ଛତିଶଗଡରେ ଏନକାଉଣ୍ଟର: ଜଣେ ମାଓବାଦୀ ନିହତ

ରାୟପୁର ୧୧।୪: ଦେଶରେ ନିର୍ବାଚନ ଆରମ୍ଭ ହୋଇଯାଇଥିବାବେଳେ ଛତିଶଗଡ଼ର ନାରାୟଣପୁର ଅର୍ଚ୍ଛା ଥାନା ଅଂଚଳରେ ମାଓବାଦୀ ଓ ସୁରକ୍ଷାବଳଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଛତିଶଗଡ଼ର ଆଇଜି (ବସ୍ତର ରେଞ୍ଜ) ବିବେକାନନ୍ଦ କହିଛନ୍ତି ଯେ, ପୁଲିସ ଗୁଳିରେ ଜଣେ ନକ୍ସଲ ନିହତ ହୋଇଛି । ଏହି ଗୁଳିବିନିମୟରେ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ୍) ର ଜଣେ କନଷ୍ଟେବଳଙ୍କୁ ମଧ୍ୟ ଆଘାତ ପହଞ୍ଚିଛି। ବର୍ତ୍ତମାନ ସେ ବିପଦରୁ ମୁକ୍ତ ଅଛନ୍ତି ବୋଲି ସୂଚନା ମିଳିଛି।

ପୂର୍ବରୁ ଆଇଟିବିପି ଓ ରାଜ୍ୟ ପୁଲିସର ଏକ ମିଳିତ ବାହିନୀ ଚାଲି ଚାଲି ଯାଉଥିବା ବେଳେ ନକ୍ସଲମାନେ ଆଇଇଡି ବିସ୍ଫୋରଣ କରିଥିଲେ । ତେବେ ସୁରକ୍ଷାବଳ ଏହି ବିସ୍ଫୋରଣରୁ ନିଜକୁ ରକ୍ଷା କରିବା ସହ ନକ୍ସଲଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ନକ୍ସଲମାନେ ପଳାଇଯିବାକୁ ବାଧ୍ୟ ହୋଇଥିଲେ । ଗତ କାଲି ମଧ୍ୟ ଗଡଚିରୋଲୀ ଜିଲ୍ଲାରେ ନକ୍ସଲମାନେ ଆଇଇଡି ବିସ୍ଫୋରଣ ଘଟାଇଥିଲେ ।

   ସମ୍ବନ୍ଧିତ ଖବର


Ola-Uber ଉପରେ ସରକାରଙ୍କ କଟକଣା, ଆଉ ନେଇ ପାରିବେନି ଅଧିକ ଭଡ଼ା

ଏବେ ବାହନ ପଞ୍ଜୀକରଣ ବେଳେ ନୋମିନିଙ୍କ ନାଁ ଦେବାକୁ ପଡିବ, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟର ପ୍ରସ୍ତାବ

PNB ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା : ୧ ଡିସେମ୍ୱରରୁ ବଦଳିବ ଟଙ୍କା ଉଠାଇବାର ନିୟମ

ଚୀନ୍‌ର ଚୋରପଣ- କହିଲା ଭାରତରୁ ବ୍ୟାପିଛି କରୋନା ଭାଇରସ୍‌

ଚୀନ୍ ସୈନିକଙ୍କୁ ଜିନପିଙ୍ଗ୍‌ଙ୍କ ମନ୍ତ୍ର: ମୃତ୍ୟୁକୁ ଭୟ ନକରି ଯୁଦ୍ଧ ଜିତିବାର ପ୍ରସ୍ତୁତି କର

ବ୍ଲାକହୋଲ୍‌ର ଖୁବ୍ ନିକଟରେ ପୃଥିବୀ, ଜାଣନ୍ତୁ ଗବେଷକଙ୍କ ମତ କ’ଣ?