ଆପଣ ନିଜ କେଶ ବୃଦ୍ଧି ପାଇଁ ଚାହୁଁଛନ୍ତି କି ? ବହୁତ ଉପଯୋଗୀ ଏହି ଘରୋଇ ଉପଚାର …ଜାଣନ୍ତୁ

ପନିପରିବା ଭିତରେ ପିଆଜ ସବୁଠୁ ବେଶୀ ଦରକାରୀ ଜିନିଷଟିଏ । ଆମର ରୋଷେଇ ଘରେ ଏହାକୁ ବେଶୀ ଆବଶ୍ୟକ ହୋଇଥାଏ ।  ପିଆଜ ଦେଶର ସବୁଠୁ ଅଧିକା ଖାଇବାରେ ବ୍ୟବହୃତ ହେଉଥିବା ପରିବା ମଧ୍ୟରୁ ଗୋଟିଏ । କିନ୍ତୁ ଅନେକ ଲୋକ  ଏହା ଜାଣିନାହାନ୍ତି , ପିଆଜ ଆମର କେଶର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଫଳପ୍ରଦ ହୋଇଥାଏ ।

 ପିଆଜ ଆପଣଙ୍କ କେଶକୁ  ଦୃଢ଼ ରଖିବାରେ ସାହାଯ୍ୟ କରିଥାଏ , କେଶକୁ ଝଡ଼ିବାରେ ରୋକିଥାଏ ଏବଂ କେଶର ଅନ୍ୟ ସମସ୍ୟାଗୁଡ଼ିକୁ ମଧ୍ୟ ଦୂର କରିଥାଏ ।

ଯଦି ଆପଣ ନିଜର କେଶ ପାଇଁ ପିଆଜର ଏହି ସବୁ ଗୁଣର ଲାଭ ପାଇବାକୁ ଚାହୁଁଛନ୍ତି , ତ ଏଥିପାଇଁ ସବୁଠୁ ଭଲ ଉପାୟ ହେଉଛି ପିଆଜ ତେଲ ଲଗାଇବା । ପିଆଜ ତେଲ ବଜାରରେ ସହଜରେ ମିଳିନଥାଏ , କିନ୍ତୁ ଆପଣ ବି ଏହାକୁ ଘରେ ତିଆରି କରିପାରିବେ ଏବଂ ଏହାକୁ ବନେଇବା ପ୍ରକ୍ରିୟା ବହୁତ ସହଜ । ନିୟମିତ  ରୂପରେ ପିଆଜ ତେଲ ବ୍ୟବହାର କରିବା ଦ୍ୱାରା କେଶ ମଜବୁତ୍‌ ହେବା ସବ ବୃଦ୍ଧି ଘଟିଥାଏ । ଆସନ୍ତୁ , ଆଣିବା ଘରେ ପିଆଜ ତେଲ ବନେଇବାର କଣ ରହିଛି ଉପାୟ –

କେମିତି ବନେଇବେ ପିଆଜ ତେଲ ?

ସବୁଠୁ ପ୍ରଥମେ ପିଆଜର ରସ ନିଅନ୍ତୁ । ଗ୍ରାଇଣ୍ଡର ବା ଜୁସ୍‌ ମେକରର ଉପଯୋଗ କରି ପିଆଜର ରସ ବାହାର କରନ୍ତୁ । ଯଦି ରସ୍ ନାହିଁ ତ ଆପଣ ତେଲ ପ୍ରସ୍ତୁତ କରିବା ପାଇଁ ପିଆଜର ପେଷ୍ଟ ମଧ୍ୟ ନେଇ ପାରିବେ ।  

ଏବେ ଏକ ପ୍ୟାନ୍‌ରେ ନଡ଼ିଆ ତେଲ ପକାନ୍ତୁ ଓ ତେଲରେ ପିଆଜର ରସ ପକାନ୍ତୁ । ଭଲ ଭାବେ ଏହାକୁ ମିଶାନ୍ତୁ । ତାୱା ବା ଚୂଲାରୁ ବାହାରକୁ ଆଣନ୍ତୁ । ଥଣ୍ଡା ହେବାକୁ କିଛି ସମୟ ଛାଡ଼ି ଦିଅନ୍ତୁ । ଉକ୍ତ ତେଲକୁ ଛାଣି ଏକ ପାତ୍ରରେ ରଖନ୍ତୁ ।  ଆପଣ ଏହି ତେଲକୁ ୬ମାସ ଯାଏ ବ୍ୟବହାର କରିପାରିବେ।

ପିଆଜ ତେଲର ଉପଯୋଗ କେମିତି କରିବେ ?  

ନିଜର କେଶକୁ ଦୁଇ ଭାଗରେ ବାଣ୍ଟି ଦିଅନ୍ତୁ । ଏହାପରେ ନିଜ କେଶର ମୂଳରେ ତେଲ ଲଗାଇବା ଆରମ୍ଭ କରନ୍ତୁ । ଧିରେ ଧିରେ ମାଲିସ୍‌ କରନ୍ତୁ ଏବଂ ନିଜର ହେୟାର କେୟାର ରୁଟିନ୍‌ରେ ପିଆଜର ତେଲ ସାମିଲ କରନ୍ତୁ । ଆପଣଙ୍କ କେଶ ବହୁତ ଶୀଘ୍ର ଶକ୍ତ ଓ ଘନ କଳା ହୋଇଯିବ ।

   ସମ୍ବନ୍ଧିତ ଖବର


ସୁଟିଂ ସମୟରେ ରାହୁଲ ରାୟଙ୍କର ବ୍ରେନ୍‌ ଷ୍ଟ୍ରୋକ୍‌ – ଆଇସିୟୁରେ ଭର୍ତ୍ତି

ମ୍ୟାଚ୍‌ ମଝିରେ ମ୍ୟାଚିଙ୍ଗ୍‌: ଅଷ୍ଟ୍ରେଲୀୟ ଯୁବତୀଙ୍କୁ ବିବାହ ପ୍ରସ୍ତାବ ଦେଲେ ଭାରତୀୟ ଯୁବକ, ଭିଡିଓ ଭାଇରାଲ..

ବେଦିରେ ବସିବା ଆଗରୁ ବନ୍ଧା ହେଲା ପାଳ ଦଉଡ଼ି – କନ୍ୟାର ମୃତ୍ୟୁରେ ସରିଗଲା ସବୁ ସୁଖ

ଅଭିଶାପ ଭୟରେ ଏହି ଗାଁରେ କେହି ତିଆରି କରନ୍ତି ନାହିଁ ଦ୍ୱିତୀୟ ମହଲା

ଦିନିକିଆ କ୍ରିକେଟରେ ଟିମ୍‌ ଇଣ୍ଡିଆ ନାମରେ ଅଲୋଡା ରେକର୍ଡ, ୯୭୮ଟି ମ୍ୟାଚ୍‌ ପୂର୍ବରୁ କେବେ ହୋଇ ନଥିଲା ଏମିତି..

ଥଣ୍ଡା ଦିନରେ ଚର୍ମ କୁଣ୍ଡାଇ ହେବା ସମସ୍ୟା ଦେଖା ଦିଏ –ଜାଣନ୍ତୁ କେମିତି ଏଥିରୁ ମୁକ୍ତି ପାଇବେ