ଏକ ତରଫା ପ୍ରେମ ପାଇଁ ଯୁବତୀଙ୍କ ଜୀବନ ଗଲା, ହତ୍ୟା କରିବା ପରେ ଆତ୍ମହତ୍ୟା କଲା ଯୁବକ

ନୂଆଦିଲ୍ଲୀ ୧୪/୧: ମଧ୍ୟ ପ୍ରଦେଶର ରାୟସେନରେ ଜଣେ ଯୁବକ ଏକତରଫା ପ୍ରେମରେ ଜଣେ ଯୁବତୀଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି । ଏହା ପରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଭୟ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ଜିଲ୍ଲା ହସ୍ପିଟାଲ ପଠାଇଛି ।

ପୋଲିସ ଅଧିକ୍ଷକ ମୋନିକା ଶୁକ୍ଳା କହିଛନ୍ତି କି ମାମଲାଟି ରାଞ୍ଚି ଥାନାର ତାଜପୁରସୁରର । ମୃତ ଯୁବକ ୨ ବର୍ଷ ପୂର୍ବରୁ ଯୁବତୀଙ୍କ ପରିବାରଲୋକଙ୍କ ଉପରେ ବିବାହ ପାଇଁ ଚାପ ପକାଇଆସୁଥିଲା । କିନ୍ତୁ ଯୁବତୀଙ୍କ ପରିବାର ଲୋକ ଏହାକୁ ଲଗାତର ଟାଳି ଆସୁଥିଲେ । ଝିଅ ଘର ଲୋକେ  ପୋଲିସ ଆଗରେ କହିଛନ୍ତି କି ଯୁବକ ଜଣକ ତାଙ୍କ ଘରେ ରାତିରୁ ଲୁଚିକି ରହିଥିଲା । ସକାଳେ ଯେତେବେଳେ ସମସ୍ତେ ଚା ପିଉଥିଲେ ସେ ଅଚାନକ ବାହାରି ଆସି ତାଙ୍କୁ ଝିଅକୁ ସମସ୍ତଙ୍କ ଆଗରେ ଗୁଳି କରିଦେଲା । ଏହାପରେ ଆଖପାଖ ଲୋକେ ଶବ୍ଦ ଶୁଣି ଚାଲିଆସିଲେ । ଏହା ପରେ ଯୁବକ ଜଣକ ନିଜକୁ ମଧ୍ୟ ଗୁଳି ମାରିଦେଲା । ଉଭୟଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି ।

ତେବେ ପୋଲିସ ଏହି ମାମଲାର ଯାଞ୍ଚ କରୁଛି । ଘଟଣାସ୍ଥଳରୁ ଅବୈଧ ପିସ୍ତଲ ଜବତ କରିଛି ପୋଲିସ । ଅନ୍ୟପଟେ ଝିଅକୁ ହରାଇ ଭାଙ୍ଗି ପଡିଛନ୍ତି ପରିବାରଲୋକେ ।