ଭାରତ-ୱେଷ୍ଟଇଣ୍ଡିଜ୍‌ ଦିନିକିଆକୁ ଆଉ ମାତ୍ର ୧୬ ଦିନ : ଦିନସାରା ଅନ୍‌ଲାଇନ୍‌ରେ କସରତ

କଟକ ୬।୧୨ : ଅନ୍‌ଲାଇନ୍‌ରେ ଗୋଟେ ଟିକେଟ୍‌ କିଣିବା ନେଇ ଦର୍ଶକ ବୁଧବାର ରାତିରୁ ଅନିଦ୍ରା ହୋଇ ରହିଥିଲେ । ବାରମ୍ବାର ମୋବାଇଲ୍‌ ଦେଖୁଥିଲେ କେତେବେଳେ ଟିକେଟ୍‌ ଆସିବ । ରାତି ପାହି ସକାଳ ହେଲା କିନ୍ତୁ ୱେବସାଇଟ୍‌ ଖୋଲିଲା ନାହିଁ । ପୁଣି ଅପେକ୍ଷା, ମଧ୍ୟାହ୍ନ ଯାଇ ଅପରାହ୍ଣ ହେଲା । ଅପେକ୍ଷାର ଅନ୍ତ ହେଉ ନାହିଁ । କିଏ କହୁଥାଏ ଅପରାହ୍ଣ ୩ଟାରେ ଖୋଲିବ ତ ପୁଣି କିଏ କହୁଥାଏ ୫ଟାରେ । କାହାରି କଥାରେ ତାଳମେଳ ରହୁ ନଥାଏ । ଏମିତି ଦିନ ସାରା ଚାଲିଥାଏ ଅନ୍‌ଲାଇନରେ କସରତ ।

ଶେଷରେ ଅପରାହ୍ଣ ୫ଟା ପରେ ନିର୍ଦ୍ଦିଷ୍ଟ ସାଇଟ୍‌ରେ ଟିକେଟ୍‌ ବିକ୍ରି ଆରମ୍ଭ ହେଲା । ବୁକ୍‌ କରୁ କରୁ ୪୫ ମିନିଟରୁ ଏକ ଘଣ୍ଟା ଭିତରେ ଟିକେଟ୍‌ ଶେଷ ହୋଇଗଲା । କିଛି କିଣିଲେ, ଆଉ କିଛି ବିଫଳ ହେଲେ । ବିଫଳ ସଂଖ୍ୟା ବେଶୀ ଥିଲେ । ପ୍ରଶ୍ନ କଲେ ଏତେ ଶୀଘ୍ର ଟିକେଟ୍‌ ଶେଷ ହେଲା କେମିତି? ଏହାର ଉତ୍ତର ବା ଦେବ କିଏ? ଓସିଏ ପକ୍ଷରୁ ସଫେଇ ଦିଆଗଲା । କିନ୍ତୁ ସନ୍ତୋଷଜନକ ଉତ୍ତର କେହି ପାଇଲେ ନାହିଁ ।
ଗୁରୁବାର ଦିନ ସାରା କ୍ରିକେଟ୍‌ପ୍ରେମୀ କିଏ କମ୍ପ୍ୟୁଟର ସାମ୍ନାରେ ତ ପୁଣି କିଏ ମୋବାଇଲ ଧରି ଖିଆପିଆ ଛାଡ଼ି ହନ୍ତସନ୍ତ ହୋଇଥିଲେ । ଆସନ୍ତା ୨୨ ତାରିଖରେ ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ୍‌ ଦେଖିବା ନେଇ ମନରେ ପ୍ରବଳ ଉତ୍ସାହ । କିନ୍ତୁ କ’ଣ ହେବ ଟିକେଟ୍‌ ମିଳିଲା ନାହିଁ ।

ଅନ୍‌ଲାଇନରେ ଶେଷ ହୋଇଥିଲେ ବି କାଉଣ୍ଟର ଟିକେଟ୍‌ ବିକ୍ରି ବାକି ରହିଛି । ତେଣୁ ଟିକେଟ୍‌ ପାଇ ନଥିବା ନିରାଶ କ୍ରିକେଟପ୍ରେମୀ କାଉଣ୍ଟର ଟିକେଟ୍‌କୁ ଅପେକ୍ଷା କରି ରହିଛନ୍ତି । ପୂର୍ବରୁ ଡିସେମ୍ବର ୫ ତାରିଖରେ ଟିକେଟ୍‌ ଅନ୍‌ଲାଇନରେ ବିକ୍ରି ହେବ ବୋଲି ଓସିଏ ପକ୍ଷରୁ ଘୋଷଣା କରାଯାଇଥିଲା । ୱେବସାଇଟ୍‌ ସଂପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା । ମାତ୍ର କେତେବେଳେ ଟିକେଟ୍‌ ବିକ୍ରି ହେବ, ସେ ସଂପର୍କରେ କିଛି କୁହାଯାଇ ନଥିଲା । ଯେଉଁଥିପାଇଁ କ୍ରିକେଟପ୍ରେମୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲା ।

