କୁଆଖାଇ ନଦୀରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ବାଲିଅନ୍ତା,୨୮/୦୮: ବାଲିଅନ୍ତା ଥାନା ଅନ୍ତର୍ଗତ ମହାତ୍ମା ସେତୁ ନିକଟସ୍ଥ କୂଆଖାଇ ନଦୀରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଗୁରୁବାର ପୂର୍ବାହ୍ନରେ ଜଣେ ସ୍ଥାନୀୟ ବ୍ୟକ୍ତି ନଦୀକୁ ଶୌଚ ପାଇଁ ଯାଇଥିବା ବେଳେ ଏକ ମୃତଦେହ ଭାସୁଥିବା ଦେଖିଥିଲେ। ଏନେଇ ତୁରନ୍ତ ଲୋକମାନଙ୍କୁ ଜଣାଇଥିଲେ । ବାଲିଅନ୍ତା ପୁଲିସ୍‌ ସାଇଣ୍ଟିଫିକ୍‌ ଟମ୍‌ ସହ ମଧ୍ୟାହ୍ନରେ ପହଞ୍ଚି ଶବକୁ ଜବତ କରିବା ସହିତ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛି । ନଦୀରେ ବନ୍ୟା ଜଳ ଥିବାରୁ ଶବଟି ଅନ୍ୟ କେଉଁ ସ୍ଥାନରୁ ଭାସି ଆସିଥିବା ଅନୁମାନ କରାଯାଉଛି ।