ଆଧାର କାର୍ଡରେ ନାମ କିମ୍ବା ଠିକଣା ପରିବର୍ତ୍ତନ କରିବା ପାଇଁ UIDAI ଜାରି କଲା ନୂଆ ନିୟମ, ଜାଣନ୍ତୁ…

ନୁଆଦିଲ୍ଲୀ ୬/୯: ଯଦି ଆପଣଙ୍କୁ ନିଜ ଆଧାରରେ କୌଣସି ସୂଚନା ଅପଡେଟ୍ କରିବାକୁ ଅଛି କିମ୍ବା ବଦଳାଇବାକୁ ଅଛି ତେବେ ଆପଣଙ୍କୁ ଏବେ ଅଲଗା ଉପାୟ ଆପଣାଇବାକୁ ପଡିବ । କାରଣ ଆଧାର ଜାରି କରି କରୁଥିବା କମ୍ପାନୀ UIDAI ଆଧାର ଅପଡେଶନର ନିୟମରେ କିଛି ପରିବର୍ତ୍ତନ କରିଦେଇଛି  । ଲୋକଙ୍କ ସମସ୍ୟାର ସମାଧାନ କରିବା ପାଇଁ UIDAI ଦେଶର କିଛି ସହରରେ ଆଧାର ସେବା କେନ୍ଦ୍ର ଆରମ୍ଭ କରିଦେଇଛି । କହିରଖୁଛୁ ଆପଣ ଏହି ସେଣ୍ଟର୍ସ ମାନଙ୍କରେ ନୂଆ ଆଧାର କାର୍ଡ ପ୍ରସ୍ତୁତ କରିପାରିବେ । ଏହା ସହିତ ଠିକଣା, ନାମ ଓ ଜନ୍ମତିଥିରେ କିଛି ପରିବର୍ତ୍ତନ କିମ୍ବା ଅପଡେଟ୍ କରିବାର ଥିଲେ ମଧ୍ଯ ଏହି ସୁବିଧାର ଲାଭ ଅତି ସହଜରେ ଉଠାଇଯାଇହେବ ।

କେଉଁଠି ମିଳିବ ଏହି ସେବା
UIDAI ଏହି ସେବା ବ୍ୟାଙ୍କ, ପୋଷ୍ଟ ଅଫିସ୍ ଓ ସରକାରୀ କାର୍ଯ୍ୟାଳୟରେ ପ୍ରଦାନ କରିବ । UIDAI ଦିଲ୍ଲୀ, ଚେନ୍ନାଇ, ଭୋପାଳ, ଆଗ୍ରା, ହିସାର, ବିଜୟୱାଡା ଓ ଚଣ୍ଡୀଗଡରେ ଆଧାର ସେବା କେନ୍ଦ୍ର ଆରମ୍ଭ କରିଦେଇଛି । ଏହା ବ୍ୟତୀତ ଭୋପାଳ, ଚେନ୍ନାଇ, ପାଟଣା ଓ ଗୁଆହାଟୀରେ ଆଧାର ସେବା କେନ୍ଦ୍ର ଏହି ମାସରେ ଆରମ୍ଭ କରାଯିବ । ଏହା ସହିତ UIDAI ସାରା ଦେଶରେ ୫୩ ସହରରେ ୧୧୪ ଆଧାର ସେବା କେନ୍ଦ୍ର ଖୋଲିବା ପାଇଁ ଯୋଜନା କରୁଛି ।

ନାଁ, ଠିକଣା, ଜନ୍ମତିଥି, ମୋବାଇଲ୍ ନମ୍ବର, ଇ-ମେଲ୍ ଆଇଡି କିମ୍ବା ବାୟୋମେଟ୍ରିକ୍ ଅପଡେଟ୍ କରିବା ପାଇଁ ଏମିତି ବ୍ୟବହାର କରିପାରିବେ ….

ପ୍ରଥମେ ଆପଣଙ୍କୁ UIDAI ୱେବସାଇଟ୍ (https://uidai.gov.in/)  ରେ ଯିବାକୁ ପଡିବ । ଏବେ ଏଥିରେ ‘My Aadhaar’ ଉପରେ କ୍ଲିକ୍ କରନ୍ତୁ । ଏହା ପରେ ବୁକ୍ ଏନ ଆପଇଣ୍ଟମେମଅଟ ଅପ୍ସନକୁ ଯାଆନ୍ତୁ । ଏବେ ଆପଣଙ୍କୁ ଏଠାରେ ସିଟି ଲୋକେସନ୍ ଦେଖାଯିବ, ଯେଉଁଥିରେ ଆପଣଙ୍କୁ ସହର ଚୟନ କରିବାକୁ ପଡିବ । ସହର ଚୟନ କରିବା ପରେ ଆପଣଙ୍କୁ ପ୍ରୋସେଷ୍ଡ ଟୁ ବୁକ୍ ଏନ୍ ଆପଇଣ୍ଟମେଣ୍ଟ ଉପରେ କ୍ଲିକ୍ କରିବାକୁ ପଡିବ ।

