PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି ଜିଲ୍ଲାପାଳଙ୍କ ନାମରେ ଟେଣ୍ଡର ଫିକସିଙ୍ଗ ଓ ଗ୍ରାନାଇଟ ପଥର ଖଣିଲିଜରେ ଦୁର୍ନୀତିର ଅଭିଯୋଗ ଆଣିଲେ ପୁର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ
  • ||
  • କଟକ: ଦୁଷ୍କର୍ମ ମାମଲ, ୧୪ ବର୍ଷ ପରେ ଆଜୀବନ କାରାଦଣ୍ଡ ଆସାମୀ ନିର୍ଦୋଷରେ ଖଲାସ
  • ||
  • ବଲାଙ୍ଗୀର: ମୂଲ୍ୟବାନ ଖଇର ଗଣ୍ଡି ଓ ଗାଡି ଜବତ କଲା ବନ ବିଭାଗ, ଡ୍ରାଇଭର ଫେରାର
  • ||
  • କୋରାପୁଟ: ବାଇକ୍ ଚୋର ଗ୍ୟାଙ୍ଗକୁ ଧରିବା ସଫଳ ହେଲା କୋରାପୁଟ ଟାଉନ ଥାନା ପୋଲିସ, ୧୫ ବାଇକ୍‌ ଉଦ୍ଧାର, ୩ ଚୋର ଗିରଫ
  • ||
  • ଜଗତସିଂହପୁର: ଅଲିପିଙ୍ଗଳ ବାଲିଘାଟରେ ପୁଣି ଚଢ଼ଉ କଲେ ତହସିଲଦାର , ୭ରୁ ଅଧିକ ହାଇଓ୍ବା ଜବତ, ମାଲିକ ମହଲରୁ ତେଜୁଛି ଅସନ୍ତୋଷ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ଚିନ୍ତା ବଢ଼ାଉଛି ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ଆଉ ୩୮ ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୯୫୭ କରୋନା ପଜିଟିଭ୍
  • ||
  • ପୁରୀ : ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ୨୩ ତାରିଖ ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ଯାଏଁ କଟକଣା
  • ||
  • ପୁରୀ : ଏବର୍ଷ ୩ ଦିନ ନବଯୌବନ ଦର୍ଶନ, ଆଜି ଶ୍ରୀମନ୍ଦିରରେ ଦଇତାପତି ସେବାୟତଙ୍କ ପ୍ରବେଶ, ୨୩ରେ ସେନାପଟା ଲାଗି ନୀତି
  • ||
  • ଭୁବନେଶ୍ୱର : ଓଡ଼ିଶାର ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ଆଜି ୧୨ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
  • ||

ଗୋଟେ ପୁଅ ବଡ ଅଫିସର ଆଉ ଜଣେ ନେତା, ହେଲେ ମା’ ରାସ୍ତାରେ ପଡି ମୁଣ୍ଡରେ ଲାଗିଯାଇଥିଲା ପୋକ

https://aajtak.intoday.in/

ଭଟିଣ୍ଡା,୧୯।୮: ୮୦ ବ​‌ର୍ଷର ଜଣେ ମହିଳା ରାସ୍ତାକଡରେ ପଡିରହିଛନ୍ତି। ମହିଳାଙ୍କ ମୁଣ୍ଡରେ  ପୋକ ମଧ୍ୟ ଲାଗିଯାଇଛନ୍ତି। ଏଭଳି ଏକ ହୃଦୟ ବିଦାରକ ଘଟଣା ପଞ୍ଜାବର ଭଟିଣ୍ଡାରେ ଦେଖିବାକୁ ମିଳିଛି।  ଏଭଳି ଜଣେ ମା’ର ଅତି ଦୟନୀୟ ଅବସ୍ଥା ଦେଖି ଭାବିବେ ତାଙ୍କର ବୋଧହୁଏ କେହି ନିଜ ଲୋକ ନଥିବେ। ତେବେ ବାସ୍ତବିକ୍ କଥାଟା କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। କାରଣ ଏହି ବୁଢି ମା’ ଜଣଙ୍କର ଅଛନ୍ତି ଦୁଇ ପୁଅ। ଜଣେ ପୁଅ ବଡ ଅଫିସର ହୋଇଥିବା ବେଳେ ଆଉ ଜଣେ ନେତା।