ପୂର୍ବରୁ ଯେତିକି ଟିକେଟ୍‌ ଅନଲାଇନରେ ବିକ୍ରି ହେବ ବୋଲି ନିଷ୍ପତ୍ତି ହୋଇଥିଲା, ସେଥିରୁ ଏକ ହଜାର ଟିକେଟ୍‌ କମ୍‌ ବିକ୍ରି ହୋଇଛି । କାରଣ ୭ ନମ୍ବର ଗ୍ୟାଲେରୀକୁ ସଂପୂର୍ଣ୍ଣ ଭାବେ ବନ୍ଦ କରି ଦିଆଯାଇଛି । ଏ ବିଷୟରେ ଓସିଏ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା । ମୋଟ୍‌ ୮୧୫୦ ଖଣ୍ଡ ଟିକେଟ୍‌ ଅନ୍‌ଲାଇନରେ ଉପଲବ୍ଧ ରହିଥିଲା । ଏଥିରେ ଗ୍ୟାଲେରୀ ନମ୍ବର ୨ରେ ୩ ହଜାର, ୪ ନମ୍ବରରେ ୩ ହଜାର, ୬ ନମ୍ବରରେ ୧୫୦୦,ନ୍ୟୁ ପାଭିଲିୟନ୍‌ର ୫୦, ସ୍ପେଶାଲ୍‌ ଏନ୍‌କ୍ଲୋଜର୍‌ରେ ୫ ଶହ ଏବଂ ଏସି ବକ୍ସ ଗ୍ୟାଲେରୀ (୪ନମ୍ବର)ରେ ୧୦୦ ଟିକେଟ ରହିଥିଲା । ଅନ୍‌ଲାଇନ୍‌ରେ ଟିକେଟ୍‌ ବୁକିଂ କରିଥିବା ଦର୍ଶକ ଆସନ୍ତା ୧୯ତାରିଖରୁ ୨୧ତାରିଖ ପର୍ଯ୍ୟନ୍ତ ଆଇଡି ଦେଖାଇ କ୍ୟାମ୍ବ୍ରିଜ୍‌ ସ୍କୁଲ୍‌ କାଉଣ୍ଟର୍‌ରୁ ନିଜ ନିଜର ଟିକେଟ ସଂଗ୍ରହ କରିପାରିବେ । ଅନ୍‌ଲାଇନରେ ଶେଷ ହେବା ପରେ ବଳକା ଥିବା ୯ ହଜାରୁ ଊଦ୍ଧ୍ୱର୍ ଟିକେଟ୍‌ କାଉଣ୍ଟରରେ ବିକ୍ରି ହେବ । ଆସନ୍ତା ୧୯ ଓ୨୦ ତାରିଖରେ ଷ୍ଟାଡିୟମ୍‌ରେ କାଉଣ୍ଟର୍‌ ମାଧ୍ୟମରେ ଏହି ଟିକେଟ୍‌ ବିକ୍ରି ହେବ।

ପୂର୍ବ ମ୍ୟାଚ୍‌ ଗୁଡ଼ିକରେ ପ୍ରତି ଦିନ କେତେ ଟିକେଟ୍‌ ବିକ୍ରି ହେଲା ଏବଂ କେତେ ଟିକେଟ୍‌ ବଳିଲା ସେ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦିଆଯାଇଥାଏ । କିନ୍ତୁ ଏଥର ସେମିତି କୌଣସି ସୂଚନା ମିଳିଲା ନାହିଁ । ସୂଚନା ଅନୁସାରେ, ରାତି ସୁଦ୍ଧା କିଛି ନିର୍ଦ୍ଦିଷ୍ଟ ଗ୍ୟାଲେରୀରେ ଟିକେଟ୍‌ ରହିଥିଲା । କିନ୍ତୁ ସେହି ଟିକେଟ୍‌ ଗୁଡ଼ିକର ମୂଲ୍ୟ ବହୁ ଅଧିକ ରହିଛି । ତେଣୁ ସାଧାରଣ ଦର୍ଶକ କିଣିବାକୁ ଇଚ୍ଛା ପ୍ରକାଶ କରିନଥିଲେ ।

