ଝାରସୁଗୁଡାରେ ବର୍ଷକର ଶିଶୁକୁ କରୋନା ପଜିଟିଭ ଚିହ୍ନଟ, ୨ ସଂକ୍ରମିତ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଝାରସୁଗୁଡା ୨୩/୫: ଝାରସୁଗୁଡା ଜିଲ୍ଲା ପୁଣି ଦୁଇ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ବର୍ଷକର ଶିଶୁ କନ୍ୟା କରୋନା ସଂକ୍ରମିତ ହୋଇଥିବା ବେଳେ ଅନ୍ୟ ଜଣେ ୪୦ ବର୍ଷ ବୟସ୍କ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି । ଏନେଇ ଝାରସୁଗୁଡା ଜିଲ୍ଲାପାଳ ସରୋଜ କୁମାର ସାମଲ ଏ ବାବଦରେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଝାରସୁଗୁଡା ମଙ୍ଗଳବଜାର ଅଞ୍ଚଳରୁ ସଂପୃକ୍ତ ଶିଶୁ କନ୍ୟା ଏବଂ ୪୦ ବର୍ଷ ବୟସ୍କ ଜଣଙ୍କ ମହାରାଷ୍ଟ୍ରରୁ ଫେରି ହୋମ୍ କ୍ବାରେଣ୍ଟାଇନରେ ଥିଲେ । ସଂପୃକ୍ତ ଅଞ୍ଚଳରୁ ଦୁଇ ଆକ୍ରାନ୍ତ ଚିହ୍ନଟ ହେବାପରେ ବ୍ରଜରାଜ ନଗରର ହିଲଟପ ଅଞ୍ଚଳ ଏବଂ ମଙ୍ଗଳବଜାରର କିଛି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଏନେଇ ଝାରସୁଗୁଡା ଜିଲ୍ଲାପାଳ ସରୋଜ ସାମଲ ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି ।

ଗତକାଲି ଝାରସୁଗୁଡାରୁ ୫ ବର୍ଷର ଶିଶୁ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଶିଶୁ ନିଜ ପରିବାର ସହ ଆଗ୍ରାରୁ ଫେରିଥିଲେ । ତେବେ ବାହାର ରାଜ୍ୟରୁ ଆସିଥିବାରୁ ଶିଶୁଟିର ସ୍ବାବ୍ ପରୀକ୍ଷା କରାଯାଇଥିଲା ।  ଯାହାର ରିପୋର୍ଟ ପଜିଟିଭ ଆସିଥିଲା ।

   ସମ୍ବନ୍ଧିତ ଖବର


ପୁଣି ସୀମାରେ ପାକିସ୍ତାନୀ ଡ୍ରୋନ୍, ବିଏସ୍‌ଏଫ୍‌ର ଫାୟରିଂ ପରେ ଫେରିଗଲା

ଅଭିଯୁକ୍ତର ଉନ୍ମତ୍ତ କାଣ୍ଡ : ଜାମିନରେ ଆସି ତିନି ଜଣଙ୍କୁ କଲା ରକ୍ତାକ୍ତ, ଘଟଣାସ୍ଥଳରେ ପୋଲିସର ଛାନ୍‌ଭିନ୍‌

‘ମୋ ପରିବାର ଲୋକ ମୋତେ ଗ୍ରହଣ କରୁ ନାହାନ୍ତି’: ଦୂତି

ଲୁଚା ଛପା ଭାବରେ ନିଜ ଦେଶର ଲୋକଙ୍କୁ ଚୀନ୍ ଦେଉଛି ଟୀକା, ଅନ୍ୟ କାହାକୁ ଜଣାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ ଧମକ

ବିବାହ ପାଇଁ ଧର୍ମପରିବର୍ତ୍ତନ ବୈଧ ନୁହେଁ, ଆହ୍ଲାବାଦ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି

ରାଜ୍ୟ ସରକାରଙ୍କ ଅନଲକ୍‌ ୬.୦‌ ଗାଇଡଲାଇନ୍ : କ’ଣ ରହିବ ବନ୍ଦ ଓ କ’ଣ ଖୋଲା, ପଢନ୍ତୁ…