PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ରାମ ମନ୍ଦିର ନିର୍ମାଣ ପାଇଁ ଦିଆଗଲା ଏକ କ୍ବିଣ୍ଟାଲ ସୁନା-ରୂପା, ଜାଣନ୍ତୁ କିଏ କଲେ ଦାନ?

https://www.tv9bharatvarsh.com/

ଅଯୋଧ୍ୟା,୮।୮: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧ୍ୟଧ ମହନ୍ତ ନୃତ୍ୟ ଗୋପାଳ ଦାସ ଶନିବାର ଏକ କ୍ବିଣ୍ଟାଲ ସୁନା-ରୂପା ଓ ଟଙ୍କା ଟ୍ରଷ୍ଟକୁ ପ୍ରଦାନ କରିଛନ୍ତି। ମହନ୍ତ ନୃତ୍ୟ ଗୋପାଳ ଦାସଙ୍କୁ ରାମ ଭକ୍ତ ଭାବରେ ଗତ ଏକ ମାସରେ ଏହି ସୁନା-ରୂପା ଓ ଟଙ୍କା ଦାନରେ ଦିଆଯାଇଥିଲା।  ଟ୍ରଷ୍ଟର ମହାସଚିବ ଚମ୍ପତ୍ତ ରାୟଙ୍କୁ ଏକ କ୍ବିଣ୍ଟାଲ ସୁନା-ରୂପା ଓ ଟଙ୍କା ଦାନରେ ଦିଆଯାଇଥିଲା।  ଉଲ୍ଲେଖନୀୟ ଯେ, ରାମଲାଲାର ଆଧାରଶୀଳା ରଖିବା ପୂର୍ବରୁ ରାମ ଭକ୍ତଙ୍କ ଦ୍ବାରା ରାମ ମନ୍ଦିର ଟ୍ରଷ୍ଟ୍ରର ଅଧ୍ୟକ୍ଷ ଓ ମହାସଚିବଙ୍କ ପାଖ ସହଯୋଗୀଙ୍କୁ ଟଙ୍କା ମିଳିବାରେ ଲାଗିଥିଲା। ଆଜି ପର୍ଯ୍ୟନ୍ତ ରାମ ମନ୍ଦିର ଟ୍ରଷ୍ଟକୁ ପ୍ରାୟ ୩୦ କୋଟି ଟଙ୍କା ଓ ବହୁ ଟନ୍ ସୁନା ଓ ରୂପା ଦାନରେ ମିଳିସାରିଛି।

ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ୍ତ ରାୟ କହିଛନ୍ତି, ରାମ ମନ୍ଦିର ନିର୍ମାଣକୁ ନେଇ ଗତ ୨ ମାସ ଧରି ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ପାଖରେ ଆସୁଥିବା ରାମ ଭକ୍ତ କିଛି ନା କିଛି ଦେଉଛନ୍ତି। ବିଶେଷ ଭାବରେ ରୂପା ଦେଉଥିଲେ। ସେଭଳି ମଣିରାମ ଦାସ ଛାଉଣୀର ପୂଜାରୀ ସ୍ବର୍ଗତ ବଜରଙ୍ଗ ଦାସ ମଧ୍ୟ ମନ୍ଦିର ନିର୍ମାଣ ପାଇଁ ୪୦ କିଲୋର ଚାନ୍ଦିର ଇଟା ଦେଇଥିଲେ। ଏଭଳି ସମୟରେ ମୋଟ ୧ କ୍ବିଣ୍ଟାର ରୂପା ରଖିଥିଲେ ଓ ସୁନାର ଦାନ ମଧ୍ୟ ଥିଲା, ଯାହାକି ଆଜି ସୁରକ୍ଷିତ ରଖିବା ପାଇଁ ଟ୍ରଷ୍ଟକୁ ଦିଆଯାଇଛି।