ଦୀପାବଳିରେ ଆକାଶଛୁଆଁ ହୋଇ ପାରେ ପିଆଜ ଦର, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ, ୧୯/ ୧୦: ଦେଶର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଯାହାର ପ୍ରଭାବ ପିଆଜ ଦର ଉପରେ ପଡ଼ିଥିବାର ଦେଖିବାକୁ ମିଳିଛି। ପିଆଜ ଦର ପୂର୍ବ ଅପେକ୍ଷା ବଢ଼ିବାରେ ଲାଗିଛି। ଯଦି ଏହିଭଳି ଭାବେ ଦର ବଢ଼ି ଚାଲେ ତେବେ ଦୀପାବଳି ସମୟରେ ଦେଶରେ ପିଆଜ ଦର ଆକାଶ ଛୁଆଁ ହୋଇପାରେ ବୋଲି ବଡ଼ ବଡ଼ ପିଆଜ ବେପାରୀ ମାନେ ଆକଳନ କରିଛନ୍ତି।

ଦେଶର ସବୁଠାରୁ ବଡ଼ ପିଆଜ ମଣ୍ଡି ମହାରାଷ୍ଟ୍ରର ଲାସଲଙ୍ଗାବରେ ସୋମାବର ଦିନ ଭଲ ପିଆଜର ଦର କୁଇଣ୍ଟାଲ ପିଛା ୬ ହଜାର ୮୦୨ ଟଙ୍କା ରହିଛି। କିଛିିିଦିନ ହେବ ମହାରାଷ୍ଟ୍ରର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହେଉଛି। ଯାହାଫଳରେ ପିଆଜ ଫସଲ ନଷ୍ଟ ହେବାକୁ ବସିଛି। ସେହିପରି କର୍ଣ୍ଣାଟକରେ ମଧ୍ୟ ବର୍ଷା ହେବା କାରଣରୁ ପୂର୍ବଅପେକ୍ଷା ପିଆଜ ଅମଳ କମି ଯାଇଛି। ଯାହାର ପ୍ରଭାବ ପିଆଜ ଦର ଉପରେ ପଡ଼ୁଛି।

ଲାସଲଙ୍ଗାବରେ ସୋମବାର ଦିନ ଭଲ ପିଆଜର ଦର କ୍ବିଣ୍ଟାଲ ପିଛା ୬୮୦୨ ଟଙ୍କା ଥିଲା। ସେହିପରି ମଧ୍ୟମ ଧରଣର ପିଆଜ ଦର ୬୨୦୦ ଟଙ୍କା କ୍ବିଣ୍ଟାଲ ପିଛା ରହିଛି। ଅପରପକ୍ଷେ ଖରାପ ପିଆଜ ଦର କ୍ବିଣ୍ଟାଲ ପିଛା ୧୫୦୦ ଟଙ୍କା ରହିଛି। ମିଳିଥିବା ସୂଚନା ମୁତାବିକ ଲାସଲଙ୍ଗାବର କିଛି ବଡ଼ ବଡ଼ ପିଆଜ ବେପାରିଙ୍କ ଘରେ ଅକ୍ଟୋବର ୧୪ ତାରିଖ ଦିନ ଇନକମ୍‌ ଟ୍ୟାକ୍ସ ଚଢ଼ାଉ କରିଥିଲା। ଯାହାଫଳରେ ବେପାରୀମାନେ ମଣ୍ଡିକୁ ଆସୁ ନଥିଲେ। ହେଲେ ସୋମବାର ଦିନ ବେପାରୀ ମାନେ ମଣ୍ଡିରେ ପହଁଞ୍ଚି ପିଆଜ ଦର ବଢ଼ିବା ନେଇ ଘୋଷଣା କରିଥିଲେ।