ଟିକେଟ ବିକ୍ରିରେ ଅନିୟମିତତା ଅଭିଯୋଗ
ଓସିଏ ପକ୍ଷରୁ ଗୁରୁବାର ଠାରୁ ଅନ୍‌ଲାଇନ୍‌ ଟିକେଟ ବିକ୍ରି ଆରମ୍ଭ ହୋଇଛି । ଦର୍ଶକ ଙ୍ଗଙ୍ଗଙ୍ଗ.କ୍ଟ୍ରବଚ୍ଚଗ୍ଧଜ୍ଞ.ମକ୍ଟଜ୍ଞ/ ଙ୍ଗଙ୍ଗଙ୍ଗ.ସଦ୍ଭଗ୍ଦସୟରକ୍ସ.ସଦ୍ଭ ସହାୟତାରେ ଟିକେଟ ବୁକିଂ କରିଥିଲେ । ଏକ ଘଣ୍ଟା ମଧ୍ୟରେ ଟିକେଟ ଉପଲବ୍ଧ ନ ଥିବା ଜଣା ପଡ଼ିବା ପରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା । ରାତି ପ୍ରାୟ ୮ଟାରେ ଙ୍ଗଙ୍ଗଙ୍ଗ.କ୍ଟ୍ରବଚ୍ଚଗ୍ଧଜ୍ଞ.ମକ୍ଟଜ୍ଞ ରେ ଟିକଟ ବିକ୍ରି ବନ୍ଦ ହୋଇଯାଇଥିଲା । କିନ୍ତୁ ଏହି ସମୟ ପରେ ବି ଙ୍ଗଙ୍ଗଙ୍ଗ.ସଦ୍ଭଗ୍ଦସୟରକ୍ସ.ସଦ୍ଭ ରେ ଟିକେଟ ବିକ୍ରି ହେଉଥିଲା ବୋଲି ଦର୍ଶକ ଅଭିଯୋଗ କରିଛନ୍ତି । ସେହିଭଳି ଯେଉଁ ଗ୍ୟାଲେରୀରେ ଟିକେଟ ନ ଥିବା ଦର୍ଶାଯାଉଥିଲା ମାତ୍ର କେଇଁ ମିନିଟ୍‌ ପରେ ସେହି ଗ୍ୟାଲେରୀରେ ଟିକେଟ ବିକ୍ରି ହୋଇଥିଲା । ଏହିଭଳି ଅଡୁଆ ମଧ୍ୟରେ ଟିକେଟ ବୁକିଂକୁ ନେଇ ଦର୍ଶକ ଚିନ୍ତାରେ ପଡିଯାଇଥିଲେ । ଏଭଳି ଅନିୟମିତତାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ।

   ସମ୍ବନ୍ଧିତ ଖବର


ରେଡ୍‌ ବୁଲ୍‌ କ୍ୟାମ୍ପସ୍‌ ଟି-ଟ୍ୱେଣ୍ଟି କ୍ରିକେଟ୍‌ : ଫାଇନାଲ୍‌ରେ ସୋଆ ବିଶ୍ୱବିଦ୍ୟାଳୟ

କରୋନା କାଳରେ କେତେଥର କୋଭିଡ ଟେଷ୍ଟ କରିଛନ୍ତି ବିସିସିଆଇ ଅଧ୍ୟକ୍ଷ? ନିଜେ କଲେ ଖୁଲାସା

ICC ବାଛିବ ଦଶନ୍ଧିର ସର୍ବଶ୍ରେଷ୍ଠ ଖେଳାଳି: ଭାରତରୁ ଅଛନ୍ତି ୬ ଖେଳାଳି, ବିରାଟ ସର୍ବାଧିକ ୫ଟି ଆଓ୍ବାର୍ଡ ପାଇଁ ମନୋନୀତ

ନୂଆ ଜର୍ସିରେ ପୁରୁଣା ସ୍ମୃତି: ଅଷ୍ଟ୍ରେଲିଆ ଗସ୍ତରେ ଆସିଥିବା ବିରାଟ ବାହିନୀଙ୍କ ନୂଆ ପୋଷାକ ମନେ ପକାଉଛି ୯୦ ଦଶକର କଥା

ବିରାଟ ଓ ରୋହିତଙ୍କ ମଧ୍ୟରେ ଭଲ ଅଧିନାୟକ କିଏ? ଗମ୍ଭୀର ରଖିଲେ ପ୍ରତିକ୍ରିୟା, କହିଲେ…

କ୍ରିକେଟ୍ ପ୍ରେମୀ କେବେ ବି ଦେଖିନଥିବେ ଏମିତି କ୍ୟାଚ୍, ଭାଇରାଲ ହେଉଛି ଭିଡିଓ