ପିଆଜ କେଜି ୬୦- ୧୦୦ ଛୁଇଁବ

ଭୁବନେଶ୍ୱର- ପିଆଜ ଦରରେ ନିଆଁ ଲାଗି ଯାଇଛି । ଖୁଚୁରା ବେପାରିମାନେ ପିଆଜ କିଲୋ ପ୍ରତି ୬୦ ଟଙ୍କାରେ ବିକିଲେଣି । ଲୋକେ ପିଆଜରେ ହାତ ମାରିବାକୁ ଡରିଲେଣି । ମହାରାଷ୍ଟ୍ର ନାସିକରେ ପ୍ରବଳ ବର୍ଷା ଯୋଗୁ ପିଆଜ ଦର ବଢ଼ିଥିବା କୁହାଯାଉଛି । ପିଆଜ ଆମଦାନୀ ମଧ୍ୟ ଆଶାତୀତ ଭାବେ କମି ଯାଇଛି । ଏହି ଭଳି ପରିସ୍ଥିତି ଲାଗି ରହିଲେ ଖୁବ୍‌ କମ ଦିନରେ ପିଆଜ କେଜି ୧୦୦ ଛୁଇଁବ ବୋଲି ଆଶଙ୍କା କରାଯାଉଛି ।

 ରାଜ୍ୟରେ ବନ୍ୟା ପରିସ୍ଥିତି ଲାଗି ରହିବା ଫଳରେ ବ୍ୟାପକ ପରିବା ଫସଲ ନଷ୍ଟ ହୋଇଥିଲା । ବଜାରରେ ବାଇଗଣ, ପୋଟଳ, କଦଳୀ, ଜହ୍ନି ଆଦି ଦୁର୍ଲଭ ହୋଇ ଯାଇଥିଲା । ତେବେ ଏବେ ପରିବା ଦର ସାମାନ୍ୟ ହ୍ରାସ ପାଇଥିବା ବେଳେ ଖୁଚୁରା ବଜାରରେ ଆଳୁ ଦର କିଲୋ ପ୍ରତି ୩୫ଟଙ୍କା ରହିଛି । ସେଥିରେ ମହଙ୍ଗା ପିଆଜ ଖାଉଟିଙ୍କୁ କନ୍ଦାଉଛି । ସପ୍ତାହରେ କେଜିଏ ପିଆଜ ନେଉଥିବା ଖାଉଟି ଏବେ ୨୫୦ ଗ୍ରାମ ପିଆଜ ନେଲା ବେଳକୁ କଷ୍ଟ ହେଉଛି । ଖାଲି ପିଆଜ ନୁହେଁ ତର୍କାରୀର ପ୍ରମୁଖ ମସଲା ଭାବେ ପରିଚିତ ଅଦା ଓ ରଶୁଣ ଦର ମଧ୍ୟ ବେଶ୍‌ ବଢ଼ି ଯାଇଛି । ବର୍ଷା ପ୍ରଭାବରେ ଅଦା ଅଳ୍ପ ଦିନରେ ସଢ଼ି ଯାଉଥିବାରୁ ଭଲ ଅଦା ୧୦୦ ଗ୍ରାମକୁ ଖୁଚୁରା ବେପାରୀ ୨୦ ଟଙ୍କା ନେଉଛନ୍ତି । ରଶୁଣ ୧୦୦ ଗ୍ରାମକୁ ମଧ୍ୟ ୨୫ଟଙ୍କା ନେଉଛନ୍ତି । ପିଆଜ ଦର ବୃଦ୍ଧି ଯୋଗୁ ବଜାରରେ ମିଳୁଥିବା ଖାଦ୍ୟଦ୍ରବ୍ୟରେ ପିଆଜ ଉଭାନ ହୋଇଯାଇଛି । ବରା, ଚାଟ୍‌ ଆଦିରେ ପିଆଜ ଦେଖିବାକୁ ମିଳୁନି । ପିଆଜିରେ କେବଳ ନାମକୁ ମାତ୍ର ପିଆଜ ପଡ଼ୁଛି । ଖାଉଟି ବଟା ମସଲାରେ ପିଆଜକୁ କାଣ୍ଟଛାଣ୍ଟ କରି ତର୍କାରୀ ଚଳାଇ ଦେଉଛନ୍ତି । ପିଆଜ ଦର ଏଭଳି ବୃଦ୍ଧି ପାଇବା ସ୍ୱାଭାବିକ ନା ବେପାରୀଙ୍କ କାରସାଦି ତାହା ଜାଣିବା ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

   ସମ୍ବନ୍ଧିତ ଖବର


ଚଳିତ ବର୍ଷ ଶ୍ରୀକ୍ଷେତ୍ରର ନିଆରା ଦେବୀ ସଭା

ନାବିଳାକାକୁ ଟେକି ନେଉଥିଲେ ପୋଲିସ ଭ୍ୟାନ ଦେଖି ଛାଡି ପଳାଇଲେ ଦୁର୍ବୃତ୍ତ

ବିଶ୍ୱସ୍ତରୀୟ ଟାଇମ୍ସ ହାଇଅର ଏଡୁକେସନ ରାକିଙ୍ଗ୍‌ରେ ସୋଆ ସ୍ଥାନିତ

ଦେଖନ୍ତୁ-ଭିଡିଓ ତିଆରି କରିବା ପାଇଁ ଏକ କୋଟି ଟଙ୍କାର ଲକ୍ସରି କାର୍‌ ଜାଳିଦେଲେ ୟୁଟ୍ୟୁବର

ମାଗଣାରେ ବୁକ୍‌ କରନ୍ତୁ ଟ୍ରେନ୍‌ ଟିକେଟ୍‌ ! ଦେଖନ୍ତୁ IRCTC-SBIର ଏହି ସ୍କିମ୍‌ରେ କଣ ରହିଛି

ସ୍କନ୍ଦ ପୁରାଣ କୁହେ କାର୍ତ୍ତିକ ହେଉଛି ପୂଣ୍ୟ ମାସ-ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ ଶ୍ରୀବିଗ୍ରହଙ୍କ ରାଧା ଦାମୋଦର ବେଶ ବାଳଭୋଗ ଅର୍ପଣ