PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ବଢୁଛି ପିଆଜ ଆମଦାନି, କେ.ଜି ୨୦ ଟଙ୍କାକୁ ଖସିବ ଦର

ଭୁବନେଶ୍ୱର ୧୩/୧୨: ରାଜ୍ୟକୁ ପିଆଜ ଆମଦାନି ବଢ଼ୁଛି । ଫଳରେ ରୋଷେଇ ଘରର ଏହି ପ୍ରମୁଖ କଞ୍ଚାମାଲ ମୂଲ୍ୟ ଖସିବାରେ ଲାଗିଛି । ଆଜି ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ପିଆଜର ପାଇକାରୀ (ହୋଲ୍‌ସେଲ୍‌) ଦର ୫୫ ଟଙ୍କାରୁ ୬୦ ଟଙ୍କାକୁ ଖସିଆସିଛି । ଖୁଚୁରା ମୂଲ୍ୟ ୭୦ରୁ ୮୦ ଟଙ୍କା ମଧ୍ୟରେ ରହିଛି ।

ନାସିକ୍‌ରୁ ଆମଦାନି କମିଥିବାରୁ ୧୫ ଦିନ ହେଲା ଓଡ଼ିଶାର ବିଭିନ୍ନ ସହରରେ ପିଆଜ ଦର ଆକାଶଛୁଆଁ ହୋଇଥିଲା । କିଲୋ ପିଛା ୧୫୦ ଟଙ୍କା ଟପିଥିଲା । କିନ୍ତୁ ୨ ଦିନ ହେଲା ରାଜ୍ୟକୁ ପିଆଜ ଆମଦାନି ବଢ଼ିଛି । ଏବେ ନାସିକ ଓ ବାଙ୍ଗାଲୋରରୁ ଦୈନିକ ୨,୦୦୦ ଟନ୍‌ ପିଆଜ ଓଡ଼ିଶାକୁ ପଶୁଛି । ଫଳରେ ପିଆଜର ଉପଲବ୍ଧତା ବଢ଼ିଛି । ବିଭିନ୍ନ ବ୍ୟବସାୟୀ ସଂଘ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଓଡ଼ିଶାକୁ ଦୈନିକ ୩,୫୦୦ ଟନ୍‌ ପିଆଜ ଆବଶ୍ୟକ । ନାସିକ୍‌ରେ ଯୋଗାଣ ସଙ୍କଟ କାରଣରୁ ଡିସେମ୍ବର ପହିଲା ବେଳକୁ ରାଜ୍ୟକୁ ପିଆଜ ଆମଦାନି ୧,୫୦୦ ଟନ୍‌କୁ ଖସିଆସିଥିଲା । କିନ୍ତୁ ଗୁରୁବାର ରାଜ୍ୟର ବିଭିନ୍ନ ବଜାରକୁ ୨,୦୦୦ ଟନ୍‌ ପିଆଜ ଆମଦାନି ହୋଇଛି । ସେଥିମଧ୍ୟରୁ ୧,୪୦୦ ଟନ୍‌ କେବଳ ନାସିକରୁ ଆସିଛି । ଆଉ ୬୦୦ ଟନ୍‌ ଛୋଟ ପିଆଜ ବାଙ୍ଗାଲୋରରୁ ଆସିଛି । ଏଣୁ ପିଆଜ ମୂଲ୍ୟ କମିବାରେ ଲାଗିଛି ।

ଭୁବନେଶ୍ୱରର କୁବେରପୁରୀ ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ଶକ୍ତି ଶଙ୍କର ମିଶ୍ର କହିଛନ୍ତି, ନାସିକରୁ ଆସିଥିବା ପିଆଜର ପାଇକାରୀ ମୂଲ୍ୟ ୬୦ ଟଙ୍କା ରହିଛି । ପାଇକାରୀ ବଜାରରେ ବାଙ୍ଗାଲୋର ଛୋଟ ପିଆଜ ୫୫ ଟଙ୍କାରେ ବିକ୍ରି ହେଉଛି । ଏହା ସାଧାରଣ ଜନତାଙ୍କୁ ସାମାନ୍ୟ ଆଶ୍ୱସ୍ତ କରିଛି । ଆଗାମୀ କିଛି ଦିନ ମଧ୍ୟରେ ନାସିକରୁ ପିଆଜ ଅମଳ ଆରମ୍ଭ ହେବ । ଏହାପରେ ଯୋଗାଣ ବଢ଼ିବ ଓ ଦାମ ଖସିବ । ସେହିପରି ଭୁବନେଶ୍ୱର ଏକ ନମ୍ବର ହାଟର ଜଣେ ବ୍ୟବସାୟୀ କହିଛନ୍ତି, ପିଆଜ ଆମଦାନି ସାମାନ୍ୟ ବଢ଼ିଥିବାରୁ ଦର କମିଛି । ପିଆଜ କିଲୋ ୭୦ରୁ ୮୦ ଟଙ୍କାରେ ବିକ୍ରି ହେଉଛି । ତେବେ ଜାନୁଆରୀ ପ୍ରଥମାର୍ଦ୍ଧରେ ଓଡ଼ିଶାର କଣ୍ଟାବାଞ୍ଜି, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାରୁ ନୂଆ ପିଆଜ ଅମଳ ହେବ । ଫଳରେ ଦର ପୁଣି ଖସିବ । ଏପରିକି ପିଆଜ ମୂଲ୍ୟ ୧୫ରୁ ୨୦ ଟଙ୍କାକୁ ଖସିଆସିବ ବୋଲି ବ୍ୟବସାୟୀ ଜଣକ କହିଛନ୍ତି ।