ଏହି ୧୬ଟି ଜିଲ୍ଲାରେ ସୁଲଭ ମୂଲ୍ୟରେ ମିଳୁଛି ପିଆଜ

ଭୁବନେଶ୍ୱର ୮।୧୧: ପିଆଜ ଦର ହୁ ହୁ ହୋଇ ବୃଦ୍ଧି ପାଉଛି। ଏଥିରୁ ବାଦ୍ ପଡ଼ିନି ଭାରତ। ପିଆଜ ଦର ଭାରତରେ ମଧ୍ୟ ଆକାଶଛୁଆଁ। ତେବେ ପିଆଜ ଦରକୁ ନେଇ ରାଜ୍ୟବାସୀଙ୍କ ଚିନ୍ତାର କାରଣ ପାଲଟିଥିବା ବେଳେ ଏବେ ୧୬ଟି ଜିଲ୍ଲାରେ ସୁଲଭ ଦରରେ ପିଆଜ ବିକ୍ରି ହେଉଛି।

ଅନୁଗୁଳ, କଟକ, ସମ୍ବଲପୁର, ବଲାଙ୍ଗୀର, ଝାରସୁଗୁଡ଼ା, ଖୋର୍ଦ୍ଧା, ମୟୂରଭଞ୍ଜ, ଢେଙ୍କାନାଳ, ଭଦ୍ରକ, ନୂଆପଡ଼ା, ଜୟପୁର, ବ୍ରହ୍ମପୁର, ଭବାନୀପାଟଣା, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଳ୍ଲାରେ ସୁଲଭ ଦରରେ ପିଆଜ ବିକ୍ରି ହେଉଛି। ଯେତିକି ଟଙ୍କାରେ ପିଆଜ କିଣାଯାଉଛି ସେତିକି ଟଙ୍କାରେ ଗ୍ରାହକଙ୍କୁ ବିକ୍ରି କରାହେଉଛି। ତେବେ ଏହି ପିଆଜ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ବିକ୍ରି କରାଯାଉଛି। ଆଉ ଯେଉଁମାନେ ପିଆଜ ବଜାରକୁ ନଛାଡ଼ି ଜମା କରି ରଖୁଛନ୍ତି ସେମାନଙ୍କ ଉପରେ ଚଢ଼ଉ କରାଯାଉଛି ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସୂଚନା ଦେଇ କହିଛନ୍ତି।

   ସମ୍ବନ୍ଧିତ ଖବର


ଏଣିକି ଗାଁରେ କରିହେବନି ମନଇଛା ଘର, ନେବାକୁ ପଡିବ ଅନୁମତି

ରାଜଧାନୀରେ ପୁଣି ମିଳିଲା କଟା ଗୋଡ

ପରିବା ଟ୍ରେରେ ଫସିଗଲା ନାଗ ସାପ! ଦେଖନ୍ତୁ ଉଦ୍ଧାର ସମୟର ଭିଡିଓ…

ବାଲିଯାତ୍ରା: ସ୍ୱଚ୍ଛତା ଓ ଖାଦ୍ୟ ସୁରକ୍ଷା ପାଇଁ ପଡ଼ିଆରେ ଖାଦ୍ୟ ଯାଞ୍ଚ୍‌ କରିବ ଏମ୍‌ଏଫ୍‌ଟିଏଲ୍‌ ଭ୍ୟାନ୍‌