ଅସୁସ୍ଥ ମହିଳା ଜଣକୁ ଏନଜିଓ ଓ ପୋଲିସ ସହାୟତାରେ ଲୋକମାନେ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଯେତେବେଳେ ତାଙ୍କର ପରିବାର ବିଷୟରେ ବୁଝାଯାଇଥିଲା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମହିଳା ଜଣଙ୍କର ପରିବାର ଖୁବ୍ ସ୍ବଚ୍ଛଳ ପରିବାରର। ତାଙ୍କର ବଡ ପୁଅ ଜଣେ ସରକାରୀ ଅଧିକାରୀ ଓ ସାନ ପୁଅ ରାଜନେତା। ମୁକ୍ତସର ଗାଁ ଆଡକୁ ଯାଉଥିବା ସଡକ ନିକଟରୁ ଏକ ଖୋଲା ପଡିଆରେ ମହିଳାଙ୍କୁ ଉଦ୍ଧାର କରାଯାଇଥିଲା। ତାଙ୍କର ମୁଣ୍ଡରେ ପୋକ ଲାଗିଯାଇଥିବା ବେଳେ ଶାରୀରିକ ଅବସ୍ଥା ଖୁବ୍ ଖରାପ ଥିଲା। ଯେତେବେଳେ ଲୋକମାନେ ମହିଳାଙ୍କୁ ଏହି ଅବସ୍ଥାରେ ଦେଖିଥିଲେ ତାଙ୍କୁ ତୁରନ୍ତ ଏନଜିଓ ଓ ପୋଲିସକୁ ମାମଲାର ସୂଚନା ଦେଇଥିଲେ।

ବୟସ୍କ ମହିଳାଙ୍କ ସୂଚନା ମିଳିବା ପରେ ଏନଜିଓ ଓ ପୋଲିସ ସେଠାରେ ପହଁଞ୍ଚିଥି ମହିଳାଙ୍କୁ ତୁରନ୍ତ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଲୋକଙ୍କ କହିବା ଅନୁସାରେ, ମହିଳାଙ୍କୁ ଅନେକ ସମୟ ପର୍ଯ୍ୟନ୍ତ ରାସ୍ତା କଡରେ ଖାଲି ପଡିଆରେ ଇଟାର ଏକ ଝୁମ୍ପୁଡି ଘରେ ଥିବାର ଦେଖିବାକୁ ମିଳିଥିଲା। ତାଙ୍କର ଏଭଳି ଅବସ୍ଥା ଦେଖି ଉଦ୍ଧାରକାରୀ ଦଳଙ୍କ ଆଖି ଲୁହ ଭରିଯାଇଥିଲା।

ମହିଳାଙ୍କର ପରିବାର ବିଷୟରେ ଯେତେବେ​‌ଳେ ଯାଞ୍ଚ କରାଯାଇଥିଲା,ଜଣାପଡିଥିଲା ତାଙ୍କର ଦୁଇ ପୁଅ ଖୁବ୍ ଆର୍ଥିକ ସ୍ବଚ୍ଛଳ। ବଡ ପୁଅ ସରକାରୀ ଅଧିକାରୀ ସାନ ପୁଅ ସେଠାର ଜଣେ ନେତା। ଏପରିକି ନାତୁଣୀ ମଧ୍ୟ ଜଣେ କ୍ଲାସ ଓ୍ବାନ ଅଫିସର। ଏହି ମାମଲାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ମହିଳାଙ୍କ ପରିବାରକୁ ଲୋକମା​‌ନେ ଖବର ଦେଇଥିଲେ।

ଏହାପରେ ମହିଳାଙ୍କର ଜଣେ ପୁଅ ନିଜ ସହିତ ମା’ଙ୍କୁ ଫରିଦାକୋଟ୍ ନେଇଯାଇଥିଲେ, କିନ୍ତୁ ସୋମବାର ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାପରେ ପରିବାର ଲୋକ ଚୁପଚାପ୍ ତାଙ୍କର ଅନ୍ତିମ ସଂସ୍କାର କରିଦେଇଥିଲେ। ମହିଳାଙ୍କ ନାତୁଣୀ ଜଣେ ପୋଲିସ ଅଧିକାରୀ ହୋଇଥିବାରୁ  ପୋଲିସ ଏନେଇ କିଛି କହିବାକୁ ପ୍ରସ୍ତୁତ ନାହିଁ କିମ୍ବା ମାମଲା ରୁଜୁ କରିନି। କେବଳ ସେତିକି ନୁହେଁ ମହିଳାଙ୍କ ପରିବାର ଲୋକ ମଧ୍ୟ ଏନେଇ ଚୁପ୍ ରହିଛନ୍ତି।

ସମ୍ବନ୍ଧିତ ଖବର