ମଶାଣିରୁ ଉଠି ଡାକ୍ତରଖାନା ଗଲେ ‘ମୃତ’ ଦୁଃଖୀ, ପୁଣି…

ବ୍ରହ୍ମପୁର ୧୭।୧୧:ଦାହ କରିବାକୁ ନେଇଥିଲେ ପରିବାର ଲୋକ। ହଠାତ୍ ଜୁଇରୁ ଉଠି ବସି ପଡିଲେ ମହିଳା। ଯାହାକୁ ଦେଖି ଲୋକେ ଭୟଭିତ ହୋଇଯାଇଥିଲେ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୋଲସରା ଥାନା କଣିଆପଲ୍ଲି ଗାଁରେ ।

ସୂଚନାଯୋଗ୍ୟ ଯେ, ପୋଲସରା ଥାନା କଣିଆପଲ୍ଲି ଗାଁର ଦୁଃଖୀ ବେହେରା ନାମକ ଜଣେ ମହିଳାଙ୍କୁ ମୃତ ଭାବି ପରିବାର ଲୋକେ ଦାହ କରିବା ଲାଗି ଶ୍ମଶାନକୁ ନେଇଥିଲେ। କିନ୍ତୁ ବୃଦ୍ଧା ଜଣକ ହଠାତ ଦାହ କରିବା ପୂର୍ବରୁ ଉଠି ବସି ପଡିଥିଲେ ।

ଏହା ଦେଖି ସମସ୍ତେ ଚକିତ ହୋଇ ଯାଇଥିଲେ । ତୁରନ୍ତ ପରିବାରର ଲୋକେ ଆମ୍ବୁଲାନ୍ସ ଯୋଗେ ପୋଲସରା ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିବା ଜଣାପଡିଛି ।

   ସମ୍ବନ୍ଧିତ ଖବର


ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତକୁ ନରସିଂହପୁରରୁ ଉଠାଇ ନେଲା କୋଲକାତା ପୁଲିସ

ଜାନୁଆରୀ ପହିଲାରୁ ରାଜ୍ୟରେ ବିଜୁଳି ସଙ୍କଟ ! ଡିସେମ୍ବର ୩୧ ସୁଦ୍ଧା ବନ୍ଦ ହେବ ୪୬୦ ମେଗାୱାଟ୍‌ ବିଶିଷ୍ଟ ଥର୍ମାଲ୍‌ ପ୍ଲାଣ୍ଟ, ଅନିଶ୍ଚିତତାରେ ନୂତନ ପ୍ଲାଣ୍ଟ୍‌ ସ୍ଥାପନ

ଆଜିଠୁ କୋଣାର୍କ ଉତ୍ସବ, ଚନ୍ଦ୍ରଭାଗା ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ

ଜୀବିକା ନେଲା ଜୀବନ, ମାଛ ଧରିବାକୁ ଯାଇ ମୃତ୍ୟୁର ଜାଲରେ ଫସିଗଲେ ଯୁବକ

ନିର୍ବନ୍ଧ ପରେ ବି ପୁରୁଣା ପ୍ରେମିକାକୁ ଭୁଲି ପାରିଲେନି ପ୍ରେମିକ, ତା’ ପରେ କାହାର ହେଲା ବିଜୟ…

ଭିନ୍ନ ଜାତିରେ ବାହା ହୋଇଥିଲେ ବୋଲି… ଭାଇ ଶବକୁ ଛୁଇଁଲାନି ଭାଇ, ସ୍ୱେଚ୍ଛାସେବୀ କଲେ ସଂସ୍କାର