PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

‘ରିୟଲ୍‌ମି’ର କର୍ମଚାରୀ କହି ଚୂନ ଲଗାଇଲେ – ଯୁବକ ହରାଇଲେ ଲକ୍ଷେ ୬୨ ହଜାର ଟଙ୍କା

ଅନୁଗୁଳ (ବ୍ୟୁରୋ): ସାଇବର ଠକେଇ ଜିଲ୍ଲାର ସବୁ ସୀମା ସରହଦ ଲଙ୍ଘିଛି । ନିୟମିତ ସାଇବର ଠକଙ୍କ ହାବୁଡ଼ରେ ପଡ଼ି ଲୋକ କଷ୍ଟ ଅର୍ଜିତ ଟଙ୍କା ହରାଉଛନ୍ତି । ପୁଲିସ୍‌ ପାଇଁ ଏହି ଅଦୃଶ୍ୟ ଅପରାଧୀ ମୁଣ୍ଡବ୍ୟଥାର କାରଣ ହୋଇଥିବା ବେଳେ ଅନୁଗୁଳ ସହରର ଜଣେ ଯୁବକ ଠକାମିର ଶିକାର ହେଉଛନ୍ତି ।

ରିୟଲ୍‌ମି ମୋବାଇଲ୍‌ ଟେଲି କମୁନିକେସନ୍‌ର କର୍ମଚାରୀ କହି ତାଙ୍କୁ ଚୂନ ଲଗାଇଛନ୍ତି । ତାଙ୍କ ଠାରୁ ୧ ଲକ୍ଷ ୬୨ ହଜାର ଟଙ୍କା ଲୁଟି ନେଇଛନ୍ତି । ଏନେଇ ଅନୁଗୁଳ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ପୁଲିସ୍‌ ସୂଚନା ମୁତାବକ, ଠକେଇର ଶିକାର ହୋଇଥିବା ଯୁବକ ହେଲେ ଡି. ସାମଲ(୨୪) । ଶ୍ରୀ ସାମଲ ଅନୁଗୁଳ ସହରରେ ରିୟଲ୍‌ମି ମୋବାଇଲ୍‌ର ଏକ ସର୍ଭିସ୍‌ ସେଣ୍ଟର ଖୋଲିବାକୁ ଚାହିଁଥିଲେ ।

ସେ ଏନେଇ ହରିଆଣାରେ ଥିବା ରିୟଲ୍‌ମି କମ୍ପାନି ସହ ଯୋଗାଯୋଗ ମଧ୍ୟ କରିଥିଲେ । ପରେ କିଛି ବ୍ୟକ୍ତି ତାଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ କରିଥିଲେ । ନିଜକୁ ରିୟଲ୍‌ମିର କର୍ମଚାରୀ ବୋଲି ପରିଚୟ ଦେଇଥିଲେ । ସର୍ଭିସ୍‌ ସେଣ୍ଟର୍‌ ଖୋଲିବାକୁ ହେଲେ ପ୍ରଥମେ ୨ ଲକ୍ଷ ଟଙ୍କା ପୈଠ କରିବାକୁ ପଡ଼ିବ । ଏହି ଟଙ୍କା ପୈଠ ପରେ କମ୍ପାନୀ ତାଙ୍କୁ ୩ ଲକ୍ଷ ଟଙ୍କା ପ୍ରଦାନ କରିବ ବୋଲି ଠକ କହିଥିଲେ । ସର୍ଭିସ ସେଣ୍ଟର ଖୋଲିବାକୁ ବ୍ୟାକୁଳିତ ଶ୍ରୀ ସାମଲ ଠକଙ୍କ କଥାକୁ ବିଶ୍ୱାସ କରିଥିଲେ ।

ସେମାନେ ଦେଇଥିବା ଆକାଉଣ୍ଟ ନମ୍ବରରେ ତିନୋଟି ପର୍ଯ୍ୟାୟରେ ୧ ଲକ୍ଷ ୬୨ ହଜାର ଟଙ୍କା ଜମା କରିଥିଲେ । ଏହାପରେ ଶ୍ରୀ ସାମଲ ଠକାମିର ପଡ଼ିଥିବା ଜାଣିବାକୁ ପାଇଥିଲେ । ଉକ୍ତ ବ୍ୟକ୍ତିଙ୍କୁ ଯୋଗାଯୋଗ କରିବାରୁ ସେମାନେ ଧରାଛୁଆଁ ଦେଇନଥିଲେ । ତେଣୁ ସେ ନିରୁପାୟ ହୋଇ ଅନୁଗୁଳ ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି ।