PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ପିଆଜ ଦରବୃଦ୍ଧି ପଛରେ କିଏ? ହୋଲ୍‌ସେଲ କମିଲା, ଖୁଚୁରା କମୁନି

ଭୁବନେଶ୍ୱର ୧୬/୧୨: ନାସିକ୍‌ରୁ ଆସୁଥିବା ବଡ଼ ନାଲି ପିଆଜର ହୋଲସେଲ୍‌ ଦର ୮୦ଟଙ୍କା ରହିଛି । ଆଇଗିଣିଆ କୁବେରପୁରୀ ମଣ୍ଡିରେ ଗତକାଲିଠାରୁ ଏହି ଦରରେ ପିଆଜ ବିକ୍ରି ହେଉଛି । କିନ୍ତୁ ଆଇଗିଣିଆରୁ ଖଣ୍ଡଗିରି ଆସିବା ବେଳକୁ ଏହି ଦର ୧୦୦ଟଙ୍କାରେ ବିକ୍ରି ହେଉଛି । ପିଆଜର ଏଭଳି ବେଲଗାମ ଦର ବୃଦ୍ଧି ପଛରେ କିଏ ବୋଲି ପ୍ରଶ୍ନ ଛିଡା ହୋଇଛି ।

କୁବେରପୁରୀ ବ୍ୟବସାୟୀ ମହାସଂଘ ସମ୍ପାଦକ ଶକ୍ତିଶଙ୍କର ମିଶ୍ର କହିଛନ୍ତି, ମାସନ୍ତ ପାଇଁ ଆଜି ମଣ୍ଡି ବନ୍ଦ ରହିଛି । ଗତକାଲି ୧୫୦ଟନ୍‌ ପିଆଜ ଆମଦାନୀ ହୋଇଥିଲା । ନାସିକ୍‌ରୁ ଆସିଥିବା ଏହି ପିଆଜ ୮୦ରୁ ୮୫ଟଙ୍କାରେ ବିକ୍ରି ହୋଇଥିଲା । ଆଗକୁ ଦର ଆହୁରି କମିବ । ଖୁଚୁରା ବଜାର ଦର ଉପରେ ନିୟନ୍ତ୍ରଣ ରଖିଲେ ଗ୍ରାହକମାନେ ଆଶ୍ୱସ୍ତି ପାଇପାରିବେ ବୋଲି ସେ କହିଛନ୍ତି ।

କେନ୍ଦ୍ର ସରକାରଙ୍କ ଆଗ୍‌ମାର୍କ ନେଟ୍‌ରେ ପ୍ରଦତ୍ତ ଦୈନିକ ଦର ଚାର୍ଟ ଅନୁସାରେ, ଗତକାଲି ନାସିକ୍‌ରେ ହୋଲସେଲ ଦର ଥିଲା ୭୫ଟଙ୍କା । ଛୋଟ ପିଆଜର ଦର ଥିଲା ୪୮ଟଙ୍କା । ଏହା ଭୁବନେଶ୍ୱର ହୋଲସେଲ ମାର୍କେଟ୍‌ରେ ଆସି ପହଞ୍ଚିଲାବେଳକୁ ବଡ଼ ପିଆଜ ୮୦ରୁ ୮୫ଟଙ୍କା ଓ ଛୋଟ ପିଆଜ ୬୦ରୁ ୬୫ଟଙ୍କାରେ ବିକ୍ରି ହେଉଛି । ହୋଲସେଲ୍‌ ଦୋକାନୀରୁ ଖୁଚୁରା ଦୋକାନୀ ଏହି ଦରରେ ପିଆଜ କିଣି ଛକ, ବଜାର ଓ ଗଳିକନ୍ଦିରେ ବିକୁଛନ୍ତି । କିନ୍ତୁ ଖୁଚୁରା ବଜାରରେ ଏହି ଦର ସିଧା ୧୦୦ଟଙ୍କାରେ ପହଞ୍ଚି ଯାଉଛି ।

ଯୋଗାଣ ବିଭାଗର ନିୟମ ଅନୁସାରେ ଖୁଚୁରା ଦୋକାନୀ ମନଇଚ୍ଛା ଦରବୃଦ୍ଧି କରି ପାରିବେନି । ହୋଲସେଲ ବଜାରରୁ ଯେତିକି ଟଙ୍କାରେ କିଣିବେ, ସେହି ଦରରେ କିଲୋ ପିଛା ସର୍ବାଧିକ ୪ଟଙ୍କା ମିଶାଇ ବିକ୍ରି କରିବେ । କିନ୍ତୁ ଖୁଚୁରା ଦୋକାନୀଙ୍କ ମନମାନି ପାଇଁ ପିଆଜ ଦର ବୃଦ୍ଧିରେ ରୋକ୍‌ ଲାଗିପାରୁନି । ପିଆଜ ଦର ବେଲଗାମ୍‌ ବିକ୍ରି ହେଉଥିଲେ ବି ଏହା ଉପରେ ଯୋଗାଣ ବିଭାଗର ନିୟନ୍ତ୍ରଣ ନାହିଁ । ଖୁଚୁରା ଦୋକାନୀଙ୍କୁ ଜଗିବାକୁ କେହି ନାହାନ୍ତି ।ସରକାରୀ ଖାତାକଲମରେ ଖୁଚୁରା ଦୋକାନୀଙ୍କ ଦର ଯାଞ୍ଚ କରାଯାଉଛି ବୋଲି ଯୋଗାଣ ବିଭାଗ କହୁଛି । କିନ୍ତୁ ବାସ୍ତବରେ ଏହା କରାଯାଉନି । ଏବେ ପିଆଜ ଆମଦାନୀ ବଢ଼ିଲାଣି । ଏଣୁ ସ୍ୱାଭାବିକ ଭାବେ ଦର କମିବା କଥା । କିନ୍ତୁ ସରକାରୀ ଅପାରଗତା ପାଇଁ ପିଆଜ ଦର କମିବାର ନାଁ ଧରୁନି ।