ସିଏଏ ବିରୋଧୀ ପ୍ରଦର୍ଶନରେ ସାମିଲ ମହିଳାଙ୍କ କରୋନାରେ ମୃତ୍ୟୁ, ଏବେ ସ୍ବାସ୍ଥ୍ୟ ବିଭାଗ ଟିମ୍ ଘର ଘର ବୁଲି କରୁଛନ୍ତି ଯାଞ୍ଚ

ଉଜୈନ,୨୬।୩: କରୋନା ଭାଇରସ୍ କାରଣରୁ ସାରା ବିଶ୍ବରେ ହାହାକାର ସୃଷ୍ଟି ହୋଇଛି। ଏହା ଭିତରେ ଏଭଳି ଏକ ଖବର ଦେଖିବାକୁ ମିଳିଛି ଯାହାକି ଲୋକଙ୍କୁ ଆହୁରି ଆତଙ୍କିତ କରିଛି। ଉତ୍ତର ପ୍ରଦେଶର ଉଜୈନରେ ସିଏଏ ବିରୋଧରେ ଧାରଣାରେ ସାମିଲ ହୋଇଥିବା ଜଣେ ମହିଳା କରୋନା ଭାଇରସରେ ମୃତ୍ୟୁ ହୋଇଛି। ଏବେ ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରିଦିଆଯାଇଛି।

ଉଲ୍ଳେଖନୀୟ ଯେ, ଉଜୈନର ୬୫ ବର୍ଷୀୟ ରାବିଆ ବି ନାମକ ଏହି ମହିଳାଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ଚିକିତ୍ସା ସମୟରେ ତାଙ୍କର ଇନ୍ଦୋରରେ ମୃତ୍ୟୁ ହୋଇଛି। ଏବେ ଉଜୈନରେ ଏହା ସବୁଠାରୁ ବଡ ଚିନ୍ତାର କାରଣ ପାଲଟିଛି। ରାବିଆ ବି ସିଏଏ ଓ ଏନଆରପିର ସେହି ଧାରଣାରେ ସାମିଲ ଥିଲେ, ଯାହାକି ଉଜୈନର ବେଗମ ବାଗ୍ ଅଞ୍ଚଳରେ ଗତ କିଛି ଦିନ ଧରି ଲଗାତାର ଚାଳିଥିଲା।

ଏହି ଧାରଣାକୁ ନିକଟରେ କିଛି ଦିନ ପୂର୍ବରୁ ହଁ ସ୍ଥଗିତ କରି ଦିଆଯାଇଥିଲା। ଜିଲ୍ଲା ପ୍ରଶାସନ ଏବେ ସେହି ଲୋକଙ୍କର ମଧ୍ୟ ଯାଞ୍ଚ କରିବ ଯେଉଁମାନେ ଧାରଣାରେ ସାମିଲ ଥିଲେ। ସ୍ବାସ୍ଥ୍ୟ ବିଭାଗର ଟିମ୍ ଏବେ ଘର ଘର ବୁଲି ଯାଞ୍ଚ କରୁଛନ୍ତି।

   ସମ୍ବନ୍ଧିତ ଖବର


ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ମାଗିଲେ ୯ ମିନିଟ… ସମର୍ଥନରେ ବଲିଉଡ୍‌ ସେଲିବ୍ରିଟି

କର୍ତ୍ତବ୍ୟ ଆଗ, ନାହିଁ କରୋନାକୁ ଡର : ସଂକ୍ରମଣକୁ ଖାତିର ନକରି କାମ କରିଚାଲିଛନ୍ତି ସଫେଇ କର୍ମଚାରୀ

ଭୁବନେଶ୍ୱର , ଭଦ୍ରକ ସହ କଟକ ସମ୍ପୂର୍ଣ୍ଣ ସଟ୍ ଡାଉନ୍, ୪୮ଘଣ୍ଟା ବନ୍ଦ

ନଟ୍ ଆଉଟ୍!… କରୋନା ନୁହେଁ ସନ୍ଦିଗ୍ଧ