PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁମୁଡିବନ୍ଧ: ଗାଈକୁ ବଞ୍ଚାଇଲା, ଛେଳି ପଲ ଉପରେ ଚଢିଗଲା ମାଲ୍ ବୋଝେଇ ଟ୍ରକ୍, ଓଲଟିବାରୁ କ୍ୟାବିନ୍‌ରେ ପଶିଗଲେ ଡ୍ରାଇଭର ଓ ହେଲ୍ପର୍
  • ||
  • ନରସିଂହପୁର: ଅଗ୍ନିକାଣ୍ଡରେ ଜଳିଗଲା ପାଞ୍ଚ ପରିବାରର ୫ ବଖରା ଘର, ପୋଡ଼ି ପାଉଁଶ ହୋଇଗଲା ଆସବାବପତ୍ର
  • ||
  • ଭୁବନେଶ୍ୱର: ଓଜେଇଇର ଏମ୍‌ବିବିଏସ୍, ବିଡ଼ିଏସ୍ କାଉନସେଲିଂ ସ୍ଥଗିତ
  • ||
  • ନୂଆଦିଲ୍ଲୀ: ଲୋକସଭାରେ ୩ କୃଷି ଆଇନ ଉଚ୍ଛେଦ ବିଲ୍ ପାରିତ
  • ||
  • କେନ୍ଦୁଝର: କାନଝରୀ ଡ୍ୟାମରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଗତକାଲି ଗାଧୋଇଲା ବେଳେ ବୁଡି ଯାଇଥିଲେ…
  • ||
  • ରାୟଗଡ଼: ନିୟମଗିରି ପାହାଡର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ବ୍ୟାନର ଓ ପୋଷ୍ଟର, ଡିସେମ୍ବର ୨ ରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ
  • ||
  • ବ୍ରହ୍ମପୁର: ସପ୍ତାହେ ହେଲା ଶାଶୂ ଘର ଆଗରେ ତପସ୍ୱିନୀ: ସ୍ୱାମୀ ଘରକୁ ଯିବେ କି ନାହିଁ ଆଜି କୋର୍ଟରେ ଶୁଣାଣି
  • ||
  • ଯାଜପୁର: ପଦ୍ମଶ୍ରୀ ନନ୍ଦ ସାରଙ୍କୁ ହତ୍ୟା ଧମକ, ବଡ଼ ପୁଅକୁ ଲହୁ ଲୁହାଣ କଲେ ଗାଁର ଅସାମାଜିକ ଯୁବକ
  • ||
  • ଭୁବନେଶ୍ୱର : ୪/୫ରେ ଆନ୍ଧ୍ର କିମ୍ବା ଓଡ଼ିଶା ଉପକୂଳ ଛୁଇଁପାରେ ସମ୍ଭାବ୍ୟ ବାତ୍ୟା, ୩ରୁ ପଡ଼ିବ ପ୍ରଭାବ,
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଏକକାଳୀନ ୩ଟି ସ୍ଥାନରେ ରେଡ୍‌, ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ଟଙ୍କା ଜବତ
  • ||
  • ପୁରୀ : ଦାରୁଦିଅଁଙ୍କ ପଇତାଲାଗି ନୀତି, ଅପରାହ୍ନ ୪ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ଭୋଗରାଇ : ବାବା ଚନ୍ଦନେଶ୍ଵରଙ୍କ ମନ୍ଦିର ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ଟି ଅସ୍ଥାୟୀ ଦୋକାନ
  • ||
  • ଯାଜପୁର : ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଆକ୍ରମଣ ଧମକ, ବଡ଼ ପୁଅକୁ ଲହୁ ଲୁହାଣ କଲେ ଗାଁର ଅସାମାଜିକ ଯୁବକ
  • ||

ପୋଲିସ ନିକଟରେ ଆତ୍ମସମର୍ପଣ କଲା ବିକାରୁ କାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତ, ବେକରେ ପୋଷ୍ଟର ଟଙ୍ଗାଇ ଲେଖିଲା ‘ମୋ ପ୍ରତି ଦୟା କରାଯାଉ’

https://www.newindianexpress.com/

କାନପୁର ୯/୮: ବିକାରୁ କାଣ୍ଡରେ ଅଭିଯୁକ୍ତ ଶନିବାର ଚୌବେପୁର ଥାନାରେ ନାଟକୀୟ ଢଙ୍ଗରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି । ତା ପତ୍ନୀ ଓ ଝିଅ ମଧ୍ୟ ସାଙ୍ଗରେ ଥିଲେ । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି କି ଉମାକାନ୍ତ ଓରଫ ଗୁଡ୍ଡୁନ ବେକରେ ଏକ ମାଫିନାମା ଝୁଲାଇ ଆତ୍ମସମର୍ପଣ କରିବାକୁ ପହଞ୍ଚି ଯାଇଥିଲା । ମାଫିନାମାରେ ବିକରୁରେ ପୋଲିସକର୍ମୀଙ୍କୁ ବର୍ବର ହତ୍ୟା ମାମଲାରେ ସାମିଲ ହେବାର ସ୍ୱୀକାରୋକ୍ତି ଲିଖିତ ଥିଲା । ଏହା ସହିତ ଏଥିରେ ଲିଖିତ ଭାବେ ପୋଲିସକୁ କ୍ଷମା ମଧ୍ୟ ମଗାଯାଇଥିଲା  ।  

