲାନି ଭାଇ, ସ୍ୱେଚ୍ଛାସେବୀ କଲେ ସଂସ୍କାର