ଏବେ ଆପଣଙ୍କ ପେଜ୍ ଖୋଲିବ । ଏଥିରେ ୩ ଅପ୍ସନ ରହିଛି ଯଥା – ନ୍ଯୁ ଆଧାର, ଆଧାର ଅପଡେଟ୍ ଓ ମ୍ଯାନେଜ୍ ଆପଇଣ୍ଟମେଣ୍ଟ । ଆପଣ ନିଜ ଆବଶ୍ୟକତା ଅନୁସାରେ ଏହା ଚୟନ କରିପାରିବେ । ବିକଳ୍ପ ଚୟନ କରିବା ପରେ ରେଜିଷ୍ଟର୍ଡ ମୋବାଇଲ୍ ନମ୍ବର, କେପ୍ଚା କୋଡ୍ ଓ ଓଟିପି ଏଣ୍ଟର କରନ୍ତୁ । ଏହା ପରେ ଆପଣଙ୍କ ଆପ୍ଲିକେସନ ଭେରିଫାଏ ହୋଇଯିବ ।

ଓଟିପି ଭେରିଫିକେସନ୍ ହେବା ପରେ ଆପଣଙ୍କୁ ସେଠାରେ ଦିଆଯାଇଥିବା ଫର୍ମରେ ନିଜ ଡିଟେଲ୍ ଭରିବାକୁ ପଡିବ । ଫର୍ମରେ ଆପଇଣ୍ଟମେଣ୍ଟ ସହିତ ଜଡିତ ତଥ୍ୟ ପଚରାଯାଇଥିବ । ଶେଷ ପର୍ଯ୍ଯାୟରେ ନିଜେ ଦେଇଥିବା ସମସ୍ତ ତଥ୍ଯକୁ ଭଲ ରୂପେ ଯାଞ୍ଚ କରିଦିଅନ୍ତୁ  ଏବଂ ଶେଷରେ ସବମିଟ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ । ଏହାପରେ ଆପଣଙ୍କ ପ୍ରୋସେସ୍ ସମ୍ପୂର୍ଣ୍ଣ ହୋଇଯିବ ଏବଂ ଏହା ସମ୍ପୂର୍ଣ୍ଣ ମାଗଣା ।

   ସମ୍ବନ୍ଧିତ ଖବର


ପାକିସ୍ତାନରେ ଗୃହଯୁଦ୍ଧ ଆଶଙ୍କା! ସିନ୍ଧ ପୋଲିସ ମୁଖ୍ୟଙ୍କୁ ସେନା ଅପହରଣ କରିଥିବା ଅଭିଯୋଗ

ଲଦାଖରୁ ଧରାପଡିଥିବା ଚୀନ୍ ସୈନିକଙ୍କୁ ଫେରାଇଲା ଭାରତ, ୨ ଦିନ ପୂର୍ବେ ଭୁଲରେ ସୀମା ଭିତରକୁ ପଶିଆସିଥିଲେ

ପତ୍ନୀ ଓ ୬ ସନ୍ତାନଙ୍କୁ ନେଇ ଚିନ୍ତାରେ ବ୍ରିଟେନ ପ୍ରଧାନମନ୍ତ୍ରୀ, ଦରମା ଅଣ୍ଟୁନଥିବାରୁ ଛାଡିବେ ଚାକିରି…

କରୋନାକୁ ନେଇ ମୋଦିଙ୍କ ଚେତାବନୀ, ଟିକା ଆସିବା ପର୍ଯ୍ୟନ୍ତ ସତର୍କ ହେବା…

ଅହମଦାବାଦରେ ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯିବ ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚ୍, ସୂଚନା ଦେଲେ ସୌରଭ

କାମାନ୍ଧ ଯୁବକଙ୍କ ଅଜବ ଯୌନ ଲାଳସା; ମହିଳାଙ୍କ ଅନ୍ତବସ୍ତ୍ର ଚୋରାଇବା ପାଇଁ ଭାଙ୍ଗୁଥିଲେ କଠିନ ଲକଡାଉନ କଟକଣା, ଘରୁ ମିଳିଲା ୧୦୦ ବ୍ରା ଓ ୪୧ ହଳ ପ୍ୟାଣ୍ଟି…