ଅଧିକାରୀ କହିଛନ୍ତି କି ଅଭିଯୁକ୍ତର ବେକରେ ଲେଖାଥିଲା କି ‘ମୋ ନାଁ ଉମାକାନ୍ତ ଶୁକ୍ଳା ଓରଫ ଗୁଡ୍ଡନ ପୁତ୍ର ମୂଳଚନ୍ଦ ଶୁକ୍ଳା ନିବାସୀ ବିକାରୁ ଥାନା ଚୌବେପୁର । ମୁଁ ବିକରୁ କାଣ୍ଡରେ ବିକାଶ ଦୁବେ ସହିତ ସାମିଲ ଥିଲି । ମୋତେ ଧରିବା ପାଇଁ ପୋଲିସ ଖୋଜୁଛି । ଯେଉଁଥିରେ ମୁଁ ସବୁବେଳେ ଡରି ଡରି ରହୁଛି । ଆମେ ଯେଉଁ କାମ କରିଛୁ ସେଥିପାଇଁ ଆମେ ବହୁତ ଅନୁତପ୍ତ । ମୁଁ ନିଜେ ପୋଲିସ ଆଗରେ ହାଜର । ମୋତେ ଜୀବନ ଦାନ ଦିଆଯାଉ । ମୋ ଉପରେ ଦୟା କରାଯାଉ ।’

ପୋଲିସ ତାକୁ ତୁରନ୍ତ ହେପାଜତକୁ ନେଇଛି । ତାକୁ ରବିବାର ଅଦାଲତରେ ହାଜର କରାଯାଇପାରେ । ୩ ଜୁଲାଇ ପରଠୁ ଉତ୍ତର ପ୍ରଦେଶ ପୋଲିସ ଏସଟିଏଫ୍ ଓ କାନପୁର ପୋଲିସ ଉମାକାନ୍ତକୁ ଖୋଜୁଛନ୍ତି କିନ୍ତୁ ଧରି ପାରୁନାହାଁନ୍ତି । ସନ୍ଦେହରେ ଅନେକ ସ୍ଥାନରେ ରେଡ୍ କରିଛି ପୋଲିସ କିନ୍ତୁ ତାକୁ ଧରିବାରେ ବିଫଳ ଥିଲା ପୋଲିସ । ଉମାକାନ୍ତର ନାଟକୀୟ ଢଙ୍ଗରେ ଆତ୍ମସମର୍ପଣ ପରେ କାନପୁର ପୋଲିସ ପ୍ରେସ୍ ବିଜ୍ଞପ୍ତି ଜାରି କରି କହିଛି କି ପୋଲିସ ଲଗାତର ସନ୍ଧାନ ଜାରି ରଖିବାରୁ ଉମାକାନ୍ତ ଉପରେ ଚାପ ବଢିଲା ଏବଂ ସେ ଆତ୍ମସମର୍ପଣ କରିଦେଲା ।

ପୋଲିସ କହିଛି କି ୫୦ ହଜାର ଟଙ୍କାର ପୁରସ୍କାର ରାଶି ରହିଥିବା ଉମାକାନ୍ତ ନିଜ ଅପରାଧ ସ୍ୱୀକାର କରିଛି ଏବଂ ପଚରା ଉଚରା ସମୟରେ ସେ କହିଛି କି ସେ କୁଖ୍ୟାତ ଅପରାଧୀ ବିକାଶ ଦୁବେ ଓ ତା ସାଥୀ ଅମର ଦୁବେ, ଅତୁଲ ଦୁବେ, ପ୍ରେମ କୁମାର, ପ୍ରଭାବ ମିଶ୍ରା ସହିତ ମିଶି ପୋଲିସ ପାର୍ଟି ଉପରେ ଆଖିବୁଝା ଗୁଳି ଚଳାଇଥିଲା । ପ୍ରେସ ବିଜ୍ଞପ୍ତି ଅନୁସାରେ ଉମାକାନ୍ତ କହିଛି କି ପୋଲିସକର୍ମୀଙ୍କ ହତ୍ୟା ପାଇଁ ସେ ନିଜକୁ ଦୋଷୀ ମାନୁଛି ଏବଂ ନିର୍ଦ୍ଧାରିତ କରିଥିଲା କି ସେ ଆତ୍ମସମର୍ପଣ କରିବ । ଉମାକାନ୍ତକୁ ମିଶାଇ ଏପର୍ଯ୍ୟନ୍ତ ୯ ଜଣ ଗିରଫ ହୋଇସାରିଲେଣି । ଅନ୍ୟ ୬ ଜଣଙ୍କୁ ଖୋଜୁଛି ପୋଲିସ ।