PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ପିଆଜ ଟ୍ରକ୍‌ରେ ଗଞ୍ଜେଇ ଚାଲାଣ ବେଳେ ଡିଆର୍‌ଆଇ ଚଢ଼ଉ: ୯.୮୯ କୁଇଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ବ୍ରହ୍ମପୁର ୫/୯ : ପିଆଜ ବୋଝେଇ ଟ୍ରକ୍‌ରେ ବିଶାଖାପାଟଣାରୁ ଉତ୍ତରପ୍ରଦେଶ ଆଲିଗଡ଼ ଚାଲାଣ ହେଉଥିଲା ବିପୁଳ ପରିମାଣର ଗଞ୍ଜେଇ । ଏ ବାବଦରେ ନିର୍ଦ୍ଦିଷ୍ଟ ସୂଚନା ପାଇ ଡିରେକ୍ଟୋରେଟ୍‌ ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସ (ଡିଆର୍‌ଆଇ) ଚଢ଼ଉ କରି ଜବତ କରିଛି ୯୮୮.୮୨୦ କେଜି ଗଞ୍ଜେଇ । ଡିଆର୍‌ଆଇ ଭୁବନେଶ୍ୱର ରିଜିଓନାଲ୍‌ ୟୁନିଟ୍‌ ଅଧିକାରୀମାନେ ବ୍ରହ୍ମପୁର ଉପକଣ୍ଠ କନିଷି ଜାତୀୟ ରାଜପଥରେ ଏହାକୁ ଜବତ କରିଥିବା ବେଳେ ଏଥିରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍‌ କୋର୍ଟରେ ଅଭିଯୁକ୍ତଙ୍କୁ ବୁଧବାର ସନ୍ଧ୍ୟାରେ ହାଜର କରାଯିବା ପରେ ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ବେଆଇନ ଭାବେ ନାର୍କୋଟିକ୍‌ ଡ୍ରଗ୍‌ସ୍‌ (ଗଞ୍ଜେଇ) ଚାଲାଣ ହେଉଥିବା ସମ୍ପର୍କରେ ଗୁଇନ୍ଦା ସୂଚନା ଡିଆର୍‌ଆଇ ଅଧିକାରୀଙ୍କୁ ମିଳିଥିଲା । ଭୁବନେଶ୍ୱର ୟୁନିଟ୍‌ର ଅଧିକାରୀମାନେ ତୁରନ୍ତ ଅପରେସନ୍‌ ଆରମ୍ଭ କରିଥିଲେ । ବିଶାଖାପାଟଣାରୁ ୧୬ ନମ୍ବର ଜାତୀୟ ରାଜପଥରେ ବ୍ରହ୍ମପୁର ଦେଇ ଆଲିଗଡ଼ ଯାଉଥିବା ଏକ ମାଲ୍‌ ବୋଝେଇ ଟ୍ରକ୍‌କୁ ବ୍ରହ୍ମପୁର ଉପକଣ୍ଠ କନିଷି ରାଜପଥରେ ଅଟକାଇ ଯାଞ୍ଚ କରିଥିଲେ । ପ୍ରଥମେ ଟ୍ରକ୍‌ ଡ୍ରାଇଭର୍‌ ପିଆଜ ବସ୍ତା ପରିବହନ କରାଯାଉଥିବା ସଫେଇ ଦେଇଥିଲେ । ଡିଆର୍‌ଆଇ ଅଫିସର୍‌ମାନେ ଟ୍ରକ୍‌ ଭିତରେ ଖାନତଲାସ କରିବା ପରେ ପିଆଜ ବୋଝେଇ ନାଲି ପ୍ଲାଷ୍ଟିକ୍‌ ଅଖା ତଳେ ଝୋଟ ଅଖାରେ ଲୁଚାଇ ରଖାଯାଇଥିବା ଉପରୋକ୍ତ ପରିମାଣର ଗଞ୍ଜେଇ ଠାବ କରାଯାଇ ଥିଲା । ପ୍ରାୟ ୪୫ଟି ଝୋଟ ଅଖା ବସ୍ତାରେ ଗଞ୍ଜେଇ ଲୁଚାଇ ରଖାଯାଇଥିଲା ଯାହାକୁ ଡିଆର୍‌ଆଇ ଅଧିକାରୀମାନେ ଜବତ କରିଥିଲେ ।

ଏନ୍‌ଡିପିଏସ୍‌ ଆକ୍ଟ ୧୯୮୫ ଅନ୍ତର୍ଗତ ଗଞ୍ଜେଇ ଜବତ କରାଯାଇଥିଲା ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧ କୋଟି ୪୮ ଲକ୍ଷ ୩୨ ହଜାର ୩୨୦ ଟଙ୍କା ହେବ । ଚାଲାଣ କରାଯାଉଥିବା ଟ୍ରକ୍‌ (ଏପି୩୧ଟିଡି-୯୯୦) ମଧ୍ୟ ଜବତ କରାଯାଇଛି । ଏଥିରେ ସମ୍ପୃକ୍ତ ଆନ୍ଧ୍ର ଓ ବିହାରର ଜଣେ ଲେଖାଏଁ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରହିଥିବା ଡିଆର୍‌ଆଇ ହାଇଦ୍ରାବାଦ ଜୋନାଲ୍‌ ୟୁନିଟ୍‌ ତରଫରୁ ପ୍ରକାଶିତ ଏକ ପ୍ରେସ୍‌ ବିବୃତିରେ ଦର୍ଶାଯାଇଛି ।