PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜିଠାରୁ ଡବ୍ଲ୍ୟୁଇଏଫ୍‌ ବାର୍ଷିକ ବୈଠକ, ଜଳବାୟୁ ପରିବର୍ତ୍ତନ ଉପରେ ହେବ ଆଲୋଚନା: ଏଜେଣ୍ଡାରେ ବିଶ୍ୱ ଆର୍ଥିକ ସୁଧାର
  • ||
  • ଭୁବନେଶ୍ଵର: ରାଜ୍ୟରେ ସାମାନ୍ୟ ବଢ଼ିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ବାହାରିଲେ ୧୫ ଜଣ କରୋନା ପଜିଟିଭ
  • ||
  • ସାଂସଦ ଅପରାଜିତା ଷଢଙ୍ଗୀଙ୍କ ଫେସବୁକ ଆକାଉଣ୍ଟକୁ ହ୍ୟାକ୍‌, କଟକ କ୍ରାଇମବ୍ରାଞ୍ଚ୍‌ରେ ଦେଲେ ଏତଲା
  • ||
  • ବ୍ରହ୍ମଗିରି: ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଡ୍ରାଇଭର୍ ସମେତ ୨ ମୃତ
  • ||
  • ସରିଲା ଆବେଦନ, ଜୁଲାଇ ୧୭ରେ ନିଟ୍‌ ପ୍ରବେଶିକା ପରୀକ୍ଷା ଦେବେ ୧୨ ଲକ୍ଷ ଛାତ୍ରଛାତ୍ରୀ
  • ||
  • ପୁଣି ବିବାଦରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ରାତି ଅଧିଆ ହେଲା ଜିପିଆର୍‌ଏସ୍ ସର୍ଭେ
  • ||
  • ଦେଶବ୍ୟାପୀ ଖାଉଟିଙ୍କୁ ବଡ ଆଶ୍ବସ୍ତି: ପେଟ୍ରୋଲ ୯.୫୦ ଏବଂ ଡିଜେଲ ଲିଟର ପ୍ରତି କମିଲା ୭ଟଙ୍କା
  • ||
  • ନୂଆଦିଲ୍ଲୀ: ବ୍ରଜରାଜନଗର ଉପନିର୍ବାଚନ ପରେ ଓଡ଼ିଶା ପିସିସି ସଭାପତି ଘୋଷଣା: ଏ. ଚେଲ୍ଲାକୁମାର
  • ||
  • କଟକ : ଆଜିଠୁ ମାଟ୍ରିକ ଖାତା ଦେଖା, ରାଜ୍ୟର ୫୮ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||

ଦେଶର ପ୍ରଥମ ଲୋକପାଳ ନିଯୁକ୍ତ: ୮ ସଦସ୍ୟଙ୍କ ମଧ୍ୟରୁ ଜଣେ ଓଡ଼ିଆ

ନୂଆଦିଲ୍ଲୀ,୧୯ ।୩(ଏଜେନ୍ସି): ଦେଶର ପ୍ରଥମ ଲୋକପାଳଙ୍କୁ ମଙ୍ଗଳବାର ବିଧିବଦ୍ଧ ଭାବେ ନିଯୁକ୍ତି ଦିଆଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱୀକୃତି ମତେ ଜଷ୍ଟିସ ପିନାକୀ ଚନ୍ଦ୍ର ଘୋଷଙ୍କୁ ଲୋକପାଳର ପ୍ରଥମ ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯାଇଛି । ତାଙ୍କ ସହିତ ଲୋକପାଳ କମିଟିରେ ୮ ଜଣ ସଦସ୍ୟଙ୍କୁ ମଧ୍ୟ
ନିଯୁକ୍ତ କରାଯାଇଛି । ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ବି ଅଛନ୍ତି । ଆଜି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତରଫରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ, ଲୋକପାଳ କମିଟିରେ ବିଚାର ବିଭାଗୀୟ କ୍ଷେତ୍ରରୁ ୪ ଜଣ ଏବଂ ଅନ୍ୟ କ୍ଷେତ୍ରରୁ ୪ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ବିଚାର ବିଭାଗୀୟ କ୍ଷେତ୍ରରୁ ଯେଉଁ ଚାରି ଜଣଙ୍କୁ ନିଯୁକ୍ତ କରାଯାଇଛି, ସେମାନଙ୍କ ମଧ୍ୟରେ ଓଡ଼ିଶାର ଜଷ୍ଟିସ ପ୍ରଦୀପ କୁମାର ମହାନ୍ତି ସାମିଲ ହୋଇଛନ୍ତି । ଜଷ୍ଟିସ ମହାନ୍ତି ପୂର୍ବରୁ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାମ କରିସାରିଛନ୍ତି । ସେ ମଧ୍ୟ ୫ଥର ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ବିଚାରପତି ଭାବେ କାର୍ଯ୍ୟ କରିଥିଲେ ।
କଟକରେ ଜନ୍ମିତ ଜଷ୍ଟିସ ପ୍ରଦୀପ କୁମାର ମହାନ୍ତିଙ୍କ ଦିବଙ୍ଗତ ପିତା ତଥା ଜଷ୍ଟିସ ଯୁଗଳ କିଶୋର ମହାନ୍ତି ମଧ୍ୟ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଅବସ୍ଥାପିତ ହୋଇଥିଲେ ଏବଂ ପରେ ସେ ସିକ୍କିମ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଥିଲେ । ତାଙ୍କର ଦିବଙ୍ଗତ ଅଜା ତଥା ଜଷ୍ଟିସ ରାଜକିଶୋର ଦାସ ମଧ୍ୟ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଥିଲେ । ଜଷ୍ଟିସ ପ୍ରଦୀପ କୁମାର ମହାନ୍ତି ୨୦୦୨ ମସିହାରେ ଓଡ଼ିଶା ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ୨୦୦୪ରେ ତାଙ୍କୁ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା ।
ତାଙ୍କ ବ୍ୟତୀତ ଲୋକପାଳ କମିଟିରେ ବିଚାର ବିଭାଗୀୟ କ୍ଷେତ୍ରରୁ ନିଯୁକ୍ତି ପାଇଥିବା ଅନ୍ୟ ତିନି ସଦସ୍ୟ ହେଲେ- ଜଷ୍ଟିସ ଦିଲ୍ଲୀପ ବି ଭୋସଲେ, ଜଷ୍ଟିସ ଅଭିଳାଷା କୁମାରୀ ଏବଂ ଜଷ୍ଟିସ ଅଜୟ କୁମାର ତ୍ରିପାଠୀ । ସେହିପରି ଉକ୍ତ କମିଟିରେ ଅନ୍ୟାନ୍ୟ କ୍ଷେତ୍ରରୁ ନିଯୁକ୍ତି ପାଇଥିବା ବାକି ୪ ସଦସ୍ୟ ହେଲେ- ଦୀନେଶ କୁମାର ଜୈନ, ଅର୍ଚ୍ଚନା ରାମସୁନ୍ଦରମ, ମହେନ୍ଦର ସିଂ ଏବଂ ଡକ୍ଟର ଇନ୍ଦ୍ରଜିତ ପ୍ରସାଦ ଗୌତମ । ଏହି ଚାରି ସଦସ୍ୟ ପୂର୍ବରୁ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରିସାରିଛନ୍ତି ।